ବ୍ୟାସନଗର ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଟି ଗଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟାସନଗର (jayashankar Dash) : ବ୍ୟାସନଗରସ୍ଥିତ ଚୋରଦା ବାଇପାସଠାରେ ଥିବା ଭାଜାପା କାର୍ଯ୍ୟାଳୟରେ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ  ହୋଇଥିଲା । ଏହି ବୈଠକରେ ସର୍ବସମ୍ମତିକ୍ରମେ ନିତ୍ୟାନନ୍ଦ ମହାଳିକଙ୍କୁ କମିଟିର ସଭାପତି ରୂପେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ସର୍ବଶ୍ରୀମତୀ ସଂଚିତା ମହାନ୍ତି, ଚନ୍ଦ୍ରଶେଖର ପଣ୍ଡା, ମିଞ୍ଜୁନ ମହାନ୍ତି, , ବିଜୟ ପଣ୍ଡା ନିର୍ବାଚନ କମିଟିର ଉପଦେଷ୍ଟା  ଭାବେ କାର୍ଯ୍ୟକରିବେ ବୋଲି ସର୍ବସମ୍ମତି କ୍ରମେ ଗୃହିତ କରାଯାଇଥିଲା । ତାପରେ କମିଟିର ୯ଜଣ ପ୍ରମୁଖ ୨୬ ଗୋଟି ୱାର୍ଡରେ  ଭା.ଜ.ପା ର ପ୍ରଚାର କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।  ନିର୍ବାଚନ କମିଟିର ସଭାପତି ଭାବେ ନିତ୍ୟାନନ୍ଦ ମହାଳିକ, ଅଯୋଧ୍ୟା ଜେନା, ଟୁଲଟୁଲ ଜେନା, ଅଶୋକ ପୁହାଣ, ଅରୁଣ ଦାସ, ଶିବ ଆଇଚ, ଆଶିସ ଦାସ, ପ୍ରଶାନ୍ତ ବୋଇତାଇ, ସରୋଜ ଦେ ଏବଂ ନିର୍ବାଚନ କମିଟିର ସଂଯୋଜକ ଭାବେ ଇତିଶ୍ରୀ ଜେନା, ଦୁଷ୍ମନ୍ତ ରାଉତ, ସୁଶୀଲ ମଲ୍ଲିକ, ପ୍ରସନ୍ନ ସାମଲ, ନିରଞ୍ଜନ ଘଡ଼ାଇ, ସବିତା ଖୁଣ୍ଟିଆ , ଯଶୋବନ୍ତ ମଲ୍ଲିକ. ମାନସୀ ମଲ୍ଲିକ, ଅଭିଷେକ ପୋହି ପ୍ରମୁଖ ମନୋନୀତ ହୋଇଥିଲେ । ବ୍ୟାସନଗରର ପ୍ରଭାରୀ ଭାବେ ଭାଜପା କୋରାଇର ନେତା ବିଶ୍ୱଜିତ ନାୟକଙ୍କ ଜରିଆରେ ପ୍ରସନ୍ନ ରାଉତ ପ୍ରଭାରୀ ଓ ସହ-ପ୍ରଭାରୀ ଭାବେ ରଂଜିତ ବଡ଼ଜେନାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କମିଟିକୁ ସମସ୍ତ କର୍ମକର୍ତ୍ତା ଗ୍ରହଣ କରିବାକୁ ଶ୍ରୀ ନାୟକ ସମସ୍ତଙ୍କୁ ନିବେଦନ କରିଛି  । 

0
0
0
s2sdefault