କେବେ ଯିବେ ଏମାନେ ନିଜ ଦଳ ପାଇଁ ପ୍ରଚାରକୁ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନିରଞ୍ଜନ ଖଣ୍ଡପଡ଼ା, ପ୍ରଶାନ୍ତ ବେଗୁନିଆ ଆଉ ଦାମ ବାବୁ ପାରାଦୀପ !!!! 

ଭୁବନେଶ୍ୱର : ରାତି ପାହିଲେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ |  ତୃତୀୟ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର | ହେଲେ କିଛି ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କିଛି ନେତାଙ୍କୁ ଖୋଜୁଛନ୍ତି ଦଳୀୟ ଭୋଟର | ଆଉ ସେମାନେ ଆସି ପ୍ରଚାର କରିଦେଲେ ଦଳୀୟ ପ୍ରାର୍ଥୀଙ୍କ ଭୋଟ ନିହାତି ବଢ଼ିଯିବ, ଏହା ନିଃସନ୍ଦେହ | ହେଲେ ଏଯାଏ ସେଇ ନେତାମାନେ ଆସିନାହାନ୍ତି ଠାରେ ବି ପ୍ରଚାର ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ | ସେମାନଙ୍କ ଅନୁପସ୍ଥିତି ଲୋକଙ୍କ ଭିତରେ ଗୋଟାଏ ଭାବନା ସୃଷ୍ଟି କରୁଛି , ଆଉ ଦଳୀୟ ପ୍ରାର୍ଥୀ "ଡ଼ମି" ନୁହନ୍ତି ତ ! ଆମେ ଯେଉଁ ନେତାଙ୍କ ବିଷୟରେ କହୁଛୁ ସେମାନେ ହେଲେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଡ଼ ଦାମୋଦର ରାଉତ ଓ ବିଜେଡି ସାଂସଦ ଅଭିନେତା ପ୍ରଶାନ୍ତ ନନ୍ଦ |

ନିରଞ୍ଜନ ପଟ୍ଟନାୟକଙ୍କ ଅନୁପସ୍ଥିତି ବାରି ହୋଇ ପଡୁଛି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ | ଭୋଟରମାନେ ବୁଝି ପାରୁନାହାନ୍ତି ଦଳୀୟ ପ୍ରାର୍ଥୀ ବାସ୍ତବିକ ଦଳୀୟ ପ୍ରାର୍ଥୀ ନା ନାହିଁ ??? ଲୋକ କହୁଛନ୍ତି କଂଗ୍ରେସ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିଙ୍କୁ ଜାଣିଶୁଣି ଧଇଁଆ କ୍ୟାଣ୍ଡିଡେଟ ଦିଆଯାଇଛି | କାରଣ ସେଠାରୁ ନିରଞ୍ଜନଙ୍କ ପ୍ରିୟ ଅନୁଜ ସୌମ୍ୟରଂଜନ ବିଜୁ ଜନତା ଦଳ ପ୍ରାର୍ଥୀ | ତେଣୁ ଲଗାତାର ଭାବେ ହାରିଥିବା ସୌମ୍ୟରଞ୍ଜନଙ୍କ ଚଳିତ ଥର ବିଜୟ ସୁନିଶ୍ଚିତ କରିବା ପାଇଁ ଦୁର୍ବଳ ପ୍ରାର୍ଥୀ ଦେଇଛନ୍ତି ଯେତେବେଳେ ଆଉ ପ୍ରଚାରକୁ ଆସିବେ କଣ ବୋଲି ଖଣ୍ଡପଡାରେ ଚର୍ଚା | କଂଗ୍ରେସ ଭୋଟ କେମିତି ସୌମ୍ୟ ବାବୁଙ୍କ ପାଖକୁ ଯିବା ସେଥିପାଇଁ ପିସିସି ରାଜ୍ୟ କଂଗ୍ରେସ ବ୍ୟବସ୍ଥା କରିଦେଇଛି ବୋଲି କଂଗ୍ରେସ ଭୋଟରଙ୍କ ଭିତରେ ଆଲୋଚନା |

ସେହିପରି ପାରାଦୀପର ବିଜେପି ଭୋଟର ଖୋଜୁଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କୁ | ପାରାଦୀପର ବିଧାୟକ ଥିବା ଦାମ ବାବୁ ଥରେ ଆସି ପ୍ରଚାର କରି ଦେଇ ଯାନ୍ତେ ତେବେ ଭୋଟରଙ୍କ ଉପରେ ତାହାର ପ୍ରଭାବ ପଡିପାରନ୍ତା | ହେଲେ ତାହା ମୈଦାନରେ ପ୍ରତିଫଳିତ ହେଉନାହିଁ | କାରଣ ସେଠୁ ବିଜେଡିରୁ ପ୍ରାର୍ଥୀ ହେଉଛନ୍ତି ଦାମ ବାବୁଙ୍କ ପୁଅ ବାପି ନା ସମ୍ବିତ | ତେଣୁ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନକରି ସେ କୁଆଡେ ବିଜେଡି ପ୍ରାର୍ଥୀ(ନିଜ ପୁଅ)ଙ୍କ ପାଇଁ ପ୍ରଚାର କରୁଛନ୍ତି ରାତିରେ ବୋଲି ବିଜେପି କର୍ମୀ ଓ ନେତାଙ୍କ ଭିତରେ ଚର୍ଚା |

ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀ ହେଲା ବୋଲଗଡ-ବେଗୁନିଆ | ସେଠୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ରାଜେନ୍ଦ୍ର ସାହୁ | ସେଠୁ ବିଧାୟକ ହୋଇ ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ ବିଜେପି କୋଟାରୁ ମନ୍ତ୍ରୀ ହୋଇ ଅଧାରୁ ବିଦା ହୋଇଥିବା ଅଭିନେତା ପ୍ରଶାନ୍ତ ନନ୍ଦ ଏବେ ରାଜ୍ୟ ସଭାରେ ବିଜେଡି ସାଂସଦ | ତାଙ୍କୁ ବି ବିଜେଡି ଭୋଟର ଖୋଜିବା ସ୍ୱାଭାବିକ ପ୍ରଚାର ମୈଦାନରେ | ହେଲେ ରେ ବିଜେଡି ପ୍ରଚାର ଟିମରୁ ଗାଏବ | ଅସଲ କାରଣଟା ହେଲା ଯେ ସେ ତାଙ୍କ ପୁଅ ଋଷଭଙ୍କ ପାଇଁ ବିଜେଡି ଟିକଟ ପାଇଁ ଚେଷ୍ଟା କରି ବିଫଳ ହେବାପରେ ତାଙ୍କୁ ବିଜେପିକୁ ଠେଲି ଦେଇ ବେଗୁନିଆରୁ ବିଜେପିରୁ ପ୍ରାର୍ଥୀ କରାଇଛନ୍ତି | ବିଜେଡି ସଂସଦ ପ୍ରଶାନ୍ତ ନନ୍ଦ ଏବେ ବେଗୁନିଆରେ ବିଜେପି ପ୍ରାର୍ଥୀ ଋଷବହଙ୍କ ପାଇଁ ପ୍ରଚାର କରୁଛନ୍ତି | ଓପନ ନହେଲେ ବି ଗୋପନରେ | ପ୍ରଶାନ୍ତ ତାଙ୍କ ଏଜେନ୍ସିଗୁଡିକୁ ବିଜେଡ଼ିକୁ ଭୋଟ ଦେବା ପାଇଁ କହିବା ବଦଳରେ କୁଆଡେ ନିଜ ପୁଅ ବା ବିଜେପି ପ୍ରାର୍ଥୀଙ୍କୁ ଦେବା ପାଇଁ କହୁଥିବା ଚର୍ଚା ହେଉଛି | ଆଉ ସେମାନଙ୍କୁ ଡବଲ ଲାଡ (ଏମପି/ଏମଏଲଏ ଲାଡ) ଲୋଭ ବି ଦେଖାଉଛନ୍ତି ବୋଲି ଚର୍ଚା | ଅବଶ୍ୟ ରାଜନୀତିରେ ଏମିତି ଅନେକ ଚର୍ଚା ହେବ | ହେଲେ ଏହି ନେତା ମାନଙ୍କର  ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ନଆସିବା ଏଭଳି ଚର୍ଚା ଉପରେ ସନ୍ଦେହରେ ମୋହର ଲଗାଇଦେଉଛି | ଆଉ ତାହା ହେବ ସ୍ୱାଭାବିକ | କାରଣ ଏମାନେ ଏଭଳି ନେତା, ଯେଉଁମାନଙ୍କ ଉପସ୍ଥିତି ବା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଦଳ ପାଇଁ ବେଶ ଉପକାରୀ ହୋଇପାରନ୍ତା | 

0
0
0
s2sdefault