ବାଙ୍କୀ ବିଜେପି ପକ୍ଷରୁ କଳାପଥରରେ ନିର୍ବାଚନୀ ସଭା  ଓ ସଂକଳ୍ପ ସମାବେଶ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଚିଟଫଣ୍ଡ ଦୁର୍ନିତିରେ ଜଡିତ ଥିବା ସରକାର ବଦଳିବା ଦରକାର : ଧର୍ମେନ୍ଦ୍ର

ବାଙ୍କୀ(ଆଶିଷ କୁମାର ମହାପାତ୍ର):ପଶ୍ଚିମବାଙ୍କୀ ଅଞ୍ଚଳ ରେ ବିଜେପି ସଂଙ୍କଳ୍ପ ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟରଙ୍କୁ ବିକାଶର ସ୍ୱପ୍ନ ଦେଖାଇଛନ୍ତି । ବାଙ୍କୀ ବ୍ଳକ କଳାପଥର ଦମକଳ କେନ୍ଦ୍ର ସାମ୍ନା ଖେଳ ପଡିଆରେ ଶନିବାର ବିଜେପିର ବିଜୟ ସଂକଳ୍ପ ସଭା ଅନୁଷ୍ଠିତ  ହୋଇଥିଲା ।  ସଭାସ୍ଥଳ ପାଖ ହେହେଲିପ୍ୟାଡରେ ହେଲିକପ୍ଟରରୁ ଓହ୍ଲାଇବାପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ ଚିରା ଚରିତ ଢଙ୍ଗରେ ଭାରତ ମାତାକି ଜୟ ନାରାରୁ ସମ୍ବୋଧନ କରିଥିଲେ । ତାପରେ ଜୟ ଜଗନ୍ନାଥ କହି କହିଥିଲେ,ଅପାରଗ ରାଜ୍ୟ ସରକାର ବଦଳିବା ଦରକାର,ଚିଟଫଣ୍ଡ ଦୁର୍ନିତିରେ ଜଡିତ ଥିବା ସରକାର ବଦଳିବା ଦରକାର,ଝିଅ ବୋହୁଙ୍କ ଇଜ୍ଜତ ଲୁଟୁଥିବା ରାଜ୍ୟ ସରକାରକୁ ଫୋପାଡି ଦେଇ ପରିବତ୍ତନ କରି ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ସାରା ରାଜ୍ୟରେ ବେକାରି ସମସ୍ୟା ଉତ୍କଟ  ରୁପ ଧାରଣ କରିଛି । ବେକାରୀ ଯୁବକ ଯୁବତୀମାନେ ଉଚ୍ଚଶିକ୍ଷିତ ହୋଇ ଚାକିରି ନପାଇ  ବେକାରି ଭାବରେ ବୁଲୁଛନ୍ତି । ଫଳରେ ସାରା ଦେଶ ତଥା ରାଜ୍ୟରେ ଉତ୍କଟ  ରୂପ ଧାରଣ କରିଛି । କେନ୍ଦ୍ର ଓ ରାଜ୍ୟରେ ବିଜେପି ଯଦି କ୍ଷମତାକୁ ଆସିବ ତେବେ ବେକାରି ଯୁବକ ମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବ ବୋଲି ଆଜି କଳାପଥର ଠାରେ ଅନୁଷ୍ଠିତ  ବିଜେପିର ଏକ ନିର୍ବାଚନ କାର୍ଯ୍ୟକ୍ରମ ସଭାରେ ଉଦ୍ ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଥିଲେ । ସେ କହିଲେ ସାରା ରାଜ୍ୟରେ ଦୁର୍ନିତି ଛାଇ ହୋଇ ରହିଛି । ଶିକ୍ଷା ,ସ୍ୱାସ୍ଥ୍ୟ,ଗମନା ଗମନ,କୃଷି, ପାନୀୟଜଳ ଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟକ୍ରମ ଗୁଡିକ ସରକାର ସମାଧାନ କରିବା ଦିଗରେ ଆଖିବୁଜି ଦେଇଛନ୍ତି ।  ଆଜି ପର୍ଯ୍ୟନ୍ତ ଲୋକ ମାନଙ୍କର ଝାଳବୁହା ଚିଟ୍ଫଣ୍ଡ୍ ଅର୍ଥ ମିଳିଲା ନାହିଁ । ବିଜେପି ଯଦି ସରକାରକୁ ଆସେ ଚିଟ୍ଫଣ୍ଡ ଚୋରକୁ ତୁରନ୍ତ ବାନ୍ଧିବ ବୋଲି ସେ ମତ ପ୍ରକାଶ କରିଥିଲେ । ବାଙ୍କୀ ଉପଖଣ୍ଡର ସମସ୍ୟା ଗୁଡିକ ସମ୍ପର୍କରେ କହିବାକୁ ଯାଇ ସେ କହିଲେ ଏଠାକାର ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ପାନୀୟ ଜଳ ଲୋକଙ୍କୁ ମିଳୁନାହିଁ । ମହାନଦୀ କୁଳରେ ଅବସ୍ଥିତ ବାଙ୍କୀ କୃଷି କ୍ଷେତ୍ରରେ ପଛୁଆ ହୋଇ ରହିଛି । ବାଙ୍କୀ ନରାଜରୁ ଯାଇ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ କୃଷି କ୍ଷେତ୍ର କରାଯାଉଥିବାବେଳେ ପଶ୍ଚିମ ବାଙ୍କୀ ସମେତ ପୁର୍ବ ବାଙ୍କୀରେ କୃଷି କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇ ପାରିଲା ନାହିଁ । ଉତ୍ପାଦିତ  ପନିପରିବାକୁ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର  ପ୍ରତିଶୃତି ଧୁଆଁ ବାଣରେ ରହିଯାଇଛି । ଏଠାକାର ବିଧାୟକ ଚିଟଫଣ୍ଡ ଦୃର୍ନିତିରେ ସଂମ୍ପୃକ୍ତରହି ୬ ମାସ ଜେଲ ଯାଇଥିଲେ । ଏଣୁ ଆଗାମି ସାଧାରଣ ନିର୍ବାଚନରେ ଏମାନଙ୍କୁ ପ୍ରତ୍ୟାଖାନ କରି ବିଜେପି ସରକାରକୁ  କ୍ଷମତାକୁ ଆଣିବାପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ ବୋଧନ ଦେଇଥରଲେ । ସେହିପରି କେନ୍ଦ୍ରରେ ମୋଦି ସରକାରକୁ ମଧ୍ୟ ଆଣିବାକୁ ହେଲେ ଉଭୟ ଲୋକସଭା ଓ ବିଧାନ ସଭା ଭୋଟରେ ବିଜେପି ପାର୍ଥିଙ୍କୁ ଭୋଟ ଦେବାପାଇଁ ସେ ନିବେଦନ କରିଥିଲେ । ସେହିପରି କଂଗ୍ରେସକୁ ମଧ୍ୟ କଟାକ୍ଷ କରିଥିଲେ । ଉକ୍ତ ନିର୍ବାଚନୀ  ସାଧାରଣ ସଭାରେ ବିଜେପି ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ଡି ଜି ପି ପ୍ରକାଶ ମିଶ୍ର,ବାଙ୍କୀ ବିଧାନସଭା ବିଜେପି ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ,ଶୁବଳ ବେହେରା,ବାଙ୍କୀ ପ୍ରଭାରି ଶୃତି ପଟ୍ଟନାୟକ, ତୁଷାରକାନ୍ତ ଚକ୍ରବର୍ତ୍ତି,କଳାପଥର ମଣ୍ଡଳ ସଭାପତି ଦାସରଥି ଦାସ,ଲୋକସଭା ସହ ପ୍ରଭାରି ଜଗର୍ନ୍ନାଥ ଦାସ, ଶ୍ୟାମ ସୁନ୍ଦର ସାହୁ,ବରିଷ୍ଠ ଆଇନଜୀବୀ  ଯଯାତି କେଶରି ପଟ୍ଟନାୟକ,ସିତାକାନ୍ତ ମିଶ୍ର,ଉତ୍କଳ  ମନ୍ତ୍ରୀ,ସରୋଜ ମତଗଜ ସିଂ,ଆଇନଜୀବୀ ପ୍ରଦିପ ପଟ୍ଟନାୟକ,କମଳାକାନ୍ତ ପ୍ରହରାଜ,ଗୋରାଚାନ୍ଦ ମିଶ୍ର, ମାନସ କୁମାର ସାହୁପ୍ରମୁଖ ଉପସ୍ଥିତ ଥିଲେ । ଏହି ବିଜୟ ସଂକଳ୍ପ ସମାବେଶରେ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ଉପସ୍ଥିତ ଥିଲେ ।

0
0
0
s2sdefault