ହେଡଲାଇନସ୍:

ରଘୁନନ୍ଦନଙ୍କ ଶଙ୍ଖ ନାଦ : ବିରୋଧୀ ଖାଇଲେଣି ବାଉଳି, ଦାମ ଗଲେଣି ଝାଉଁଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର/ରମେଶ ମହାନ୍ତି - ଦିନକୁ ଦିନ ଏରସମା – ବାଲିକୁଦାର ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି । ଏପରିକି ବିଜେପି ଛାଡି ରଘୁନନ୍ଦନ ଦାସ ବିଜେଡିରୁ ପ୍ରାର୍ଥୀ ହେବାପରେ ତାଙ୍କର ବ୍ୟକ୍ତିତ୍ୱ ଓ ଲୋକପ୍ରିୟତାକୁ ଦେଖି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ଅସନ୍ତୁଷ୍ଟ ଥିବା ଶହ ଶହ କର୍ମୀ ବିଜେଡିରେ ମିଶୁଥିବା ଜଣାପଡିଛି । ବାଲିକୁଦା ବ୍ଲକର ୩୦ଟି ପଂଚାୟତ ଓ ଏରସମା ବ୍ଲକର ୨୫ଟି ପଂଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଲଲାଟେନ୍ଦୁ ମହାପାତ୍ରଙ୍କ ସ୍ଥିତି ଦିନକୁ ଦିନ ସୋଚନୀୟ ହେଉଥିବା ବେଳେ ବିଜେଡିରୁ ବହିଷ୍କୃତ ହୋଇ  ବିଜେପିରୁ ପ୍ରାର୍ଥୀ ହୋଇଥିବା ଡା. ଦାମୋଦର ରାଉତ ଓ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରଘୁନନ୍ଦନ ଦାସଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ମତଦାନ ସମୟ ଯେତିକି ପାଖେଇ ଆସୁଛି ଏଠାରେ ରାଜନୈତିକ ଚିତ୍ର ସେତିକି ବଦଳିବାରେ ଲାଗିଛି । ଶାସକ ଦଳରେ ଥାଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଆସୁଥିବା ଡା. ରାଉତ ବିଜେଡି ବହିଷ୍କୃତ ହୋଇ ବିଜେପିରୁ ପ୍ରାର୍ଥୀ ହେବା ପରେ ବିଜେପିର କେତେକ ଟାଣୁଆ ନେତା ଓ ଶହ ଶହ କର୍ମୀ ଅସନ୍ତୋଷ ହୋଇ ବିଜେପିରୁ ଛତ୍ରଭଙ୍ଗ ଦେଇ ବିଜେଡିରେ ଯୋଗଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଯାହାକି ଦାମ ବାବୁଙ୍କ କେତେକ କର୍ମି ସମ୍ମିଳନୀରେ ଆଶାନୁରୂପ କର୍ମୀଙ୍କୁ ଦେଖିବାକୁ ମଳୁ ନଥିବା ବେଳେ ଅପରପକ୍ଷରେ ରଘୁନନ୍ଦନଙ୍କ ଶକ୍ତି ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ବାଲିକୁଦା କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଶାରଦା ଜେନା ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ହୋଇ ୫୦୦ରୁ ଉଦ୍ଧ୍ୱର୍ କର୍ମୀଙ୍କ ସହିତ ବିଜେଡିରେ ଯୋଗଦେଇଥିବା ବେଳେ ଅନନ୍ତପୁର ପଂଚାୟତର ବିଲଅନନ୍ତପୁର ଗ୍ରାମରେ ଓ ଅରିଲୋ ପଂଚାୟତ ବେଲବଣ ପୀଠରେ ଅନୁଷ୍ଠିତ  କର୍ମୀ ସମ୍ମିଳନୀରେ ଶହ ଶହ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଥିଲେ । ସେହିପରି ଗରାମ ପଂଚାୟତର ସ୍କୁଲ ପଡିଆରେ ଓ ନାଗପୁର ପଂଚାୟତ ମା ଜାଗୁଳେଇ ପୀଠରେ ଅନୁଷ୍ଠିତ  କର୍ମୀ ସମ୍ମିଳନୀରେ ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଥିଲେ । ଏପରିକି କୃଷ୍ଣଦାସପୁର ପଂଚାୟତ ଓ ଗୋଡା ପଂଚାୟତ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ରଘୁନନ୍ଦନଙ୍କ ବାସଭବନକୁ ଯାଇ ବିଜେଡିରେ ଯୋଗଦେଇଥିବା ଜଣାପଡିଛି ।  ଏମିତିକି ପ୍ରତିଦିନ ବିଜେପି ଓ କଂଗ୍ରେସର କର୍ମୀମାନେ ବିଜେଡିରେ ଯୋଗଦେଇଥିବା ଜଣାପଡିଛି । ରଘୁନନ୍ଦନଙ୍କ ବ୍ୟକ୍ତିତ୍ୱ ଓ ଲୋକପ୍ରିୟତା ଦେଖି ବିଜେଡି ଦିନକୁ ଦିନ ସୁଦୃଢ଼ ହେଉଥିବା ଦେଖି ବିରୋଧି କୁଆଡେ ଝାଉଁଳି ପଡିଲେଣି ବୋଲି କୁହାଯାଉଛି । ସବୁଠୁ ବଡ କଥା ହେଲା ହେ ସିଂହ ଗର୍ଜ୍ଜନ ଦେଉଥିବା ଦାମ ବାବୁ କୁଆଡେ  ଝାପ୍ସା ହୋଇଗଲେଣି ଆଉ ତାଙ୍କ ସୋର ଶବଦ ଜୋର ଆଉ ଶୁଭୁନି |  ବାଲିକୁଦା ବିଜେପ ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ଦଳୀୟ କର୍ମୀଙ୍କ ଅସନ୍ତୋଷକୁ ଦେଖି ରଘୁନନ୍ଦନ ଜିତିବାଟା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । 

 

0
0
0
s2sdefault