କହୁ କହୁ ମହାରାଜା  କହିଦେଲେ ହୃଦୟର କଥା " ବିଜେଡ଼ିକୁ ଭୋଟ ଦିଅ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଦିହ କଲିକତା ମନ ଓଡିଶା ପରି  ଶରୀର ବିଜେପି ହେଲେ ଆତ୍ମା ବିଜେଡି !!!!!

ବାରିପଦା/Dillip Mohanty  : ମୋରଡା ବିଧାୟକ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ୨୦୧୯ ନିର୍ବାଚନରେ ବିଜେଡି ଟିକଟରୁ ବଞ୍ଚିତ ହେବା ପରେ ବିଜେଡିର ମୟୂରଭଞ୍ଜ ଜିଲ୍ଲା ସଭାପତି ସହ ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହେବା ପରେ ବିଜେପି ତାଙ୍କୁ ଜିଲ୍ଲା ପ୍ରଚାର କିମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି । ପ୍ରଚାର କିମଟି ଅଧ୍ୟକ୍ଷ ପବଦୀ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ହୋଇଥିବା ବେଳେ ମହାରାଜା ପ୍ରବୀଣ ବାରିପଦା ଛଉ ପଡ଼ିଆ ଠାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ସରକାରର ଅପାରଗତାକୁ କଟୁ ସମାଲୋଚନା କରିବା ସହ ମୟୂରଭଞ୍ଜ ଜିଲ୍ଲାରେ ବିଗତ ୧୯ବର୍ଷ ଧରି କୌଣସି ଉନ୍ନତି ହୋଇ ନଥିବାର କହିଥିଲେ । ଏପରିକି ଏଠାକର ଲୋକେ ଏବେ ବି ଗରିବ ହୋଇ ରହିଛନ୍ତି । ଦିର୍ଘ ୧୯ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଇଚ୍ଛାଶକ୍ତି ଓ ଆନ୍ତରିକତାର ଅଭାବ କାରଣରୁ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ହେଲେ ଶିଳ୍ପ ପ୍ରତିÂା ସମ୍ଭବ ହୋଇପାରି ନାହିଁ  । ଫଳରେ ଏଠାରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି । ତେଣୁ ମୟୂରଭଞ୍ଜ ଜିଲ୍ଲା ଓ ଓଡ଼ିଶାର ବିକାଶ ନିମେନ୍ତ ଡବଲଇଞ୍ଜିନ ସରକାରର ଆବଶ୍ୟକତା ରହିଥିବାରୁ ଏପ୍ରିଲ ୨୯ରେ ମତଦାନରେ ସମସ୍ତେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ପ୍ରାର୍ଥିଙ୍କୁ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏହାକୁ ନେଇ ମଞ୍ଚାସୀନ ସମସ୍ତ ବ୍ୟକ୍ତି ଓ ଉପସ୍ଥିତ ଜନସାଧାରଣଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । ତେବେ ମହାରାଜା ବିଜେଡି ଛାଡି ବିଜେପିରେ ମିଶିଛନ୍ତି ସତ, ହେଲେ ବର୍ତମାନ ପର୍ଯ୍ୟନ୍ତ ତାଙ୍କ ଶରୀର ବିଜେପିରେ ଥିବା ବେଳେ ଆତ୍ମା ବିଜେଡିରେ ରହିଛି ବୋଲି ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । 

0
0
0
s2sdefault