ବୁଲେଟର ଜବାବ ବାଲାଟରେ ଦେବା - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ବିଜେପି କର୍ମୀ ଧୈାର୍ଯ୍ୟ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର – ବିଗତ କିଛି ଦିନ ହେବ ବାଲାଟ ପେପରରେ ଯେଉଁମାନଙ୍କୁ ହାରିଯିବାର ଭୟ ଘାରିଲାଣି ସେମାନେ ହିଂସାକୁ ଆପଣାଇଛନ୍ତି । ଗଣତନ୍ତ୍ରରେ ବାଲାଟର ବିପକ୍ଷ ବୁଲେଟ୍ ତଥା ହିଂସା ନୁହେଁ । ବୁଲେଟର ଉତର ଭୋଟରେ ଦେବା ପାଇଁ ପଡିବ । ଭୋଟରେ ପରାଜୟ କଲେ ହିଁ ହିଂସାକାରୀକୁ ଠିକ୍ ଉତର ମିଳିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଟାଉନ ଥାନା ଅଧୀନ ନବୀନ ବାଗ ଠାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ବିଜେପି କର୍ମୀଙ୍କୁ ଧୈାର୍ଯ୍ୟ ରଖିବା ପାଇଁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ପଂଚାୟତ ନିର୍ବାଚନରେ ଅନ୍ୟୂନ ୧୭ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଥିଲା । ଯେଉଁମାନେ ନବୀନ ବାବୁ କିମ୍ବା ଶାସକ ଦଳକୁ ଗଣତାନ୍ତ୍ରିକ ଉପାୟରେ ବିରୋଧ କରୁଛନ୍ତି ସେମାନଙ୍କୁ ରକ୍ତମୁଖା ହୋଇ ହତ୍ୟା କରାଯାଉଛି । ଗଣତନ୍ତ୍ରରେ ଭୋଟ ମାଧ୍ୟମରେ ଏହାକୁ ପରାଜୟ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏ ଅରାଜକତତ୍ୱକୁ ଭୋଟ ମାଧ୍ୟମରେ ପରାଜୟ କରାଯିବ । ପାଦତଳୁ ମାଟି ଖସିବା ବେଳେ ଏପ୍ରକାର ବିଭତ୍ସ କାଣ୍ଡ ପ୍ରତିବତିଶାଳୀ ଲୋକମାନେ କରିଥାନ୍ତି । କିନ୍ତୁ ଗଣତନ୍ତ୍ର ବିଶ୍ୱାସ ଦେଇଛି ଯେ, ଗଣତନ୍ତ୍ରରେ ଏପ୍ରକାର ହିଂସାର କୌଣସି ସ୍ଥାନ ନାହିଁ । ନିର୍ଭୟ ଓଡିଶା, ଦୁର୍ନୀତିମୁକ୍ତ ଓଡିଶା ଗଠନ କରିବା ଦିଗରେ ବିଜେପି ବଧ ପରିକର । ବିଜେପି ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ୱାସ କରି ଭୋଟରେ ହିଁ ପରାଜୟ କରିବାରେ ବିଶ୍ୱାସ ରଖେ ବୋଲି ସେ କହିଛନ୍ତି ।

ଏହି ଘଟଣା ପରେ ପରେ ଶ୍ରୀ ପ୍ରଧାନ ନିଜେ ପୋଲିସ ମୁଖ୍ୟଙ୍କ ସହ କଥା ହୋଇ ହସ୍ତକ୍ଷେପ କରିଥିବା କହିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନର ବ୍ୟବହାର ନେଇ ସମସ୍ତଙ୍କୁ ଡର ଓ ଚିନ୍ତା ଘାରିଛି । ଏସପି ତୋଗଲକ୍ ମନସ୍ତିତିରେ ଅଛନ୍ତି । ଏସପି ଘଟଣାସ୍ଥଳ ଓ ମେଡିକାଲକୁ ଯାଇନଥିବା ବେଳେ ମୃତ ପରିବାର ଲୋକଙ୍କ ସାଥୀରେ ମଧ୍ୟ ନାହାଁନ୍ତି । ଏସପିଙ୍କ ଘର ଠାରୁ ୫୦୦ ମିଟର ଦୂରରେ ଏହି ଘଟଣା ଘଟିଥିବା ବେଳେ ମାନବିକତା ଦୃଷ୍ଟିରୁ ଏସପି ଘଟଣାସ୍ଥଳ ଯାଇନାହାନ୍ତି ।

ନବୀନ ବାବୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ଦାୟିତ୍ୱ ଠେଲି ଦୋଷ ଦେଇ ଖସି ଯିବାର ପ୍ରୟାସ କରୁଛନ୍ତି । ନିର୍ବାଚନ  ସମୟରେ ଏ ପ୍ରକାର ସ୍ଥିତି ଚିନ୍ତାଜନକ । ଓଡିଶାରେ ସମ୍ବାଧିନକ ବ୍ୟବସ୍ଥା ଗୁଡିକ ଭୁଷୁଡି ପଡିଲାଣି । ଏହା ସତ୍ୱେ ଶ୍ରୀ ପ୍ରଧାନ ନିଜେ ଆଇନ ଓ ନ୍ୟାୟ ଉପରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ଭାବେ ପ୍ରଶାସନ ଓ ପୋଲିସ ଗଣତନ୍ତ୍ରରେ କେଉଁ କଥାକୁ ଜାଗିର ନଭାବି ନିଜର ସାମ୍ବିଧାନିକ ଦାୟିତ୍ୱ ପୂରଣ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶାସକ ଦଳର ଲୋକ ଯଦି ଭାବୁଥାନ୍ତି ଡରେଇ ଧମକାଇ ହତ୍ୟା କରି ଗଣତନ୍ତ୍ରରେ ବିଜୟ ଦେବେ । ତା’ ହେଲେ ଓଡିଆ ଲୋକମାନେ ଆଗାମୀ ନିର୍ବାଚନରେ ଭୋଟ ଦେଇ ଏହାର ଜବାବ ଦେବେ । ରାଜ୍ୟରେ ଆଇନ କାନୁନ ଭୁଷୁଡି ଗଲାଣି । ପ୍ରାର୍ଥୀମାନଙ୍କୁ ସୁରକ୍ଷା ଦିଆଯାଉନାହିଁ । ମୁଖ୍ୟମନ୍ତ୍ରୀ କଣ ଭାବୁଛନ୍ତି ବନ୍ଧୁକ ମୁନ ଦେଖାଇ ସେମାନଙ୍କୁ ଡରାଇବେ । ୧୯ ବର୍ଷର ଅତ୍ୟାଚାର ବହୁତ ହୋଇଗଲା ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିଥିବା ମାମଲାରେ ସାମ୍ବାଦିକଙ୍କ ପ୍ରଶ୍ନରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ଜଟଣୀରେ ୬ ବର୍ଷର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନିନ୍ଦା କରିଥିଲେ କି, ପଂଚାୟତ ନିର୍ବାଚନରେ ୧୭ଟି ରାଜନୈତିକ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ନିନ୍ଦା କରିଥିଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

0
0
0
s2sdefault