ଅନ୍ତିମ ଚରଣରେ ନିର୍ବାଚନ ପ୍ରଚାର : ହେଟ୍ରିକ ପଥରେ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
ସୋହେଲା / ଭଟଲି :- ଆଉ ମାତ୍ର ଗୋଟିଏ ଦିନ ପ୍ରଚାର ତା ପରେ ଭୋଟ । ଅନ୍ତିମ ଚରଣରେ ପହଂଛି ଗଲାଣି ନିର୍ବାଚନ ପ୍ରଚାର । ଭଟଲି ନିର୍ବାଚନ ମଣ୍ଡଳୀରେ କିନ୍ତୁ ଚଳିତ ଥର ନିର୍ବାଚନୀ ଉଷ୍ଣତା ସେତେଟା ଅନୁଭବ ହେଇନାହିଁ । ଏଥିପାଇଁ ଅନେକ ଗୁଡ଼ାଏ କାରଣ ରହିଛି । ମୁଖ୍ୟ କାରଣ ଭିତରେ ରହିଛି ବିରୋଧୀ ମାନଙ୍କର ପ୍ରାର୍ଥୀ ଚୟନ । ଶାସକ ଦଳ ପୁଣିଥରେ ଏହି ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ପ୍ରାର୍ଥୀ କରିବ ଏକଥା ଜଣାପଡୁଥିଲା ହେଲେ ବିରୋଧୀ କଂଗ୍ରେସ ଓ ବିଜେପି ନାମାଙ୍କନ ର ଶେଷ ମୁହୂର୍ତ୍ତରେ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ ।ଆଉ ଗୋଟେ କଥା ଗୁରୁତ୍ୱପୂର୍ଣ୍ଣ ଯେ ବିରୋଧୀ ମାନେ ଏଥର ନୂଆ ମୁହଁ ସାମ୍ନାକୁ ଆଣିଥିଲେ । କଂଗ୍ରେସ ର ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ନିଜର ପୁତ୍ର ସତ୍ୟ ନାରାୟଣ ଦେବତା ଙ୍କୁ ଦଳ ଟିକେଟ ଦବ ବୋଲି ଆଶା କରିଥିଲେ ।ଶ୍ରୀ ସତ୍ୟନାରାୟଣ କଂଗ୍ରେସ ସଂଗଠନ କୁ ମଜବୁତ କରିବା ସହିତ ଲୋଜ ସମ୍ପର୍କ ମଧ୍ୟ ବଢାଇଥିଲେ ହେଲେ କଂଗ୍ରେସ ତାଙ୍କୁ ଟିକେଟ ଦେଲାନାହିଁ ଯାହାର ଫଳ ଆଜି ଭଟଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଏକପ୍ରକାର ଆତ୍ମସମର୍ପଣ କରିଦେଇଥିବା ଭଳି ମନେ ହେଉଛି । ସେହିଭଳି ବିଜେପି ମଧ୍ୟ ନୂଆମୂହ ଦେଇ ପୁରୁଣା ଅଶାଇ ମାନଙ୍କ ଟିକେଟ କାଟି ଦେଇଥିଲା । ଯାହାକି ଭୋଟର ଙ୍କୁ ଏକ ଭୁଲ ବାର୍ତା ଗଲାଭଲି ଲାଗୁଛି । ଭଟଲି ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ପ୍ରଚାର ଖୁବ ଭଲ ଓ ବ୍ୟାପକ ଥିବା ବେଳେ କର୍ମୀ ମଧ୍ୟ ବହୁତ ଉତ୍ସାହିତ ଥିବା ଲକ୍ଷ କରାଯାଉଛି ।ବିଜେଡି ପକ୍ଷରୁ ଅନେକ ରେଲି, ଶୋଭାଯାତ୍ରା ,  ସାଧାରଣ ସଭା , ପଥପ୍ରାନ୍ତସଭା , ଘର ଘର ବୁଲି କର୍ମୀ ମାନଙ୍କର ଦ୍ୱାରା ପ୍ରଚାର କରାଯାଉଥିବା ବେଳେ ଅନ୍ୟ ପଟେ ବିରୋଧୀ ଶିବିରରେ ନିର୍ବାଚନୀ ତତ୍ପରତା ଅନେକ କମ ରହିଲା ଭଳି ଲାଗୁଛି। ଗୋଟେ କଥା ଏକ ପ୍ରକାର ସ୍ପଷ୍ଟ ଯେ ଲୋକପ୍ରିୟତା ର ଶୀର୍ଷରେ ଥାଇବି ମନ୍ତ୍ରୀ ସୁଶାନ୍ତ ସିଂ ବରାବର ପ୍ରଚାର ଚଳାଇ ଆସୁଛନ୍ତି । ସେ ବିଗତ ଦିନରେ ଅଂଚଳର ଉନ୍ନତି ପାଇଁ କରିଥିବା କାମର ହିସାବ ଦେବା ସହିତ ଆଗାମୀ ଦିନରେ ଆହୁରି କଣ କରାଯାଇ ପାରିବ ସେ ବାବଦରେ ଲୋକଙ୍କର ସହିତ ଆଲୋଚନା କରୁଛନ୍ତି । ଭଟଲି ନିର୍ବାଚନ ମଣ୍ଡଳୀ ର ଭୋଟର ତାଙ୍କ ଉପରେ ବିଶ୍ୱାସ ଭି କରନ୍ତି । ଭୋଟରଙ୍କ କହିବା ହିସାବରେ ମନ୍ତ୍ରୀ ସୁଶାନ୍ତ ସିଂ ଯାହା କୁହନ୍ତି ତାକୁ କାମରେ କରିକି ଦେଖନ୍ତି । ଅଧରାତିରେ ଭି ସେ ସମସ୍ତଙ୍କର ପାଇଁ ଉପଲବ୍ଧ । ଯିଏ ଯେତେବେଳେ ତାଙ୍କ ପାଖକୁ ଯାଇଛି ତାର ସମସ୍ୟା ଶୁଣି ମନ୍ତ୍ରୀ ସେ 
ସମସ୍ୟାର ସମାଧାନ ପାଇଁ ତୁରନ୍ତ ଚେଷ୍ଟା କରିଛନ୍ତି । ଅଂଚଳର ପ୍ରତ୍ୟେଜ ଲୋକଙ୍କ ସୁଖ ଦୁଃଖରେ ସହଭାଗୀ ହେବାକୁ ଚେଷ୍ଟା କରନ୍ତି । କର୍ମୀ ଓ ସ୍ତାନୀୟ ନେତୃମଣ୍ଡଳୀ ଙ୍କର ପୁର୍ଣ ଆଶା ଓ ବିଶ୍ୱାସ ଯେ ମନ୍ତ୍ରୀ ସୁଶାନ୍ତ ସିଂ ଚଳିତ ଥର ଅଧିକ ବ୍ୟବଧାନରେ ବିଜୟୀ ହେଇ ହେଟ୍ରିକ କରିବେ ।
 
0
0
0
s2sdefault