ବିଜୁ ଜନତା ଦଳରେ ନୂଆ ସହ ପର୍ଯ୍ୟବେକ୍ଷକ ଘୋଷିତ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:  ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ ସମ୍ବଲପୁର ଓ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଦିଲ୍ଲୀପ ଦୁରିଆ, ରେଢ଼ାଖୋଲ ଓ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଏମ୍‍ଡି. ମୋବିନ୍‍, ଝାରସୁଗୁଡ଼ା ଓ ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଶୈଳେସ ଦାନି, ବଣାଇ ଓ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଏମ୍‍ଡି. ସହିଦ, ତଳସରା ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ପଲ୍ଲବ ଲିମା, ସୁନ୍ଦରଗଡ଼ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଭୀମସେନ ମୁଦୁଲି, ବୀରମହାରାଜପୁର ଓ ବାଙ୍ଗିରିପୋଷୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଲୋଇସିଂହା ଓ ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ସୁଶ୍ରୀ ଅନୁସୂୟା ମାଝୀ, ଆନନ୍ଦପୁର ଓ ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ସନ୍ତୋଷ ବେଜ, କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଅଂଶୁମାନ ରଶ୍ମୀ ସାଗର ଏବଂ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଶୁଭ୍ରାଂଶୁ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶ୍ରୀ ମହେନ୍ଦ୍ର ମିଶ୍ର, ଶ୍ରୀ ପ୍ରସନ୍ନଜିତ୍‍ ସିଂହ, ଶ୍ରୀ କମଳାକାନ୍ତ ମହାପାତ୍ରଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଂଗଠନିକ ସଂପାଦକ ଏବଂ ଶ୍ରୀମତୀ ସରୋଜିନୀ ଦାସଙ୍କୁ ମହିଳା ବିଜେଡି ସାଂଗଠନିକ ସଂପାଦିକା ଭାବେ ନିଯୁକ୍ତ କରିଥିବା ବେଳେ ବିଜେଡି ସଂଖ୍ୟାଲଘୁ ସେଲ୍‍ ଉପ-ସଭାପତି ଭାବେ ମୀର ଖାଦିମ୍‍ ବକ୍ସ ଓ ବିଜେଡି ଯୁବ ସଂଖ୍ୟାଲଘୁ ସେଲ୍‍ କଟକ ଜିଲ୍ଲା ଉପ-ସଭାପତି ଭାବେ ଜାକିର ଖାଁଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି ରତିକାନ୍ତ ସାହାଣୀ ଓ ଶ୍ରୀ ସରୋଜକାନ୍ତ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ  ସଭାପତି, ଶ୍ରୀ ସୂର୍ଯ୍ୟ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସଂପାଦକ, କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଅକ୍ଷୟ କୁମାର ମେକାପ, କେନ୍ଦ୍ରାପଡ଼ା ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଚିତ୍ତରଞ୍ଜନ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସଂପାଦକ ଭାବେ ଶ୍ରୀ ଗୌତମ ସ୍ୱାଇଁ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଶ୍ରୀ ଦୁର୍ଗା ପ୍ରସାଦ ପତି, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ଭାବେ ଶ୍ରୀ ଶୁଭ୍ରାଂଶୁ ଭୂଷଣ କର, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସଂପାଦକ ଭାବେ ଶ୍ରୀ ଦେବାଶିଷ ପଣ୍ଡାଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ବିଜେଡି ସାଂଗଠନିକ ସଂପାଦକ ଭାବେ ଶ୍ରୀମତୀ ସବିତା ସାହୁ ଓ ଶ୍ରୀମତୀ ମନୋରମା ଭୂୟାଁଙ୍କୁ ନିଯୁକ୍ତ କରିଥିବା ବେଳେ ଶ୍ରୀ ରତିକାନ୍ତ ସାମନ୍ତରାୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସାଂଗଠନିକ ସଂପାଦକ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଏସ୍‍ସି ସେଲ୍‍ ସଂପାଦକ ଭାବେ ଶ୍ରୀ ସୁଦାମ ମଲ୍ଲିକ ଏବଂ ସଂଜୟ ମଲ୍ଲିକ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଯୁବ ସଂଖ୍ୟାଲଘୁ ସେଲ୍‍ ସଭାପତି ଭାବେ ମହମ୍ମଦ ଅମିରଙ୍କୁ  ସଭାପତି ଶ୍ରୀ ପଟ୍ଟନାୟକ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

0
0
0
s2sdefault