କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର/ଉଜ୍ଜ୍ୱଳ କର : ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋରଦାର ଚାଲିଥିଲା ବେଳେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ଗତ ନିର୍ବାଚନରେ ଜିତିଥିବା ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ଆଗାମୀ ନିର୍ବାଚନ ପାଇଁ ଜନସାଧାରଣ ନାକ ଟେକୁଥିଲା ବେଳେ କଂଗ୍ରେସ ତାହାର ସ୍ଥାନ ଦଖଲ କରିବ ବୋଲି ଆଶା ବାନ୍ଧିଛି । ଏହି ଅବସରରେ କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ବିଭିନ୍ନ ପଞ୍ଚାୟତମାନଙ୍କରେ ଜୋରଦାର ପ୍ରଚାର ଅଭିଯାନ ଚଳାଇଛନ୍ତି । ଦିନକୁ ଦିନ ଜନସମର୍ଥନ ମିଳୁଥିବାର ଦେଖିବାକୁ ମିଳୁଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଗାମୀ ନିର୍ବାଚନରେ ଜିତିଲେ ବାଲେଶ୍ୱରର ସର୍ବାଙ୍ଗୀନ ବିକାଶ ଦିଗରେ ଦୃଷ୍ଟି ଦେବେ ବୋଲି ସେ ପ୍ରକାଶ କରିଥିଲେ । ଗତ କିଛି ଦିନ ହେବ ବାଲେଶ୍ୱରରେ ତାଙ୍କର ଅନୁପସ୍ଥିତକୁ ନେଇ ପରଦେଶୀ ଚଢେଇ ବୋଲି କିଛି ଲୋକ ପ୍ରଶ୍ନ କରୁଥିବା ବେଳେ ଏହାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ । କେତେକ ଗୁରୁତ୍ୱପୂର୍ଣ୍ଣ  ପାରିବାରିକ ଅସୁବିଧା ଯୋଗୁଁ ବେଶ୍ କିଛି ଦିନ ଅନୁପସ୍ଥିତକୁ ସ୍ୱୀକାର କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ସବୁ ଠିକ୍ ଠାକ୍ ଥିବା ବେଳେ ସେ ସାଧାରଣ ଲୋକଙ୍କ ସହ ରହି କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରି ନିର୍ବାଚନ ଋଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ଶ୍ରୀ ଦାସପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ବିଧାୟକ କ୍ଷମତାକୁ ଆସିଲେ ସମାଜର ଲୋକଙ୍କ ପାଖରେ ରହି ସେବା କରିବା ସହିତ ବାଲେଶ୍ୱରର ବିକାଶ ମୂଳ ଲକ୍ଷ ହେବ ବୋଲି ସେ ଏହି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

0
0
0
s2sdefault