ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ "ଶଙ୍ଖ ଶପଥ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେଡ଼ିର ମିଶ୍ରଣ ପର୍ବରେ ବିଜେପିରୁ ୩ ଆଗଧାଡ଼ି ନେତା ସହ ୫୦ରୁ ଅଧିକ ସମର୍ଥକ ସାମିଲ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ଫୁଟବଲ ପଡ଼ିଆଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ  ହୋଇଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରରେ ଓଡ଼ିଶା ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରାଇଛି । ରାଜ୍ୟବାସୀଙ୍କ ସାମୁହିକ ସ୍ୱାର୍ଥ ସାଧନ ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ କାର୍ଯ୍ୟକାରୀ କରାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳତା, ଉନ୍ନତି ମୂଳକ କାର୍ଯ୍ୟକ୍ରମ ସହ ବାଙ୍ଗିରିପୋଷି ବିଧାୟକ ବିଧାୟକ ସୁଦାମ ମାର୍ଣ୍ଡିଙ୍କ ବଳିଷ୍ଠ  ନେତୃତ୍ୱ ଓ ଦୃଢ଼ ସାଙ୍ଗଠନିକ ଦକ୍ଷତାରେ ଅନୁପ୍ରାଣିତ ହୋଇ ଶାମାଖୁଣ୍ଟା ବ୍ଲକରୁ ବିଜେପିର ୩ ଜଣ ଆଗଧାଡ଼ି ନେତା ଦଳ ତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ଶାମାଖୁଣ୍ଟା ବ୍ଲକର ବିଜେଡ଼ି ନେତା ବିଲକାନ ସିଂ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ମାଶ୍ରଣ ପର୍ବରେ ଶାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆଠାରେ ବନଭୂମି ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଜେପିର ସାଧାରଣ ସମ୍ପାଦକ ମଧୁସୂଦନ ସିଂ, ବିଜେପିରୁ ଇସ୍ତଫା ଦେଇଥିବା ମୟୂରଭଞ୍ଜ ଜିଲ୍ଲା ଏସଟି ସେଲର ଉପସଭାପତି ଭାରତୀ ହାଁସଦାଃ ଓ ଶାମାଖୁଣ୍ଟା ବ୍ଲକ ନେତା ସୁନାରାମ ସିଂ ପ୍ରମୁଖଙ୍କ ସେମାନଙ୍କ ପ୍ରାୟ ୫୦ରୁ ଅଧିକ ସମର୍ଥକମାନଙ୍କୁ ଧରି ଆନୁଷ୍ଠାନିକ  ଭାବେ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଯୋଗ ଦେଇ ଏମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ସମସ୍ତେ ବିଜେଡ଼ି ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ପୂର୍ବକ ନିଷ୍ଠାପର  ଭାବେ କାର୍ଯ୍ୟ କରିବା ଓ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ୫ମ ଥର  ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ଉଦେ୍ଧଶ୍ୟରେ ଶଙ୍ଖ ଶପଥ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶାମାଖୁଣ୍ଟା ବ୍ଲକ ଅଧ୍ୟକ୍ଷ ସୁନିତା ସିଂ, ପୂର୍ବତନ ବିଧାୟକ କାହ୍ନୁ ଚରଣ ସିଂ ପ୍ରମୁଖ ଶତାଧିକ ବିଜେଡ଼ିର ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ବିଜେପିର ଏସଟି ସେଲ ଉପସଭାପତି ଶ୍ରୀମତୀ ହାଁସଦାଃ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡ଼ି ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ବର୍ତ୍ତମାନ ବିଜେପି ଛାଡ଼ି ପୁଣି ଥରେ ବିଜେଡ଼ିକୁ ଘର ବାହୁଡ଼ି ଆସିଛନ୍ତି । 

 

0
0
0
s2sdefault