ସରିଲା ଦ୍ବିତୀୟ ପର୍ଯାୟ ର ନିର୍ବାଚନ ପ୍ରଚାର : ଅଠରରେ ମତଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

         ଶେଷ  ଦିନରେ ମୁଖ୍ୟମନ୍ତ୍ରୀ ଙ୍କର ମାରାଥନ ପ୍ରଚାର

ବରଗଡ :- ଆଜି ସରିଲା ଦ୍ଵିତୀୟ ପର୍ଯାୟ ନିର୍ବାଚନ ପାଇଁ ଭୋଟ ପ୍ରଚାର । ଆସନ୍ତା ଅଠର ତାରିଖ ଦିନ ହେବ ମତଦାନ । ଆଜି ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜ ଦଲୀୟ ପ୍ରାର୍ଥୀ ଓ ନିଜ ପାଇଁ ବରଗଡ଼ ଜିଲ୍ଲାରେ ଭୋଟ ପ୍ରଚାର କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ବରଗଡ଼ ନିଶାମଣି ହାଇ ସ୍କୁଲରେ ଏକ ଜନସଭାକୁ ସଂଵୋଧନ କରିବା ପରେ ନିଜର ନିର୍ବାଚନ ମଣ୍ଡଳୀ ର ବରପାଲି , ବିଜେପୁର ଓ ଗାଇସିଲେଟ ଠାରେ ଜନସଭାକୁ ସଂଵୋଧନ କରିଥିଲେ । ଏହି ବିଜେପୁର ସଭାରେ ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ତାଙ୍କୁ ଓ ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଅନୁରୋଧ କରିବା ପାଇଁ ନିବେଦନ କରିଥିଲେ ।ବିଜେପୁର ନିର୍ବାଚନ ମଣ୍ଡଳୀ ଉପରେ ବର୍ତମାନ ସାରା ଦେଶର ନଜର ରହିଛି । ଆଗାମୀ ଦିନରେ ବିଜେପୁର ନିର୍ବାଚନ ମଣ୍ଡଳୀ ରାଜ୍ୟର ଏକ ନମ୍ବର ନିର୍ବାଚନ ମଣ୍ଡଳୀ ରେ ପରିଣତ ହେବ । ତେଣୁ ଏହି ନିର୍ବାଚନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବୃହତ ବ୍ୟବଧାନ ରେ ବିଜୟୀ କରିବାକୁ ଶ୍ରୀ ଆଚାର୍ଯ୍ୟ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ । ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦନ ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବିଜେପୁର ବାସୀ ଚାଳିଶ ହଜାରରୁ  ବେଶୀ ଭୋଟ ବ୍ୟବଧାନ ରେ ବିଜୟୀ କରାଇବେ ବୋଲି କହିଥିଲେ । ସଭାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଙ୍କର ଅପାରଗତା ଓ ଓଡିଶା ପ୍ରତି ବୈମାତୃକ ମନୋଭାବ ସହିତ କେନ୍ଦ୍ରୀୟ ନେତାଙ୍କର କାଳିଆ ଯୋଜନାକୁ ବନ୍ଦ କରିବାର ଚକ୍ରାନ୍ତ ବାବଦରେ ଜନସାଧାରଣ ଙ୍କୁ କହିବା ସହିତ ଅଞ୍ଚଳର ଚାଷୀମାନେ ଉଚିତ ଜବାବ ଦେବେ ବୋଲି କହିଥିଲେ ।  ବିଜେପୁର ସଭା ପରେ ମୁଖ୍ୟମନ୍ତ୍ରୀ ଗାଇସିଲେଟ ରେ ମଧ୍ୟ ପ୍ରଚାର କରିବା ସହିତ ଆଗାମୀ ଦିନରେ ଅଂଚଳର ବିକାଶ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । 

         ପ୍ରଚାର ଶେଷ ହେଇଗଲାଣି । ଏବେ ଅପେକ୍ଷା ଆସନ୍ତା ଅଠର ତାରିଖକୁ। ବିଜୁ ଜନତା ଦଳର ନେତୃ ମଣ୍ଡଳୀ ର ଦୃଢ଼ ବିଶ୍ୱାସ ରହିଛି ଯେ ବରଗଡ଼ ଲୋକସଭା ଅନ୍ତର୍ଗତ ସବୁ ବିଧାନସଭା ଓ ବରଗଡ଼ ଲିକସଭା ଆସନରେ ଦଲୀୟ ପ୍ରାର୍ଥୀ ମାନଙ୍କର ବିଜୟ ସୁନିଶ୍ଚିତ ।।

0
0
0
s2sdefault