ସ୍ଲୋଗାନ ବଦଳିଗଲା :  "ନମୋ ଏଗେନ"ରୁ "ନବୀନ ଏଗେନ" !!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାର ବାଇକ ଗାର୍ଲ ତଥା ବିଜେପି ଆଦିବାସୀ ୟଙ୍ଗ ଫେସ, ଅନୁସୂଚିତ ଜନଜାତି ସେଲ୍‍ ମୁଖପାତ୍ର ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଛବି ମାହାଲିଙ୍କୁ ପଦ୍ମ ହାତ ଛାଡି ଶଙ୍ଖ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି | ନବୀନ ନିବାସ ଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଛବି ବିଜେଡିରେ ଯୋଗ ଦେଇଛନ୍ତି | ତାଙ୍କର ଯୋଗଦାନ ବିଜେଡ଼ିକୁ ମୟୁରଭଞ୍ଜ ଜିଲ୍ଲାରେ ବେଶ ସହାୟକ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି |

 ନଭେମ୍ବର ୨୭, ୨୦୧୬ରେ ଆମ ଆଦମୀ ପାର୍ଟି ଛାଡି କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ "ଝାଡୁ" ଟୋପି "ଗେରୁଆ" ଟୋପିରେ ପରିବର୍ତ୍ତନ ହୋଇଥିଲା | ସେ ବିଜେପିରେ ଯୋଗଦେଇ ବିଜେପିପାଇଁ ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଥିଲେ | ବିଜେପି ସର୍କଲରେ ତାଙ୍କର ପତିଆରା କିଛିଦିନ ମଧ୍ୟରେ ବଢିଥିଲା, କେନ୍ଦ୍ରମନ୍ତ୍ରୀଙ୍କ ସହ ମଧ୍ୟ ଭଲ ସମ୍ପର୍କଥିଲା | ହେଲେ ଗତବର୍ଷ ଜୁନ ମାସରେ କଣ ପାନରୁ ଚୂନ ଖସିଲା କେଜାଣି ମୟୁରଭଞ୍ଜ ଜିଲ୍ଲାରେ ମହିଳା ସୁରକ୍ଷା ପଦଯାତ୍ରା ବେଳେ ସେ ରାଜ୍ୟ ବିଜେପି ମହିଲା ମୋର୍ଚା ନେତ୍ରୀ ପ୍ରଭାତୀ ପରିଡା ଆଉ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଭିଯୋଗ  ଆଣିଥିଲେ | ଆଉ ତାହା ସେତେବେଳେ ଦଳକୁ ଅଡୁଆରେ ପକାଇଥିଲା | ଏହା ସତ୍ତ୍ୱେ ନଭେମ୍ବର ମାସରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଈଂଟରନ୍ୟାଶନାଲ ଭିଜିଟର ଲିଡରସିପ ପ୍ରୋଗ୍ରାମ ପାଇଁ ଆମେରିକା ପଠାଯାଇଥିଲା | ଯଦିଓ ଗତ କିଛିଦିନ ହେଲା ଦଳର କିଛି ନେତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ | ତଥାପି ଶୁଣାଯାଉଥିଲା ସେ ବାଙ୍ଗିରିପୋଷୀରୁ ଟିକେଟ ନେବେ | ହେଲେ ଦଳୀୟ ଟିକଟ ତାଙ୍କୁ ମିଳିନଥିଲା | ବୋଧହୁଏ ସେଥିପାଇଁ ସେ ଦଳ ଛାଡିଥିବା ଅନୁମାନ କରାଯାଉଛି | ସ୍ଲୋଗାନ ବଦଳିଯାଇଛି ତାଙ୍କ ପାଇଁ "ନମୋ ଏଗେନ"ରୁ "ନବୀନ ଏଗେନ"କୁ ବଦଳି ଯାଇଛି |  

ସୂଚନାଯୋଗ୍ୟ ଯେ ୨୦୧୪ ନିର୍ବାଚନରେ ସେ ଆପର ଲୋକସଭା ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ | ଆଉ ବେଶ ଚର୍ଚାରେ ଥିଲେ ତାଙ୍କ  ବାଇକ ପ୍ରଚାର ଶୈଳୀ | ମୟୁରଭଞ୍ଜ ରାଜନୀତିରେ ତାଙ୍କର ଦମଦାର ଏଣ୍ଟ୍ରି ଓ ଭିନ୍ନ ପ୍ରଚାର ଶୈଳୀ ଚର୍ଚାର ବିଷୟ ପାଲଟିଥିଲା | ଆଉ ତାଙ୍କ ଭିତରେ ଲିଡରସିପ କ୍ୱାଲିଟି ବି ଦେଖିବାକୁ ମିଳିଥିଲା | ସ୍ୱଳ୍ପ ସମୟ ଓ ସୀମିତ ସମ୍ବଳ ଭିତରେ ସେ ଯଦିଓ ଭୋଟ ଅଧିକ ପାଇପାରିନଥିଲେ ତଥାପି ଜଣେ ଲିଡର ଭାବେ ତାଙ୍କ ମୂଳ ଦୁଆ ପକାଇ ପାରିଥିଲେ ଛବି | ୧୦ ଜଣ ପ୍ରାର୍ଥୀଙ୍କ ଭିତରେ ସ୍ଥାନରେ ରହି ମୋଟ ୮,୧୮୩ଟି ଭୋଟ ପାଇଥିଲେ | ଧୀରେ ଧୀରେ ତାଙ୍କ ଗ୍ରହଣୀୟତା ବୃଦ୍ଧି ପାଇବାରେ ଲାଗିଥିଲା | ଆଉ ବିଜେପିରେ ଯୋଗ ଦେବା ପରେ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ସେ ତାଙ୍କ ସାଂଗଠନିକ ସ୍ଥିତିକୁ ଧୀରେ ଧୀରେ ମଜଭୁତ କରିବାରେ ଲାଗିଥିଲେ | ତାଙ୍କ ଯୋଗଦାନ ବିଜେଡି ପାଇଁ କିଛି ମାତ୍ରାରେ ସହାୟକ ହୋଇପାରେ |

ମୟୁରଭଂଜ ବିଜେପି ସଂଗଠନରେ ଭୂଚଳ ସୃଷ୍ଟି କରିଥିବା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ଏହା ଆଉ ଏକ ଜିତ, କାରଣ ଛବି ବିଜେପି ଭିତରେ ଦଳର ମହିଳା ଆଦିବାସୀ ଫେସ ଭାବେ ଆସ୍ଥାନ ଜମାଇ ଆସିଥିଲେ |  ନବୀନନିବାସରେ ଛବିଙ୍କ ଏହି ଯୋଗଦାନ ବେଳେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଅନ୍ୟତମ ସହ ପର୍ଯ୍ୟବେକ୍ଷକ ଡାକ୍ତର ହରିଶ ଚୌଧୁରୀ ଉପସ୍ଥିତ ଥିଲେ |  

0
0
0
s2sdefault