ହେଡଲାଇନସ୍:

ଦାମଙ୍କ ଆଶା ପାଇଁ ବାମ ହେଲେ ସାରଦା, ରଘୁନନନ୍ଦନଙ୍କ ବାଟ ପ୍ରାୟ ସଫା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ୫୦୦ରୁ ଊଦ୍ଧ୍ୱ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ମିଶିଲେ

ଭୁବନେଶ୍ୱର: ବଢି ଯାଇଛି ବିଜେଡିରୁ ଯାଇ ବିଜେପି ପ୍ରାର୍ଥୀ ଭାବେ ଏରସମା ବାଲିକୁଦାରୁ ଲଢ଼ୁଥିବା ଡ଼ ଦାମୋଦର ରାଉତଙ୍କର |ଦାମ ବିଜେପିରୁ ପ୍ରାର୍ଥୀ ହେବାପରେ ନବୀନ ବାବୁ ମାଷ୍ଟର ଷ୍ଟ୍ରୋକ ମାରିଥିଲେ ଏରସମା ବାଲିକୁଦାର ଲୋକପ୍ରିୟ ନେତା ରଘୁନନ୍ଦନ ଦାସଙ୍କୁ ଦାମଙ୍କ ବିରୋଧରେ ପ୍ରାର୍ଥୀ କରି | ଆଉ ଗୁରୁବାର ଏମିତି ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି  ଯାହା ଦାମଙ୍କ ଟେନସନ ବାଢ଼ିଦେଇଥିବା ବେଳେ ରଘୁନନ୍ଦନଙ୍କ ବିଜୟ ସମ୍ଭାବନାକୁ ଉଜ୍ଜ୍ୱଳ କରିଛି | ଏରସମା ଅଂଚଳର ଟାଣୁଆ କଂଗ୍ରେସ ନେତା ସାରଦା ଜେନାଙ୍କୁ ବିଜେଡିରେ ସାମିଲ କରି ନବୀନ ମାରିଛନ୍ତି ଏହି ଷ୍ଟ୍ରୋକ |

ସୂଚନା ଅନୁଯାୟୀ କଂଗ୍ରେସ ନେତା ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏରସମା ବ୍ଲକ ବାମଦେଇପୁର କଂଗ୍ରେସ ସରପଞ୍ଚ ଗୋପୀନାଥ ସାମନ୍ତରାୟ, ନୂଆଗାଁ ସେବା ସମବାୟ ସମିତି ସଭାପତି ନାରାୟଣ ବର୍ଦ୍ଧନ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ସମୀର ରଞ୍ଜନ ସ୍ୱାଇଁ, ବ୍ଲକ ଓବିସି ସେଲ୍‍ ସଭାପତି ପ୍ରମୋଦ ରାଉତ, ଢିଙ୍କିଆ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ କେଦାର କନୱର, ପୂର୍ବତନ ସମିତି ସଭ୍ୟ ପ୍ରମୋଦ ତରେଇ ପ୍ରମୁଖ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୋନ୍‍ କଂଗ୍ରେସ କମିଟି ସଂପାଦକ ତଲାନ ମହାନ୍ତି, ପୂର୍ବତନ ସମିତି ସଭ୍ୟ ଅଧିକାରୀ ପ୍ରଶାନ୍ତ ଦାସ, ଅଶ୍ୱିନୀ ଦାସ, ଅମ୍ବିକି ପଞ୍ଚାୟତ କଂଗ୍ରେସ କମିଟି ସଭାପତି ପବିତ୍ର ଦାସ, ପୂର୍ବତନ ସରପଞ୍ଚ ଉର୍ମିଳା ମଲ୍ଲିକ, ଦିଲ୍ଲୀପ ବିଶ୍ୱାଳ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଂପାଦକ ପ୍ରମୋଦ ମହାନ୍ତି, ଏରସମା ଜୋନ୍‍ କଂଗ୍ରେସ କମିଟି ସାଧାରଣ ସଂପାଦକ ବିକ୍ରମ ମହାପାତ୍ର, ସଂପାଦକ ଅନନ୍ତ ନାରାୟଣ ସ୍ୱାଇଁ, ଯୁବ କଂଗ୍ରେସର ମନୋଜ ବେଉରା, ସଂଗ୍ରାମ ମଲ୍ଲ, ପାଣି ପଞ୍ଚାୟତ ସଂପାଦକ ସର୍ବେଶ୍ୱର ବେଉରା, ଦିଲ୍ଲୀପ କୁମାର ବିଶ୍ୱାଳ, ଏସ୍‍ସି ସେଲ୍‍ର ବଲ୍ଲଭ ସେଠୀ ପ୍ରମୁଖଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ କର୍ମୀ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ନେତା-କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ଜଗତସିଂହପୁର ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସ, ସାଂସଦ ପ୍ରାର୍ଥୀନୀ ଡା. ରାଜଶ୍ରୀ ମଲ୍ଳିକ, ଦଳର ସାଧାରଣ ସଂପାଦକ ବିଜୟ ନାୟକ, ଜଗତସିଂହପୁର ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ତନ୍ମୟ ସ୍ୱାଇଁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

 

 

 

0
0
0
s2sdefault