ଘଡେଇଙ୍କୁ ଗୁରୁ ଦାୟିତ୍ୱ, ତିନୋଟି ନିର୍ବାଚନମଣ୍ଡଳୀ ପାଇଁ  ବରିଷ୍ଠ ପର୍ଯ୍ୟବେକ୍ଷକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ  ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କୁ ତିନୋଟି ଗୁରୁତ୍ୱପୂର୍ଣ ନିର୍ବାଚନ ମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |  ସେ ଖୋର୍ଦ୍ଧା, ରଣପୁର ଏବଂ ଚିଲିକା ନିର୍ବାଚନମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ | ସେହିପରି ରବି ନନୟନ ନନ୍ଦଙ୍କୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି | ସେହିପରି ନିରଞ୍ଜନ ପୂଜାରୀ ଓ ଅରକେଶ ସିଂଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ  ନିଯୁକ୍ତ ହୋଇଛନ୍ତି | ସେହିପରି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କୁଚିଣ୍ଡା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ନିୟୁକ୍ତ କରାଯାଇଛି | ଢେଙ୍କାନାଳର ସିଦ୍ଧେଶ୍ବରୀପ୍ରସାଦ ମିଶ୍ରଙ୍କୁ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଥିବା ବେଳେ ଯୁଗଳ ନାୟକଙ୍କୁ କଟକ ସଂସଦୀୟ କ୍ଷେତ୍ର ପାଇଁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି | ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଥିବା ବେଳେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ପ୍ରକାଶ ଦାଶଂକୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆ ଯାଇଛି ବୋଲି ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |   

0
0
0
s2sdefault