ହେଡଲାଇନସ୍:

ନବୀନ ବାବୁ ଏଥର ଯିବେ - ଧର୍ମେନ୍ଦ୍ର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ନବୀନଙ୍କ ପ୍ରଶ୍ନର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ

ଓଡିଶାର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭଲ ପାଇଲେଣି, ନବୀନ ବାବୁ ଏଥର ଯିବେ

 ସାଢେ ୪ କୋଟି ଓଡିଆ ପ୍ରତ୍ୟେକ ଜଣେ ଜଣେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

 କଳିଙ୍ଗ ଯୁଦ୍ଧରେ କିଏ ରାଜା ନଥିଲେ- ପ୍ରତ୍ୟେକ ଓଡିଆ କଳିଙ୍ଗର ସୁରକ୍ଷା ଓ ସ୍ୱାଭିମାନର ଲଢେଇ ଲଢିଥିଲେ

 ତାମିଲ ଇତିହାସ ମାଧ୍ୟମରେ ଓଡିଶାକୁ ବୁଝୁଥିବା ନବୀନ ବାବୁ କାହଁକି ଓଡିଆଙ୍କୁ କଷ୍ଟ ଦେଉଛନ୍ତି

ଭୁବନେଶ୍ୱର :  ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶ୍ନର ଉତର ରଖି ସାଢେ ୪ କୋଟି ଓଡିଆ ପ୍ରତ୍ୟେକ ଜଣେ ଜଣେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି କଳିଙ୍ଗ ଯୁଦ୍ଧରେ ଓଡିଶାର ରାଜା କିଏ ଥିଲା ତାହା ନବୀନ ବାବୁଙ୍କୁ ଜଣାଅଛି କି ନାହିଁ । କଳିଙ୍ଗର ସୁରକ୍ଷା ଓ ସ୍ୱାଭିମାନର ଲଢେଇ ଲଢୁଥିବା ପ୍ରତ୍ୟେକ ଓଡିଆ ଥିଲେ ଜଣେ ଜଣେ ଓଡିଶାର ରାଜା ।ତାମିଲ ଇତିହାସ ମାଧ୍ୟମରେ ଓଡିଶାକୁ ବୁଝୁଥିବା ନବୀନ ବାବୁ କାହଁକି ଓଡିଆଙ୍କୁ କଷ୍ଟ ଦେଉଛନ୍ତି । ସେ ଓଡିଶାର ଆତ୍ମା ଓ ମନକୁ ବୁଝିପାରିବେ ନାହିଁ । କାହଁକି ସେ ଧନ୍ଦାରେ ପଡୁଛନ୍ତି । ଯେଉଁ ରାଜ୍ୟର ଲୋକକଥା ଓଡିଶାରେ ନେତାର ପ୍ରୟୋଜନ ନାହିଁ, ଓଡିଶାର ନେତା ସ୍ୱୟଂ ନାରାୟଣ । ଓଡିଶାର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭଲ ପାଇଲେଣି । ନବୀନ ବାବୁ ଏଥର ଯିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault