ବିଜେଡ଼ିର ମିଶ୍ରଣ ପର୍ବରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଦୁର୍ବ୍ୟବହାର, କ୍ଷମା ମାଗିଲେ ନେତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ଷେପ "ହଜାରେ ଟଙ୍କାର ମୁଣ୍ଡ ନୁହଁ" 

ବାରିପଦା(ଦିଲ୍ଲୀପ ମହାନ୍ତି)-  ସ୍ଥାନୀୟ ବିଜୁ ଭବନ ତଥା ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ବୈଦ୍ୟୁତିକ  ଗଣମାଧ୍ୟମର ପ୍ରତିନିଧିମାନେ ଉକ୍ତ କାର୍ଯ୍ୟକ୍ରମରେ ବିଜେଡ଼ି ଦଳରେ ମିଶିବା ଆସିଥିବା ନେତା ଓ କର୍ମୀମାନଙ୍କର ଭିଜୁଆଲ  ନେଉଥିବା ସମୟରେ ଏକ ଯୁବକ କେମେରା ସମ୍ମୁଖରେ ବାରମ୍ବାର ଯାତାୟତ କରିବା ଫଳରେ ବୈଦ୍ୟୁତିକ  ଗଣମାଧ୍ୟମର ପ୍ରତିନିଧି ପ୍ରିୟବ୍ରତ ମିଶ୍ର ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ହଜାରେ ଟଙ୍କାର ମୁଣ୍ଡ ନୁହେଁ ବୋଲି ଆକ୍ଷେପ କରିଥିଲେ । ଫଳରେ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଏହାର ପ୍ରତିବାଦ କରିବା ସହ ବିଜେଡ଼ିର କାର୍ଯ୍ୟକ୍ରମକୁ ବୟକଟ କରିବାର ନିଷ୍ପତ୍ତି ନେଇ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟରୁ ଫେରିଯାଉଥିଲେ । ଏହି ସମୟରେ ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ଲୋକସଭା ପ୍ରାର୍ଥୀ ଡ଼ା. ଦେବାଶିଷ ମାର୍ଣ୍ଡି, ସୁଜିତ ମହାନ୍ତି, ଜିଲ୍ଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଗଣାମାଧ୍ୟମର ପ୍ରତିନିଧିମାନଙ୍କୁ ଶାନ୍ତ କରାଇବା ନିମନ୍ତେ ଉଦ୍ୟମ କରିଥିଲେ । ଶେଷରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବିଜେଡ଼ିର ଯୁବ  ନେତା ଗଣେଶ ମିଶ୍ର ତାଙ୍କ ଆଚରଣ ନିମନ୍ତେ ଦୁଃଖ ପ୍ରକାଶ କ୍ଷମା ପ୍ରାର୍ଥନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । 

         ବିଜେଡ଼ିର ଜିଲ୍ଲା ସଭାପତି ଶ୍ରୀମହାନ୍ତି ଗଣମାଧ୍ୟମକୁ ଦେଇଥିବା ସୂଚନା ଆଧାରରେ ଆଜିର ଏହି ମିଶ୍ରଣ ପର୍ବରେ ଜେଏମଏମରୁ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ସଭାପତି ହରେକୃଷ୍ଣ ମଣ୍ଡଳ, ବହଳଦା ବ୍ଲକର ଯୁଗ୍ମ ସମ୍ପାଦକ ସୁମନ୍ତ କୁମାର ବେହେରା, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ପିତାମ୍ବର ବେହେରା ପ୍ରମୁଖଙ୍କ ସମେତ ଭାଗିରଥି ହାଁସଦାଃ, ବିଦୁ ମୁର୍ମୁ, ବାଘରାୟ ହାଁସଦାଃ, କାନ୍ଦ୍ରା ହେମ୍ବ୍ରମ, ଚାମ୍ପାୟ ମାର୍ଣ୍ଡି, ଫାଗୁରାମ ହାଁସଦାଃ, ଜେନାରାମ ପୁର୍ତ୍ତି, ଧନଞ୍ଜୟ ମୁର୍ମୁୁ ଆଦି ମୋଟ ୨୫ ଜଣ ନେତା ଓ କର୍ମୀ ଆନୁଷ୍ଠାନିକ  ଭାବେ ବିଜେଡ଼ିରେ ଯୋଗ ଦେଇଥିଲେ । ଏମାନଙ୍କ ସହ କଂଗ୍ରେସରୁ ବିଜେଡ଼ିରେ ସାମିଲ ହୋଇଥିବା କମଳା ତିରିଆ ଆଦିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ  ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ, ଲୋକସଭା ପ୍ରାର୍ଥୀ ଶ୍ରୀମତୀହେମ୍ବ୍ରମ, ଜୋନାଲ ସଭାପତି ଶ୍ରୀମହାନ୍ତି, ସୁଜିତ ମହାନ୍ତି, ମହିଳା ନେତ୍ରୀ ବିଣାପାଣି ସାହୁ, ସୀମା ଦାସ, ବାରିପଦା ପୌରପରିଷଦ ପର୍ଯ୍ୟବେକ୍ଷକ ମାନସ ମଲ୍ଲିକ, ଛାତ୍ର ସଭାପତି ଅଭୟ ସିଂ, ଗଣମାଧ୍ୟମ ସଂଯୋଜକ କପିଲ ଖଣ୍ଡେଲୱାଲ, ଅବଦ୍ଧୁଲ ହବିବ, ଯୁବ ନେତା ଅରୁଣ ବରାଡ଼, ସନ୍ଦିପ ବସା, ସରୋଜ ବୋଷ, ସ୍ୱରୂପ ଦାସ, ନାନୁ ମହାକୁଡ଼, ନନ୍ଦନ ଭଞ୍ଜ ପ୍ରମୁଖ ବିଜେଡ଼ି, ଯୁବ, ମହିଳା ଓ ଛାତ୍ର ବିଜେଡ଼ିର ବହୁ ନେତା, କର୍ମୀମାନେ ଉପସ୍ଥିତ ରହିଥିଲେ । 

ଏବିଷୟରେ ଜେଏମଏମ ଜିଲ୍ଲା ସମ୍ପାଦକ ନିମାଇଁ ତ୍ରିପାଠୀ ବାମନଘାଟି ଉପଖଣ୍ଡ ସଭାପତି ହରେକୃଷ୍ଣ ମଣ୍ଡଳ ଓ ତାଙ୍କ ସହଯୋଗିମାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ କୈଫୟତ ମଗାଯାଇଥିଲା ଏବଂ ଆଜି ପର୍ଯ୍ୟନ୍ତ ତାର ଉତ୍ତର ଦେଇନାହାନ୍ତି । ଦଳ ମଧ୍ୟରେ ରହି ବିଶୃଙ୍ଖଳିତ ଆଚରଣ ଓ ଦଳବିରୋଧୀ କାର୍ଯ୍ୟକୁ ଜେଏମଏମ ବରଦାସ୍ତ କରେ ନାହିଁ । ବିଜେଡ଼ି ଦଳରେ କୌଣସି ନେତା ଓ କର୍ମୀ ନାହାନ୍ତି । ଅନ୍ୟ ଦଳର ନେତା ଓ କର୍ମୀକୁ ବିଜେଡ଼ି ନିଜର ସମ୍ପତ୍ତି ବୋଲି ଭାବି ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦଳରେ ସାମିଲ କରିଆସୁଛି । ବିଜେଡ଼ି ଡ଼ଙ୍ଗା ଟଳମଳ ହେବା ଆରମ୍ଭ କରିସାରିଛି ଓ ଖୁବ ଶୀଘ୍ର ଡୁବିବାକୁ ଯାଉଛି ବୋଲି ଶ୍ରୀତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । 

 

0
0
0
s2sdefault