ହେଡଲାଇନସ୍:

କଂଗ୍ରେସକୁ ୫ ବର୍ଷ ସୁଯୋଗ ଦିଅନ୍ତୁ, ଯଦି ପରିବର୍ତ୍ତନ ନ ଆସେ ତେବେ ଆମକୁ ବିଦା କରିଦେବେ: ନବଜ୍ୟୋତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର,(ଉଜ୍ଜ୍ୱଳ କର): ବାଲେଶ୍ୱରର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଭୋଗରାଇ ନିର୍ବାଚନ ମଣ୍ଡଳୀର ନାଚିନ୍ଦାରେ ଏକ ବିଶାଳ ରୋଡ ସୋ’ରୁ ଆଜିର ପ୍ରଚାର ଆରମ୍ଭ ହେଇଥିଲା । କଂଗ୍ରେସ ଗରିବୀରୁ ମୁକ୍ତି ପାଇଁ ‘ନ୍ୟାୟ’ ଯୋଜନାକୁ ନେଇ ଜନତାଙ୍କ ପାଖରେ ଭୋଟ୍ ଭିକ୍ଷା କରୁଥିଲା ବେଳେ, ବିଜେଡି ଓ ବିଜେପି ମୁଦ୍ଦା  ବିହୀନ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଭୋଗରାଇ ବୁଦ୍ଧିଜୀବୀ ଓ ସାହିତ୍ୟିକଙ୍କ ମାଟି କିନ୍ତୁ ଏଠାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପରେ ଭୁଷୁଡି ପଡିଛି, ଗତ ୧୯ ବର୍ଷରେ କୌଣସି ବି ଆଖିଦୃଶିଆ ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ସେ ପ୍ରତିଜ୍ଞା କରି କହିଥିଲେ ଯେ କଂଗ୍ରେସକୁ ୫ ବର୍ଷ ସୁଯୋଗ ଦେଲେ ଓଡିଶାରେ ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷାରେ ପରିବର୍ତ୍ତନ ଆଣିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ । ଏଥିସହିତ ଜିଲ୍ଲାରେ ନାରୀମାନଙ୍କ ସୁରକ୍ଷା, କର୍ମନିଯୁକ୍ତି ସୃଷ୍ଟି, ସମୁଦ୍ର ତଟୀୟ ବିକାଶ ସହିତ ପର୍ଯ୍ୟଟନର ବିକାଶ ଦିଗରେ ମୂଳ ଆଭିମୁଖା ରହିବ ବୋଲି ସେ ପ୍ରକାଶ କରିଥିଲେ । 

0
0
0
s2sdefault