ଲୁଚିଛି ନ ଗୋଡ ଦି ତା ଦିଶୁଛି. ଯେତେ ତାଳି ପକାଇଲେ ବି ବିଜେଡି ଫାଟ ଜଳ  ଜଳ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାରିପଦା ପୌରପରିଷଦକୁ ନେଇ ବିଜଦ ଅଡ଼ୁଆରେ

ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ପୌରପରିଷଦ, ଖୁଣ୍ଟା ଓ ବାରିପଦା ବ୍ଲକ ସହିତ ବଡ଼ସାହି ବ୍ଲକର ୯ଟି ପଞ୍ଚାୟତକୁ ନେଇ ଗଠିତ ବାରିପଦା(ସଂ) ନିର୍ବାଚନ ମଣ୍ଡଳୀ  ଗଠିତ ହୋଇଥିବା ବେଳେ ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ ୮ ହଜାରରୁ ଅଧିକ । ଏହା ମଧ୍ୟରେ ବାରିପଦା ପୌରପରିଷଦର ଭୋଟର ସଂଖ୍ୟା ପ୍ରାୟ ୭୪,୬୩୯ରୁ ଅଧିକ ।  ତେଣୁ ୨୦୧୯ ଏପ୍ରିଲ ୨୯ରେ ହେବାକୁ ଥିବା ଲୋକସଭା ଓ ବାରିପଦା ବିଧାନସଭା ନିର୍ବାଚନରେ ବାରିପଦା ପୌରପରିଷଦ ପ୍ରାର୍ଥୀମାନଙ୍କ ନିମନ୍ତେ ଅନେକ ଗୁରୁତ୍ୱ ବହନ କରୁଛି । ଏହି ସମୟରେ ନିର୍ବାଚନ ଯେତିକି ପାଖେଇ ଆସୁଛି ପୌରପରିଷଦକୁ ନେଇ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ ସେତିକି ଅଡ଼ୁଆ ମଧ୍ୟକୁ ଟାଣି ହୋଇଯାଉଛନ୍ତି । ଏହାର ମୁଖ୍ୟ କାରଣ ବାରିପଦା ପୌରପରିଷଦରେ ହେବାକୁ ଥିବା ନିର୍ବାଚନକୁ କେନ୍ଦ୍ର କରି । ଫଳରେ କାଉନସିଲରମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଓ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ପୌରପରିଷଦର ନଗରପାଳ ପଦବୀ ହାତେଇବା ନିମନ୍ତେ ଦେଖାଦେଇଥିବା ପ୍ରତିଯୋଗିତା ମୁଖ୍ୟ କାରଣ ବୋଲି ପୌରପରିଷଦରେ ହେଉଥିବା  ଚର୍ଚ୍ଚାରୁ ଜଣାପଡ଼ିଛି । ଏହି ଅସନ୍ତୋଷ ଓ ମତ ପାର୍ଥକ୍ୟକୁ ଦୂର କରାଇବା ନିମନ୍ତେ ବିଜେଡ଼ି ପକ୍ଷରୁ ଆରମ୍ଭ ହୋଇଛି କସରତ । ବାରିପଦା ନିର୍ବାଚନ ମଣ୍ଡଳୀର ବିଜେଡ଼ିର କୋ-ପର୍ଯ୍ୟବେକ୍ଷକ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ସମସ୍ୟାର ସମାଧାନର ଭାର ନ୍ୟସ୍ତ କରାଯାଇଥିବାର ଜଣାପଡ଼ିଛି ଏବଂ ବିଧାୟକ ଶ୍ରୀମିଶ୍ର ବିଜେଡ଼ି କାର୍ଯ୍ୟାଳୟରେ ପୌରପରିଷଦର ସମସ୍ତ ଦଳୀୟ କାଉନସିଲରମାନଙ୍କୁ ନେଇ ଏକ ବୈଠକ ଆୟୋଜନ ମାଧ୍ୟମରେ ସମସ୍ତଙ୍କୁ ମନେଇବା ନିମନ୍ତେ ଉଦ୍ୟମ କରିଥିଲେ । କିନ୍ତୁ, ବୈଠକମାଧ୍ୟମରେ ପୌରପରିଷଦରେ ବିଜେଡ଼ି ଦଳରେ କୌଣସି ମତ ପାର୍ଥକ୍ୟ ନଥିବା ଏବଂ ଦଳରେ ଏକାତା ରହିଥିବା ବିଷୟକୁ ପ୍ରମାଣିତ କରାଇବା ପାଇଁ ଭରପୁର ଉଦ୍ୟମ କରାଯାଇଥିବା ବେଳେ ଏହା ଲୁଚିଛି ନା ପାଦ ଦୁଇଟି ଦିଶୁଛିରେ ପରିଣତ ହୋଇଛି । ବିଜେଡ଼ିର ବିଧାୟିକା ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମଙ୍କ ଅତି ପାଖ ଲୋକ ବୋଲି ନିଜକୁ ଉପସ୍ଥାପିତ କରାଉଥିବା ଜନୈକ ବରିଷ୍ଟ କାଉନସିଲର ସହ ଅନ୍ୟ କେତେକ କାଉନସିଲର ଶ୍ରୀମତୀ ହେମ୍ବ୍ରମଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରାଇବା ସହ ଅନ୍ୟକୁ ନୁ୍ୟନ କରାଇବା ନିମନ୍ତେ ଏକ ପ୍ରକାରର ପ୍ରତିଯୋଗିତା ଚାଲିଛି । ଏଥି ସହିତ ବାରିପଦା ବିଧାୟକ ତଥା ଉପବାଚସ୍ପତିଙ୍କ ସମର୍ଥକମାନଙ୍କୁ ଅଣଦେଖା ପ୍ରଦର୍ଶନ ସହ କୋଣଠେସା କରାଯାଉଥିବା ବିଷୟକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ସମୟରେ ବିଧାୟିକା ପ୍ରାର୍ଥୀ ତାଙ୍କର କେତେକ ପାଖ ଲୋକମାନଙ୍କୁ ଧରି ଗୁପ୍ତ ବୈଠକ ଆୟୋଜନକୁ ନେଇ ବିଜେଡ଼ି କର୍ମୀମହଲରେ ଟୁପୁରୁଟାପର ଆରମ୍ଭ ହୋଇଯାଇଛି । ଏଥି ସହିତ ବିଜେଡ଼ିର ଯୁବ, ଛାତ୍ର ସଂଙ୍ଗଠନର ନେତା ଓ କର୍ମୀମାନଙ୍କୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖାଯାଉଥିବା ବିଷୟକୁ ନେଇ ଚର୍ଚ୍ଚା ହେଉଛି । ଯାହା ବିଜେଡ଼ି ନିମନ୍ତେ ଶୁଭ ସଙ୍କେତ ନୁହେଁ ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । 

 

0
0
0
s2sdefault