ହେଡଲାଇନସ୍:

 ସମସ୍ତଙ୍କ ନଜରରେ ବରଗଡ଼, ବିରୋଧୀଙ୍କ ଟାର୍ଗେଟରେ ସୁଶାନ୍ତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭଟଲିରେ ବିରୋଧୀଙ୍କ ଆଶା ଜୁଆରରେ ପଡିବ ଭଟ୍ଟା !!

 ବରଗଡ :- ରାଜନୀତିର ତାତିଲା ତାୱାରେ ବରଗଡ଼ | ତା ଉପରେ ସମସ୍ତଙ୍କ ନଜର, ଲଢେଇ ପତିଆରାର | କାରଣ ଏଠି ହାଇ ପ୍ରୋଫାଇଲ ୱାର | ଲଢ଼ୁଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଲେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଇଁ ପତିଆରାର  ପ୍ରଶ୍ନ | ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଢ଼ୁଥିବା ଯୋଗୁ ବିଜେପୁରରେ ପୂର୍ବପେକ୍ଷା କେମିତି ଭଲ ପ୍ରଦର୍ଶନ ରହିବ ସେଥିପାଇଁ ବିଜେଡିର ନେତା ଓ କର୍ମୀମାନେ ଦିନ ରାତି ଏକ କରିଦେଇଛନ୍ତି | ଅନ୍ୟପକ୍ଷରେ  ବରଗଡ଼ ଆସନରେ ସୁବାସ ଚୌହାନଙ୍କୁ ଟିକଟ ନମିଳିବା ପଛରେ କେନ୍ଦ୍ରମନ୍ତ୍ରୀଙ୍କ ଆଡକୁ ସୁବାସଙ୍କ ସମର୍ଥକମାନେ ଆଙ୍ଗୁଳି ନିର୍ଦ୍ଦେଶ କରିଥିବା ବେଳେ ଜିଲ୍ଲାରେ କେମିତି ବିଜେପିର ପୂର୍ବ ପ୍ରଦର୍ଶନ ବଜାୟ ରହିବ ସେଥିପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛି ବିଜେପି | ହେଲେ ବିଜେପୁର ଉପନିର୍ବାଚନର ତିକ୍ତ ଅନୁଭୂତି ନିହାତି ଭାବେ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଲାଇପାରିନି ବିଜେଡି ବିଜୟର ନାୟକ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗେମ ପ୍ଲାନ ଆଉ  ଫ୍ଲୋର ମ୍ୟାନେଜମେଣ୍ଟ ଷ୍ଟାଇଲକୁ | ଆଉ ସେଇଠି ପାଇଁ  ସୁଶାନ୍ତଙ୍କ ଗତିବିଧି, ରଣନୀତି ଉପରେ ବିଜେପିର ନଜର | ତାଙ୍କୁ ନିଜ ନିର୍ବାଚନମଣ୍ଡଳୀ ଭିତରେ ସୀମିତ ରଖିବା ପାଇଁ ସବୁ ପ୍ରକାର ବ୍ୟୁହ ରଚନା କରାଯାଇଆସୁଥିବା ବେଳେ ଲଢୁଆ ସୁଶାନ୍ତ କିନ୍ତୁ ନିଜ ଷ୍ଟାଇଲରେ ପ୍ରଚାରରେ ବ୍ୟସ୍ତ ଅଛନ୍ତି | ବିରୋଧୀଙ୍କର  ମୁଖ୍ୟ ଟାର୍ଗେଟ ମନ୍ତ୍ରୀ ସୁଶାନ୍ତ ସିଂ ରହିଥିଲେ ମଧ୍ୟ ଅବିଚଳିତ ଭାବେ ନିଜର ଆତ୍ମୀୟତାପୂର୍ଣ ପ୍ରଚାର ଶୈଳୀରେ ଲୋକଙ୍କ ହୃଦୟ ଜିଣିବାକୁ ଉଦ୍ୟମ ଜାରି ରଖିଛନ୍ତି ନିଜର ଅସୁସ୍ଥତା ସତ୍ତ୍ୱେ | ଆଉ ତାଙ୍କ ଲୋକପ୍ରିୟତା ଭଟଲିରେ ବିରୋଧୀଙ୍କ ଆଶା ଯୁଆରରେ ଭଟ୍ଟା ପକାଇବା ବୋଲି ଭଟଲି ଅଂଚଳରେ ଚର୍ଚ୍ଚା ହେଉଛି |

       ସୁଶାନ୍ତ ସିଂ କେବଳ ଭଟଲି ଅଂଚଳରେ ନୁହଁ ସମଗ୍ର ପଶ୍ଚିମ ଓଡିଶାର ସବୁଠାରୁ ପ୍ରିୟ ନେତା ତଥା ସେ ଆଜି ଯୁବ ସମାଜ ପାଇଁ ଆଦର୍ଶ । ସବୁଠୁ ବଡ଼କଥା ହେଲା କେବଳ ବିଜେଡି ନୁହେ, ବିରୋଧୀ ଦଳର ଅନେକ ଯୁବକ ତାଙ୍କ ସହିତ ବ୍ୟକ୍ତିଗତ ଉତ୍ତମ ସମ୍ପର୍କ ରଖିଛନ୍ତି | ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାର ଗୁଣଟି ତାଙ୍କୁ ସମଗ୍ର ବରଗଡ଼ ଜିଲ୍ଲାରେ ଜଣେ ଚର୍ଚିତ ଓ ଗ୍ରହଣୀୟ ଯୁବ ନେତାର ପରିଚୟ ଦେଇପାରିଛି | ଏଇ କିଛିଦିନ ତଳେ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଆଡମିଟ ହୋଇ ଫେରିଥିବା ମନ୍ତ୍ରୀ ସୁଶାନ୍ତଙ୍କୁ ଡାକ୍ତର କିଛିଦିନ ବିଶ୍ରାମ ପରାମର୍ଶ ଦେଇଥିଲେ ବି  ନିଜର ଶାରିରୀକ ଅସୁସ୍ଥତାକୁ  ତିଳେ ମାତ୍ର ଭୃକ୍ଷେପ ନକରି ସେ ସବୁବେଳେ ଲୋକଙ୍କର ଗହଣରେ । ସକାଳ ଚାରିଟା ରୁ ଆରମ୍ଭ କରି ବିଳମ୍ବିତ ରାତ୍ରି ପର୍ଯନ୍ତ ସବୁବେଳେ ତାଙ୍କ ନିକଟରେ ଲୋକଙ୍କ ପ୍ରବଳ ଭିଡ । ଦୂରଦୂରାନ୍ତରୁ ପ୍ରତ୍ୟେକ ଦିନ ସହ ସହ ଲୋକ ତାଙ୍କ ପାଖକୁ ଧାଇଁ ଆସନ୍ତି ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ନେଇ ଆଉ ଶ୍ରୀ ସିଂ ସମସ୍ତ ଲୋକଙ୍କ ସମସ୍ୟା ଶୁଣିବା ସହିତ ତୁରନ୍ତ ତାର ସମାଧାନ ପାଇଁ ପୁରା ଚେଷ୍ଟା କରିଥାନ୍ତି । ଭଟଲି ଅଂଚଳରେ ସେ କେବଳ ଜଣେ ରାଜନେତା ଭାବରେ ନୁହେଁ ଭଟଲି ନିର୍ବାଚନ ମଣ୍ଡଳୀ ଓ ଆଖ ପାଖ ଅଂଚଳର ସାଧାରଣ ଜନତା ତାଙ୍କୁ ନିଜର ପରିବାରର ଜଣେ ସଦସ୍ୟ ବୋଲି ଭାବବା ସହିତ ତାଙ୍କୁ ବହୁତ ସ୍ନେହ ମଧ୍ୟ କରନ୍ତି । ନିଜର ନିରାଡ଼ମ୍ବର ଓ ସାଧାରଣ ଜୀବନଚର୍ଯ୍ୟା ଓ ଲୋକଙ୍କୁ ଅପଣାଇବା ପ୍ରକୃତି ଯୋଗୁଁ ଆଜି ସେ ଅଂଚଳରେ ଅପ୍ରତିଦ୍ବନ୍ଦି । ଏକଥା ବିରୋଧୀ ଙ୍କୁ ଭଲ ଭାବରେ ଜଣା । ତେଣୁ ଖାସ କରି ସୁଶାନ୍ତ ଗତିରୋଧ କରିବା ପାଇଁ ବିରୋଧୀ ମାନଙ୍କର ବଡ଼ବଡ଼ ଗଡ଼ ଫାଦର ମାନେ ସବୁବେଳେ କରିଥାନ୍ତି ସ୍ୱତନ୍ତ୍ର ରଣନୀତି । ହେଲେ ଭଟଲିର ଜନସାଧାରଣଙ୍କର ଭଲପାଇବା ଆଗରେ ସୁଶାନ୍ତଙ୍କର ବିରୋଧରେ ସବୁ ରଣନୀତି ସବୁବେଳେ ଫେଲ ମାରିଛି । 

     ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ସମାନ କଥା ଦେଖିବାକୁ ମିଳୁଛି । ଅସୁସ୍ଥତା ସତ୍ୱେ ନିଜ ନିର୍ଵାଚନ ମଣ୍ଡଳୀ ଓ ମୁଖ୍ୟମନ୍ତ୍ରୀ ଙ୍କର ବିଜେପୁର ନିର୍ବାଚନ ମଣ୍ଡଳୀର ଅତିରିକ୍ତ ଦାୟିତ୍ୱ  ତାଙ୍କ ଉପରେ ରହିଛି । ତାଙ୍କ ବିରୋଧୀ ତାଙ୍କ ବିରୋଧରେ ଶାମ ଦାମ ଦଣ୍ଡ ଭେଦ ସବୁ ପ୍ରକାର ଅସ୍ତ୍ର ପ୍ରୟୋଗ କରିଚାଲିଛନ୍ତି । ହେଲେ ଶ୍ରୀ ସିଂ ଯେଉଁ ଜାଗାକୁ ଭି ଯାଉଛନ୍ତି ସେ ସ୍ଥାନରେ ଜନସାଧାରଣଙ୍କର ଦ୍ୱାରା  ତାଙ୍କୁ କରା ଯାଉଥିବା ସ୍ୱାଗତ ଓ ତାଙ୍କର ପଥପ୍ରାନ୍ତ ସଭାମାନଙ୍କରେ ଲୋକଙ୍କ ଭିଡ଼ ବିରୋଧୀ ମାନଙ୍କର ଛାତି ଥରାଇ ଦେଉଛି । ଯାହାଫଳରେ ଏବେ ବିରୋଧୀ ଏହି ଅଂଚଳର ବିଭିନ୍ନ ସ୍ଥାନରେ ଲୋକଙ୍କୁ  ନାନା ପ୍ରକାର ପ୍ରଲୋଭନ ଦେବା ସହିତ କିଛି ସ୍ଥାନରେ ଲୋକଙ୍କୁ ଧମକ ଚମକ ଦେଉଥିବା ମଧ୍ୟ ଶୁଣିବାକୁ ମିଳୁଛି ।  ସୁଶାନ୍ତଙ୍କ ଅଧିନାୟକତ୍ୱରେ ବିଜେଡ଼ିଠାରୁ ଗୁରୁତର ଭାବେ ମାଦ  ପାଇଥିବା ବିରୋଧୀଙ୍କ ପାଇଁ ବଡ କଣ୍ଟା ସାଜିଛତି ସୁଶାନ୍ତ | ଗତ ଉପ ନିର୍ବାଚନ ପରଠାରୁ କ୍ରମାଗତ ଭାବରେ ବିଭିନ୍ନ ସମୟରେ ତାଙ୍କ ପତିଆରା କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ୟମ ହୋଇ ଆସିଛି । ହେଲେ ସୁଶାନ୍ତଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ଆଗରେ ବିରୋଧୀଙ୍କ ସବୁ ଉଦ୍ୟମ ଫିକା ପଡିଛି | ତଥାପି ଏବେ ତାଙ୍କୁ ଭଟଲି ଭିତରେ ସୀମିତ ରଖିବା ପାଇଁ ସବୁ ଉଦ୍ୟମ ବିରୋଧୀଙ୍କ ପକ୍ଷରୁ ହେଉଥିଲେ ମଧ୍ୟ ସନ୍ତୁଳିତ ଭାବେ ନିଜ ଦାୟିତ୍ୱ ତୁଲାଇ ଚାଲିଛନ୍ତି ସୁଶାନ୍ତ | ଆଉ ୟାର କାରଣ ହେଉଛି ସେ କେବଳ ଭୋଟ ବେଳେ ଲୋକଙ୍କ ପାଖକୁ ଆସିବା ନେତା ନୁହନ୍ତି, ସେ ସବୁବେଳେ "ନିର୍ବାଚନ ମଣ୍ଡଳୀ ସିକ" ନେତା ଭାବେ ଜଣାଶୁଣା | ଯେତେବେଳେ ସମୟ ପାଇଲେ ଦୌଡ଼ି ଆସିବେ ନିର୍ବାଚନ  ମଣ୍ଡଳୀ, ଆଉ ସମୟ କାଟିବେ ନିଜ ଅଂଚଳର ଲୋକଙ୍କ ଦୁଃଖ ସୁଖ ଶୁଣିବାରେ | ତେଣୁ ଲୋକଙ୍କ ସୁଖ ଦୁଃଖ ସହିତ ଜଡିତ ହୋଇ ଥିବା ସୁଶାନ୍ତଙ୍କ ଗ୍ରହଣୀୟତା ଏବେ ତାଙ୍କ ପାଇଁ ଆସେଟ ଆଉ ଆଶୀର୍ବାଦ  ପାଲଟିଛି | ଏବେ  ଅସୁସ୍ଥ ଥିଲେ ଭି ଅଂଚଳର ସାଧାରଣ ଲୋକ ଙ୍କର ଭଲପାଇବା , ଦୃଢ଼ ମନୋବଳ , ନିଃସ୍ୱାର୍ଥପର ଜନସେବା ପାଇଁ ପ୍ରବଳ ଆଗ୍ରହକୁ ପାଥେୟ କରି ଶ୍ରୀ ସୁଶାନ୍ତ ସିଂ ଜୋରସୋରରେ ଜାରି ରଖିଛନ୍ତି ନିଜ ଦଳ ପାଇଁ ପ୍ରଚାର ପ୍ରସାର । ଅନ୍ୟପଟେ ବିରୋଧୀ ଦଳର ପ୍ରଚାରକମାନଙ୍କୁ ସ୍ଥାନୀୟ ଜନତା ବିଭିନ୍ନ ପ୍ରଶ୍ନ କରି ଘାଇଲା କରିଦେଉଥିବା ମଧ୍ୟ ନଜରରେ ଆସୁଛି । ହେଲେ  ଏଥର ବି ବିରୋଧୀ ମାନଙ୍କର ସବୁ ପ୍ରକାର ବ୍ୟୁହ ରଚନାକୁ ଭେଦ କରି ପୁନର୍ବାର ଭଟଲି ବାସୀଙ୍କ ହୃଦୟ ଜିତିବା ସହ ତାଙ୍କୁ ଦଳ ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛି ତାକୁ ମଧ୍ୟ ସଫଳତାର ସହିତ ପୂର୍ଣ୍ଣ କରିପାରିବେ ଭଟଲି ନିର୍ବାଚନ ମଣ୍ଡଳୀର ଜନତାଙ୍କର ଭିତରେ ଚର୍ଚ୍ଚା | 

 

0
0
0
s2sdefault