ହେଡଲାଇନସ୍:

ବିଜୟଙ୍କୁ ପୁରସ୍କାର, ମିଳିଲା ଦଳର ଗୁରୁତ୍ୱପୂର୍ଣ ସାଧାରଣ ସମ୍ପାଦକ ଦାୟିତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବିଜୁ ଜନତା ଦଳର ଜଣାଶୁଣା ଯୁବନେତା ତଥା ସମ୍ପ୍ରତି ଦଳର ସମ୍ପାଦକ ଥିବା ବିଜୟ କୁମାର ନାୟକଙ୍କୁ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ପୁରସ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ । ଯାଜପୁର ଜିଲ୍ଲା ବରି ନିର୍ବାଚନ ମଣ୍ଡଳୀର ଜଣାଶୁଣା ସଂଗଠକ ସର୍ବୋପରି ବରି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରମୁଖ ଦାବିଦାର ରହିଥିବା ବିଜସ୍ଵ ଅଦୃଶ୍ୟ କାରଣ ଯୋଗୁ ଶେଷ ମୁହୂର୍ତରେ ଟିକେଟରୁ ବଂଚିତ ହୋଇଥିଲେ ବିଜୟ । ହେଲେ  ତାଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ମୁଖପାତ୍ର ତଥା ସାଧାରଣ ସମ୍ପାଦକ ଡ଼ ଅରୁଣ ସାହୁ ସୂଚନା ଦେଇଛନ୍ତି | 

0
0
0
s2sdefault