ବିଜେଡିରେ ମିଶିଲେ କାକଟପୁର ବ୍ଲକର ୩୦୦ରୁ ଉର୍ଦ୍ଧ୍ବ  କଂଗ୍ରେସ ଓ ବିଜେପି ନେତା-କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କାକଟପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଶ୍ରୀ ସ୍ୱାଧୀନ ନାୟକଙ୍କ ନେତୃତ୍ୱରେ କାକଟପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀଧର ନାୟକ, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ ଜ୍ଞାନରଞ୍ଜନ ସାହୁ, କାକଟପୁର ବ୍ଲକ କଂଗ୍ରେସ ସଂଖ୍ୟାଲଘୁ ଅଧ୍ୟକ୍ଷ ତାଜ୍‍ଉଦ୍ଧିନ୍‍ ମହମ୍ମଦ, ସରପଞ୍ଚ ଗୋଲାମ୍‍ ଖାଁ, ନୋମିନୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁକାନ୍ତ କୁମାର ନାୟକ, ପୂର୍ବତନ ସରପଞ୍ଚ ଦିବାକର ସିଂ, ଚତୁର୍ଭୁଜ ରାଉତ, ଅସ୍ତରଙ୍ଗ ବ୍ଲକର ବରିଷ୍ଠ  କଂଗ୍ରେସ ନେତା ବିମ୍ବାଧର ବିଶ୍ୱାଳ, ପୁରନ୍ଦର ବିଶ୍ୱାଳ, ବିଜେପିର ଭୋଳାନାଥ ବେହେରାଙ୍କ ସମେତ ୬ଟି ପଞ୍ଚାୟତର ସରପଞ୍ଚ, ୧୧ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ, ୪ଟି ପଞ୍ଚାୟତ ସମିତି ସଭ୍ୟଙ୍କ ସହ ୩୦୦ରୁ ଊଦ୍ଧ୍ୱର୍ କଂଗ୍ରେସ ଓ ବିଜେପି କର୍ମୀ ଆଜି ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତଙ୍କୁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ କାକଟପୁର ବ୍ଲକର ଅନେକ କଂଗ୍ରେସ ନେତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ କାକଟପୁର ନିର୍ବାଚନ ମଣ୍ଡଳୀ ସହ ପୁରୀ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଦଳରେ ଯୋଗ ଦେଇଥିବା ଶ୍ରୀଧର ନାୟକ ଏବଂ ଜ୍ଞାନରଞ୍ଜନ ସାହୁ କହିଥିଲେ ଯେ ଆମେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ । କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିକାଶ ଧାରାକୁ ଆମେ ଆହୁରି ଆଗେଇ ନେବାରେ ସମସ୍ତ ପ୍ରକାର ସହଯୋଗ କରିବୁ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କାକଟପୁର ନିର୍ବାଚନ ମଣ୍ଡଳୀରେ ସୁଶାସନ ପ୍ରତିଷ୍ଠା  କରିବା ପାଇଁ ଆମେମାନେ ସଂକଳ୍ପବଦ୍ଧ ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ଦଳର ନିମାପଡ଼ା ବିଧାୟକ ଶ୍ରୀ ସମୀର ରଞ୍ଜନ ଦାଶ,  ସଭାପତିଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

0
0
0
s2sdefault