ସାନନ୍ଦଙ୍କୁ କୋଣଠେସା ପଡୁଛି ମହାଙ୍ଗା, ତାଙ୍କ ବିନା ବୁଡିପାରେ ବିଜେଡି ଡଙ୍ଗା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା ନିର୍ବାଚନ ମଣ୍ଡଳୀ :କାମରେ ଲାଗିଲା ନାହିଁ ବିଜେଡ଼ି ପ୍ରାର୍ଥୀଙ୍କ ଏକଲା ଚଲୋ ନୀତି

ଗିରିଜା ଶଙ୍କର ଦାଶଙ୍କ ରିପୋର୍ଟ 

୨୦୧୪ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ସହ ଲୋକସଭା ଆସନକୁ ବିଜେଡ଼ି ନିଜ ଦଖଲକୁ ନେଇ  ନୂଆ ଇତିହାସ ରଚିଥିଲା । କିନ୍ତୁ ୨୦୧୯ ନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିବା ପରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିରେ ବ୍ୟାପକ ପରିବର୍ତ୍ତନ ଦେଖା ଦେଇଛି । ଜିଲ୍ଲାର ୯ ବିଧାୟକମାନଙ୍କ ମଧ୍ୟରୁ ବିଜେଡ଼ି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୮ ଜଣ ସିଟିଙ୍ଗ ବିଧାୟକମାନଙ୍କ ଟିକଟ କାଟି ଦେଇ ନୂଆ ମୁହଁକୁ ମଇଦାନକୁ ଉହ୍ଲାଇ ଦେଇଛନ୍ତି ।  ଏମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାରେ କ୍ରମାଗତ ଦୁଇଥର ଉପବାଚସ୍ପତି ରହିଥିବା ବାରିପଦା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କ ନାମ ଯୋଡ଼ି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଟିକଟ ଦିଆଯାଇଛି । ସେହିପରି ମୟୂରଭଞ୍ଜ ଲୋକସଭା ପାଇଁ ଡ଼ା. ଦେବାଶିଷ ମାର୍ଣ୍ଡିଙ୍କୁ ବିଜେଡ଼ି ପ୍ରାର୍ଥୀ କରାଇଛି । ଏହି ଦୁଇ ପ୍ରାର୍ଥୀ ବାରିପଦା ନିର୍ବାଚନ ମଣ୍ଡଳୀରେ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାରରେ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ଦ୍ୱାରା ତୀବ୍ର ବିରୋଧର ସମ୍ମୁଖୀନ ହେଲେ । ସେମାନଙ୍କ ପ୍ରିୟ ନେତା ସାନନ୍ଦଙ୍କ ଅନୁପସ୍ଥିତି ଏବଂ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ଏକଲା ଚଲୋ ନୀତିରେ ବିଜେଡ଼ିର ଦଳୀୟ ପ୍ରଚାରକୁ ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପରିସ୍ଥିତି ଏପରି ହେଲା ଯେ, ପ୍ରାର୍ଥ୍ରୀମାନେ ବାରିପଦା ନିର୍ବାଚନ ମଣ୍ଡଳୀରେ ସାନନ୍ଦଙ୍କୁ ବାଦ ଦେଇ ବିଜେଡ଼ି ଅଧୁରା ବୋଲି ଅନୁଭବ ଓ ହୃଦୟଙ୍ଗମ କରିବା ପରେ ସାନନ୍ଦଙ୍କ ସହଯୋଗ ନେବାକୁ ବାଧ୍ୟ ହେଲେ । ଫଳରେ ବିଜେଡ଼ିର ଜଣେ ଶୃଙ୍ଖଳିତ ନେତା ଭାବେ ଓ ନିଜର ମହାନତାର ପରିଚୟ ଦେଇ ସାନନ୍ଦ ମଧ୍ୟ ଏମାନଙ୍କୁ ସହାୟତାର ହାତ ବଢ଼ାଇ ଆଗେଇ ଆସିଥିଲେ । ଏହି ପରିପ୍ରେକ୍ଷୀରେ ବାରିପଦା ଷ୍ଟେସନ ବଜାରସ୍ଥିତ ବିବାହ ମଣ୍ଡପ ପରିସରରେ ପ୍ରଥମ ପର୍ଯ୍ୟାୟରେ ବାରିପଦା ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ବଡ଼ସାହି ବ୍ଲକର ଗୁଡ଼ିଆଲବନ୍ଧ, ପୂର୍ଣ୍ଣଚନ୍ଦ୍ରପୁର, ସାନକେରକୋ, ଟଙ୍ଗାଶୋଳ, ଉଠାଣି ନୂଆଗାଁ, ଯଦୁନାଥପୁର, ଜାରକାଣି, ଖାନୁଆ ଓ ନାଉପାଳ ଆଦି ୯ଟି ଗ୍ରାମପଞ୍ଚାୟତରେ ରହିଥିବା ନିଜସ୍ୱ ସଙ୍ଗଠନର ନେତା, କର୍ମକର୍ତ୍ତା ଓ ସମର୍ଥକମାନଙ୍କୁ ନେଇ ସାନନ୍ଦ ଏକ ବୈଠକରେ ବସିଥିଲେ । ଏଥିରେ ମନରେ କୌଣସି ଦ୍ୱନ୍ଦ ନରଖି ସମସ୍ତେ ଯେପରି ତାଙ୍କୁ ସମର୍ଥନ ଓ ସହଯୋଗ ଦେଇ ଆସୁଛନ୍ତି , ତାଠାରୁ ଅଧିକ ସ୍ନେହ, ଶ୍ରଦ୍ଧା ସହ ଏକ ମନ ଓ ଏକ ପ୍ରାଣରେ କାର୍ଯ୍ୟ କରି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ ଓ ଲୋକସଭା ପ୍ରାର୍ଥୀ ଡ଼ା ଦେବାଶିଷ ମାର୍ଣ୍ଡିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇ ଆଣିବାକୁ ଆହ୍ୱାନ ଦେଇଥିଲେ । ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାନସଭା ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ, ଲୋକସଭା ପ୍ରାର୍ଥୀ ଡ଼ା.ମାର୍ଣ୍ଡି ପ୍ରମୁଖଙ୍କ ସହ ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି, ମହିଳା ବିଜେଡ଼ି ସଭାପତି ବୀଣାପାଣି ସାହୁ, ଛାତ୍ର ବିଜେଡ଼ି ସଭାପତି ଅଭୟ ସିଂ, ଗଣମାଧ୍ୟମ ସଂଯୋଜକ କପିଲ ଖଣ୍ଡେଲୱାଲ, ବାରିପଦା ପୌରପରିଷଦ ପର୍ଯ୍ୟବେକ୍ଷକ ମାନସ ମଲ୍ଲିକ, କମଳା ତିରିଆ ପ୍ରମୁଖ ବିଜେଡ଼ିର ସମସ୍ତ ନେତା, କର୍ମକର୍ତ୍ତା ଓ ବଡ଼ସାହି ବ୍ଲକର ୯ଟି ପଞ୍ଚାୟତର ବିଜେଡ଼ିର ନେତା ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏଥି ସହିତ ମନରେ କୌଣସି ଦ୍ୱିଧା ନରଖି ସମସ୍ତେ କେବଳ ବାରିପଦା ନିର୍ବାଚନ ମଣ୍ଡଳୀ ନୁହେଁ, ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ କାର୍ଯ୍ୟ କରିବେ ବୋଲି ସଙ୍କଳ୍ପ ନେଇଥିଲେ ।  

  

0
0
0
s2sdefault