ହତଭାଗା ବିଜୟ, ଆଶାକୁ ମାଟିରେ ମିଶାଇ ଆଖି ବୁଜିଲେ ବେଦପ୍ରକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ମୃତ୍ୟୁକୁ ନେଇ ରାଜନୀତି ଅନୁଚିତ | ହେଲେ ଜଣକର ମୃତ୍ୟୁ ଯେ ଆଉ ଜଣକର ଜୀବନର ଶେଷ ଆଶା ଟିକକ ବି ଉଜାଡ଼ିଦେବ ସେ ବିଷୟରେ ଆଲୋଚନା ଅନ୍ ଏଥିକାଲ ହେଲେ ବି ଉପସ୍ଥାପନ କରଚୁ | ବହୁଚର୍ଚ୍ଚିତ ପାଟକୁରା ନିର୍ବାଚନମଣ୍ଡଳୀକୁ ନେଇ ବଡ ଖବର | କେୟାର ହସ୍ପିଟାଲରେ  ଚିକିତ୍ସାଧୀନ ବିଜେଡି ନେତା ତଥା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ଆଖି ବୁଜିଛନ୍ତି | ତାଙ୍କ ଦେହାନ୍ତରେ ପାଟକୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି | ନିର୍ବାଚନ ନିୟମ ଅନୁଯାୟି ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ସ୍ଥଗିତ ରହିବ | ହେଲେ ଏହି ଅଘଟଣ ପରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ | ବେଦ ବାବୁଙ୍କ ସହ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବା ସ୍ବପ୍ନ ଟିକକ ଉପରେ ଆଶଙ୍କା ଚିହ୍ନ ଲାଗିଯାଇଛି | କାଲି କିଏ ଦେଖିଚି, ଆଉ ରାଜନୀତି କାଲି କି ମୋଡ ନେବା ତାହା କହିବା ଅସମ୍ଭବ | କିନ୍ତୁ ଏଥର ବିଜୟ -ଦିଲ୍ଲୀପ ଯୋଡି ଯେଉଁଭାବେ ରଣନୀତି ପ୍ରସ୍ତୁତ କରି ମାଡି ଛାଲିଥିଲେ, ବିଜୟ ବିଜୟଶ୍ରୀ ମଣ୍ଡିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚା ହେଉଥିଲା | ହେଲେ ଆଜି ପୂର୍ବତନ ମନ୍ତ୍ରୀ ବେଦ ବାବୁଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତ ପାଟକୁରା ରାଜନୀତିକୁ ଅନିଶ୍ଚିତ  କରିଦେଇଛି | ଲଢେଇ ହୋଇ ହାରିଥାନ୍ତେ ବା ଜିତିଥାନ୍ତେ ତାହଁ ଭିନ୍ନ କଥା | ହେଲେ ଏଭଳି ଅଘଟଣ ପରିପ୍ରେକ୍ଷୀରେ ପାଟକୁରା ରାଜନୀତିକୁ ନେଇ କାହା ପାଖରେ କିଛି ଭାଷା ନାହିଁ | ଏଇନେ ଲୋକେ ପାଟକୁରା ନିର୍ବାଚନମଣ୍ଡଳୀରେ ବେଦ ବାବୁଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରୁଥିବା ବେଳେ ବିଜୟଙ୍କ ରାଜନୈତିକ ଭାଗ୍ୟକୁ ନେଉ ଦୁଃଖ କରି " ବିଜୟ ହତଭାଗା ବୋଲି କହୁଛନ୍ତି |

0
0
0
s2sdefault