ହେଡଲାଇନସ୍:

ଘରଘର ବୁଲି ଆଶୀର୍ବାଦ  ଲୋଡୁଛନ୍ତି ଦେବାଶିଷ  

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବାଙ୍କୀ କଂଗ୍ରେସର ବିଶାଳ ଶୋଭାଯାତ୍ରା;୨ ହଜାରରୁ ଉର୍ଦ୍ଧ  କର୍ମୀ ସାମିଲ

ବାଙ୍କୀ -ଚଳିତ ସାଧାରଣ ନିର୍ବାଚନରେ ବାଙ୍କୀ ନିର୍ବାଚନ ମଣ୍ଡଳିରେ ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ପ୍ରଚାର ଗାଡି ସାଙ୍ଗକୁ ବାଇକ ଶୋଭାଯାତ୍ରା ଏବଂ ପଦଯାତ୍ରା ମାଧ୍ୟମରେ ପ୍ରଚାର ଚଲୁଥିବା ଦେଖାଯଇଛି । ଆଜି ବାଙ୍କୀ କଂଗ୍ରେସ ପକ୍ଷରୁ ବାଙ୍କୀ ସମ୍ମାନ ଓ ସ୍ୱାଭିମାନର ଲଢେଇ ସ୍ଳୋଗାନ ଦେଇ ନିର୍ବାଚନ ଲଢୁଥିବା ବିଧାୟକ ପ୍ରାର୍ଥୀ  ଡଃ ଦେବାଶିଷ ପଟ୍ଟନାୟକ ଡମପଡା ଜିଲ୍ଲା ପରିଷଦ ଜୋନର ୮ଟି ପଞ୍ଚାୟତରେ ବିଶାଳ ଶୋଭାଯାତ୍ରା କରିଥିଲେ । ବାଙ୍କୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରାଣଙ୍କୁ ଅବଗତ କରାଇବା ସହିତ ବିଜୟ ବାନା ଉଡିବା ପରେ ତ୍ୱରିତ ଏହିସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଚାଷି ବହୁଳ ଅଞ୍ଚଳ ବାଙ୍କୀ ହୋଇଥିବା ବେଳେ ଚାଷ ଜମିକୁ ଜଳ ସେଚନ କରାଯାଇ ନପାରିବା ସ୍ଥାଣୁ ସରକାରଙ୍କ ଅସଲ ମୁଖା ବୋଲି କହିଥିଲେ । ସେହିପରି ଚାଷିର ଉତ୍ପାଦିତ ସଶ୍ୟକୁ ମହଜୁଦ୍ କରି ରଖିବା ପାଇଁ ଶିତଳ ଭଣ୍ଡାର ନଥିବା ବେଳେ ବିଜେଡି ସରକାର ପ୍ରତି ବ୍ଳକରେ ଶିତଳଭଣ୍ଡାର ନିର୍ମ୍ମାଣ ଏକ ଧୁଆଁ ବାଣ ବୋଲି କହିଛନ୍ତି । ସେହିପରି ବାଙ୍କୀ ବସଷ୍ଟଣ୍ଡ, ଶିଶୁ ଉଦ୍ୟାନ,ବାଙ୍କୀ ମହାବିଦ୍ୟାଳୟ,ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଉଦ୍ୟାନ ନିର୍ମ୍ମାଣରେ ସ୍ଥାନିୟ ନିର୍ବାଚିତ ଜନପ୍ରତିନିଧି ଫେଲ ମାରିଥିବା ବେଳେ ଗତ ନିର୍ବାଚନ ପୂର୍ବରୁ ବସଷ୍ଟାଣ୍ଡର ଶିଳାନ୍ୟାସ କରି ୫ ବର୍ଷପରେ ଇଟା ଟିଏ ନପଡିବା ବାଙ୍କୀ ବାସୀଙ୍କୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ଦଳ ଭଣ୍ଡେଇଛି ବୋଲି ଜନ ସାଧାରଣ ଅବଗତ ହୋଇଥିବା କଂଗ୍ରେସ ସୁଚନା ଦେଇଛି । ତେଣୁ ଏହି ସ୍ୱାଭିମାନ ନିର୍ବାଚନରେ ଲୋକେ କୁ ଶାସନ ପ୍ରତିଷ୍ଠା ପାଇଁ ଦେବାଶିଷଙ୍କୁ ଭୋଟଦେବେ ବୋଲି ପ୍ରାର୍ଥୀ ମାନେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଡମପଡା ଜୋନ ସଭାପତି କୁବେର ଚୈାଧୁରିଙ୍କ ସମେତ ତାଳବସ୍ତ ଗ୍ରାମପଞ୍ଚାୟତର ଅଜିତ ବେହେରା ,ଆଲୋକ ସାହୁ, ଦୁଲଣାପୁରର କିଶନ ମହାପାତ୍ର, ମକର ଜେନା,ସୂର୍ଯ୍ୟମଣୀ ନାୟକ ,ଡମପଡା ପଞ୍ଚାୟତର ସରପଞ୍ଚ ଦେବେନ୍ଦ୍ର ନାଥ ଧଳସାମନ୍ତ,ସମିତିସଭ୍ୟ ପ୍ରଶାନ୍ତ ମହାନ୍ତି,ଭବାନି ଶଙ୍କର ଧଳସାମନ୍ତ,ଗୋବିନ୍ଦପୁରର ସମିତି ସଭ୍ୟ ରବି ନାରାୟଣ ଦାସ,ପୂର୍ବତନ ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ଦାସ, କୁଶପଙ୍ଗି ପଞ୍ଚାୟତର ବିଭୁ ପ୍ରସାଦ ନାୟକ,ବୁଲୁ ବେହେରା ,ପାର୍ଥପୁର ପଞ୍ଚାୟତର ନାରାୟଣ ଧଳସାମନ୍ତ,ଟୁକୁନା ରଥ, ବିପିନ ବିହାରି ନାୟକ,ବାଆରାର ସମିତି ସଭ୍ୟା ବିଦୁଲତା ମାହାଳି,ସବେରା ସାହୁ,ଅକ୍ଷୟ ରାଉତ,ବିଜୁ ରାଉତ ଏବଂ ଗୟଳବାଙ୍କ ଭଗିପୁରର ଅଶୋକ ମହାନ୍ତି,ଅନିଲ ସାହୁ,ବିରେନ୍ଦ୍ର ସିଂ,ବାସୁଦେବ ରଥଙ୍କ ସମେତ ୨ ହଜାରରୁ ଉର୍ଦ୍ଧ କର୍ମୀ   ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଖପରଚଣ୍ଡି ମନ୍ଦିରରୁ ବାହାରି ସାମନ୍ତରା ପୁର,ପଦନପୁର, ତାଳବସ୍ତ, ବନହରା, ଅରପୁର, କୃଷ୍ଣପୁର, ଦୁଲଣାପୁର, କଲରାଅଣ୍ଟା, ,ଗୋବିନ୍ଦପୁର, କୁସୁନ୍ଦା, ରାମଚନ୍ଦ୍ରପୁର, ଡମପଡା,  ନିସ୍ତିପୁର, ଜାତମୁଣ୍ଡିଆ, କୁସ୍ପଙ୍ଗି, ପାର୍ଥପୁର ତଳପାର୍ଥପୁର, ଚାରିଘରିଆ, କଇଁମୁଣ୍ଡି, ଗୟଳବାଙ୍କ, ଭଗିପୁର ଏବଂ ବାଆଁରାଦେଇ ରାମଚଣ୍ଡି ଠାରେ ସମାପ୍ତ ହୋଇଥିଲା ।   

0
0
0
s2sdefault