କାନ୍ଦିଲେ ସାଂସଦ ପ୍ରାର୍ଥୀନୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ତିର୍ତ୍ତୋଲ:ରମେଶ ମହାନ୍ତି -ଜଗତସିଂହପୁର ବିଜେଡି ସାଂସଦ ପ୍ରାର୍ଥୀନୀ ଡା.ରାଜଶ୍ରୀ ମଲ୍ଲିକଙ୍କ ତିର୍ତ୍ତୋଲ ସ୍ଥିତ ବାସଭବନରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସୋମବାର ସଂଧ୍ୟାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ୩ଟି ବ୍ଲକ ତିର୍ତ୍ତୋଲ,ରଘୁନାଥପୁର,ବିରିଡ଼ି ର କର୍ମୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।ଏହି କର୍ମୀସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେଡି ଦଳ ମଧ୍ୟରେ ଥିବା ମତଭେଦ ସ୍ପଷ୍ଟ ବାରିହୋଇ ପଡିଥିଲା।ଚଳିତ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଡା.ରାଜଶ୍ରୀ ମଲ୍ଲିକଙ୍କୁ ସାଂସଦ ପ୍ରାର୍ଥୀନୀ କରାଯିବା ସହିତ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କୁ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରାଯିବା ପରେ ରାଜଶ୍ରୀଙ୍କ ଶିବିରରେ ଅସନ୍ତୋଷ ଦେଖାଦେଇଥିବା କୁହାଯାଉଛି।ଏପରିକି ଏହି କର୍ମୀ ସମ୍ମିଳନୀରେ ବିଜେଡିକୁ ସର୍ବାଧିକ ଭୋଟରେ ଜିତାଇବା ପାଇଁ ଡା.ମଲ୍ଲିକ ଉପସ୍ଥିତ କର୍ମୀ ମାନଙ୍କର ସହଯୋଗ ଲୋଡିବା ସହିତ କେତେକ କର୍ମୀଙ୍କୁ ନିଜର ମତପ୍ରକାଶ କରିବାକୁ କୁହାଯାଇଥିଲା।ଏମିତିକି କେତେକ କର୍ମୀ ତିର୍ତ୍ତୋଲରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ବିଷ୍ଣୁଙ୍କ ପ୍ରତି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ପରେ ସାଂସଦ ପ୍ରାର୍ଥୀନୀ ଡା.ମଲ୍ଲିକ ଭାବବିହ୍ୱଳ ହୋଇ କାନ୍ଦି ପକାଇବା ସହିତ ସମସ୍ଥ ମତଭେଦକୁ ଭୂଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ମାନି ବିଜେଡିର ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀନୀଙ୍କୁ ଅଧିକରୁ ଅଧିକ ଭୋଟରେ ଜିତାଇବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି।ଏହି ସମ୍ମିଳନୀରେ ତିର୍ତ୍ତୋଲ ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି,ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ,ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ,ସନାତନ ଦଳାଇ,ଲିପାଲି ରାଉଳ,ବିରିଡି ବ୍ଲକ ସଭାପତି ରବିନ୍ଦ୍ର ରାଉଳ,ବିରିଡି ବ୍ଲକ ବିଜୁ ମହିଳା ସଭାନେତ୍ରୀ ମହେଶ୍ୱତା ଜେନା,ରଘୁନାଥପୁର ବ୍ଲକର ଦେବାଶିଷ ତ୍ରିପାଠୀ,ବ୍ଲକ ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳ,ଡେଜାଲିନ ମହାପାତ୍ର,ରଘୁନାଥପୁର ବିଜେଡି ସଭାପତି ସ୍ୱଦେଶ ଦାସ,ରଘୁନାଥପୁର ବିଜୁ ଛାତ୍ର ସଭାପତି ଯୋଶେଫ ସ୍ୱାଇଁ,ରଘୁନାଥପୁର ମହିଳା ସଭାପତି ଶାନ୍ତିଲତା ଦ୍ୱିବେଦୀ,ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର,ଯୁବ ସଂଗଠକ ତପନ ମହାନ୍ତି,ଗଙ୍ଗାଧର ବିଶ୍ଵାଳ,ଶ୍ରୀନିବାସ ଦାଶ,ବୈରାଗି ବାରିକ,ମହମ୍ମଦ ମାଜୁଦ ଅଲ୍ଲୀ,ନରେନ୍ଦ୍ର ସାହୁ,ସାରଦା ମଲ୍ଲିକ,ସିଦ୍ଧାର୍ଥ ରାଉଳ,ଅମରଜ୍ୱତି ସାହୁଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ।

 

0
0
0
s2sdefault