ହେଡଲାଇନସ୍:

ପାରାଦୀପ : ତ୍ରିମୁଖୀ ଲଢେ଼ଇ, ମୈଦାନରେ ପ୍ରଚାରରେ ସାମିଲ  ତିନି ପ୍ରାର୍ଥୀଙ୍କ ପତ୍ନୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର/ ରମେଶ ମହାନ୍ତି  :  ଜଗତସିଂହପୁର ଜିଲ୍ଲାର ବହୁ ଚର୍ଚ୍ଚିତ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରମୁଖୀ ଲଢେ଼ଇ ହେଉଛି । ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ସପକ୍ଷରେ ଭୋଟ ଭିଡିବାକୁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ତିନି ପ୍ରମୁଖ ପ୍ରାର୍ଥୀ କେହି କାହାକୁ କମ୍ ନଥିବା ବେଳେ ଦୁଇ ନୁଆ ମୁହଁ ମଧ୍ୟରେ କଂଗ୍ରେସ ଏଥର ପୁରୁଣା ମୁହଁକୁ ଭରସା  କରିଛି । ଏହି ତିନି ଦଳର ପ୍ରାର୍ଥୀ ଏଥର ବିଭିନ୍ନ ପ୍ରକାର ନୁଆ ରଣନିତିକୁ ଆପଣାଇଛନ୍ତି । ଏପରିକି ଏହି ତିନି ପ୍ରାର୍ଥୀଙ୍କ ପତ୍ନୀମାନେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଗତ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡି ୮୫ହଜାର ୨୦୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ୪୬ହଜାର ୬୦୬ ଖଣ୍ଡ ଭୋଟ ପାଇବା ସହିତ ବିଜେପିକୁ ୮୩୨ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କିନ୍ତୁ ଚଳିତ ନିର୍ବାଚନରେ କେହି କାହାକୁ କମରେ  ନାହାନ୍ତି । ଯାହାକି ତିନି ଦଳ ମଧ୍ୟରେ ଜୋରଦାର ଲଢେ଼ଇ ହେଉଛି । ଗତ ବିଧାନସଭା ନିର୍ବାଚନରେ ପାରାଦୀପ କଂଗ୍ରେସରୁ ଅରିନ୍ଦମ୍ ସର୍ଖେଲ ବିଧାୟକ ପ୍ରାର୍ଥୀ ହୋଇ ପୂର୍ବ ନିର୍ବାଚନ ତୁଳନାରେ ଦମଦାର ଫାଇଟ ଦେଇ  ବିଜେଡି ଠାରୁ ୩୮ହଜାର ୬୦୦ ଖଣ୍ଡ ଭୋଟରେ ପରାସ୍ତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସେ ପୁନର୍ବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବା ପରେ ଉକ୍ତ ଦଳରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ପ୍ରମୋଦ ଜେନା ଅସନ୍ତୁଷ୍ଟ ହୋଇ ଶତାଧିକ କର୍ମୀଙ୍କ ସହିତ କଂଗ୍ରେସ ଛାଡି ବିଜେଡିରେ ମିଶିଯାଇଥିଲେ । କିନ୍ତୁ ସର୍ଖେଲ ଗତ ଥର ପରାଜୟର ଅନୁଭୂତିରୁ ଅଭିଜ୍ଞତା ନେଇ ଏଥର ନୁଆ ରଣନିତୀ ଆପଣେଇବା ସହିତ ପ୍ରଚାର ଜୋରଦାର କରିଛନ୍ତି । ଏପରିକି ଟାଣୁଆ ନେତା ରମେଶ ସାମନ୍ତରାୟଙ୍କ ସମର୍ଥନ ସେ ହଟେଇ ଥିବା ଚର୍ଚା ହେଉଛି |  ଏପରିକି ତାଙ୍କର ପତ୍ନୀ ଦୀପା ନିର୍ବାଚନ ମଣ୍ଡଳୀ ବିଭିନ୍ନ ପଂଚାୟତର ଗାଁ ଗାଁ ବୁଲି ମହିଳା ମାନଙ୍କୁ ଏକାଠି କରି ନିଜ ସ୍ୱାମୀଙ୍କ ସପକ୍ଷରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ପ୍ରାର୍ଥୀମାନଙ୍କ ପତ୍ନୀମାନଙ୍କ ଭଳି ଦୀପା ପାରାଦୀପ  ନିର୍ବାଚନ ମଣ୍ଡଳୀ ନୂଆ ନୁହନ୍ତି | ସେ ଗତ ଦେଢ଼ବର୍ଷ ହେବ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣ ବୁଲି ଲୋକଙ୍କ ଭିତରେ ବେଶ ପରିଚିତ ହୋଇ ପାରିଛନ୍ତି |   ଅପର ପକ୍ଷରେ ବିଜେଡିରୁ ବହିଷ୍କୃତ ନେତା ଦାମୋଦର ରାଉତ ଏରସମା – ବାଲିକୁଦା ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ସମ୍ବିତ ରାଉତରାୟ ପାରାଦୀପ ବିଜେଡିରୁ ବିଧାୟକ ହେବା ପରେ ତାଙ୍କୁ ନେଇ ଦଳରେ ବିରୋଧର ସ୍ୱର ଉଠିବା ସହିତ କେତେକ ଟାଣୁଆ ନେତା ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଦଳ ସୁପ୍ରିମୋଙ୍କ ନିକଟରେ ଅଭିଯୋଗ କରିଥିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ସମ୍ବିତଙ୍କ ପ୍ରାର୍ଥୀତ୍ୱରେ ଅସନ୍ତୁଷ୍ଟ ହୋଇ ବିରୋଧର ସ୍ୱର ଉଠାଉଥିବା କେତେକ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶରେ  ସେମାନଙ୍କୁ ଦଳରେ ପଦପଦବୀ ଦିଆଯିବା ସହିତ ସମ୍ବିତଙ୍କ ମିଳାମିଶା ହୋଇଥିବା ଶୁଣିବାକୁ ମିଳୁଛି |  ଏହାପରେ ମଧ୍ୟ ନିର୍ବାଚନ ମଣ୍ଡଳୀର ଅନେକ ପଂଚାୟତରେ କର୍ମୀ ଓ ଭୋଟର ସମ୍ବିତଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି । କିନ୍ତୁ ସମ୍ବିତ ଏଥିରେ ବିଚଳିତ ନହୋଇ ପ୍ରତିଦିନ ବିଭିନ୍ନ ପଂଚାୟତର ଗାଁ ଗାଁ ବୁଲି ଅସନ୍ତୁଷ୍ଟଙ୍କୁ ମନାଇବା ସହିତ ପ୍ରଚାର ଜୋରଦାର କରିଥିବା ଜଣାପଡିଛି । ଏପରିକି ଦାମ ବାବୁ କୁଆଡେ ପୁଅକୁ ଭିତିରି ସାହାଜ୍ୟ କରୁଥିବା ଶୁଣିବାକୁ ମିଳୁଛି । ସମ୍ବିତଙ୍କ ପତ୍ନୀ ଗିତାଞ୍ଜଳୀ ମଧ୍ୟ ସ୍ୱାମୀଙ୍କ ସହଯୋଗ କରିବାକୁ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଜୋରଦାର ପ୍ରଚାର କରୁଥିବା ଜଣାପଡିଛି । ଅନ୍ୟ ପକ୍ଷରେ ପାରାଦିପ ବିଜେପିରୁ ନୁତନ ଭାବେ ବିଧାୟକ ପ୍ରାର୍ଥୀ ହୋଇ ଉଭା ହୋଇଥିବା କୋଟିପତି ଠିକାଦାର ନିର୍ମଳ ସ୍ୱାଇଁଙ୍କ ପୁଅ ସମ୍ପଦ ସ୍ୱାଇଁ ମଧ୍ୟ ଏହି ନିର୍ବାଚନୀ ଲଢେ଼ଇରେ ପଛରେ ନାହାନ୍ତି । ସମ୍ପଦ ନିଜ ସଂଗଠନକୁ ମଜବୁତ କରିବା ସହିତ ଏଥର ପାରାଦୀପ ଆସନ ହାତେଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହାଓାରେ ଅନେକ ଆଗ୍ରହ ପ୍ରକାଶ କରି ବିଜେପି ଆଡକୁ ଢ଼ଳୁଛନ୍ତି । ସମ୍ପଦ ଓ ତାଙ୍କ ପତ୍ନୀ ନିର୍ବାଚନ ମଣ୍ଡଳୀ ବିଭିନ୍ନ ପଂଚାୟତର ଗାଁ ମାନଙ୍କରେ ଜୋରଦାର ପ୍ରଚାର ଚଳାଇବା ସହିତ ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସ ପରିବାରଙ୍କୁ ଭେଟି ବିଜେପିରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ପାରାଦିପ ବିଧାନସଭା କ୍ଷେତ୍ରରେ ବିଜେଡି ନିଜର ସମ୍ମାନ ବଂଚାଇବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ପାରାଦୀପ ଆସନ ହାତେଇବା ଉଦ୍ୟମରେ ଅଛନ୍ତି । କଂଗ୍ରେସ ମଧ୍ୟ ପାରାଦୀପ ଗୋଳିଆ ରାଜନିତିର ଫାଇଦା ନେଇପାରେ ବୋଲି କୁହାଯାଉଛି । 

 

 

 

 

0
0
0
s2sdefault