କଂଗ୍ରେସରେ ମିଶିଲେ ବିଜେଡି ଯୁବ କର୍ମୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାଙ୍କୀ(ଆଶିଷ କୁମାର ମହାପାତ୍ର):ଆଜି ଅପରାହ୍ନରେ ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ  ମିଶ୍ରଣ ପର୍ବରେ ରଗଡି ଗ୍ରାମପଞ୍ଚାୟତର ବିଜୁ ଯୁବ ଜନତା ଦଳର ଯୁବ କର୍ମୀ ମାନେ କଂଗ୍ରେସରେ ବାଙ୍କୀ ବିଧାନସଭା ପାର୍ଥି ଡଃ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟକରି କଂଗ୍ରେସରେ ସାମିଲ ହୋଇଛନ୍ତି । ଡଃ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବାଙ୍କୀ ଚାହେଁ ପରିବର୍ତ୍ତନର ସ୍ଳୋଗାନ ଦେଇ ପରିବର୍ତ୍ତନର ସୁଅରେ ସାମିଲ ହେବାକୁ ଆହ୍ୱାନ କରିଥିଲେ । ବାଙ୍କୀର ଡାକ୍ତରଖାନାର ଡାକ୍ତର ଅଭାବ ସମସ୍ୟା ପୁରଣ,ଶୀତଳଭଣ୍ଡାର ନିର୍ମ୍ମାଣ,ବସଷ୍ଟାଣ୍ଡ ନିର୍ମ୍ମାଣ କରିବାପାଇଁ ଏବଂ ବାଙ୍କୀରେ ସୁଶାସାନ ପ୍ରତିଷ୍ଠା ପାଇଁ ଜନସାଧାରଣ ପରିବର୍ତ୍ତନ କରିବା ଏବଂ କଂଗ୍ରେସକୁ ଭୋଟ ଦେବା ପାଇଁ ଅନୁରୋଧ କରଥିଲେ । ରଗଡି ଗ୍ରାମର କାହ୍ନୁ  ଚରଣ ସାହୁ,ଦ୍ୱୀପକ ବେହେରା,ଶିବ ପ୍ରସାଦ ବେହେରା,ମଣ୍ଟୁ ମହାପାତ୍ର,ଲାଲା ବେହେରା,ମିଟୁ କର ପ୍ରମୁଖ କର୍ମ୍ମିମାନେ ରଗଡି ସରପଞ୍ଚ ଖଗେଶ୍ୱର ସେଠି ଏବଂ କେନ୍ଦ୍ରିୟ ଜୋନ ସଭାପତି ବିଜୟ କୁମାର ମହାନ୍ତିଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

0
0
0
s2sdefault