ହେଡଲାଇନସ୍:

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦିତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗ୍ରାମାଞ୍ଚଳ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ଗାଁ ମୁହାଁ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖ ଅର୍ଥାତ ଆଉ ମାତ୍ର ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ସନ୍ଧ୍ୟା ଠାରୁ ପ୍ରଚାର କାର୍ଯ୍ୟ ବନ୍ଦ ରହିବା ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଜୋର ଧରିଛି ଆଜି ଦିନ ତମାମ । ଗତ ଦୁଇ ଦିନ ହେଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଆସନ୍ତା ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରଚାର ବାତାବରଣ ଦେଖାଦେଇଛି ।

ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ମୋଟ ୭ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ଏଠାରେ କଂଗ୍ରେସ, ବିଜେଡି, ଭାଜପା ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟରେ  ହେଉଛି ଚତୁର୍ମୁଖୀ ପ୍ରତିଦ୍ୱନ୍ଦିତା ଭାବେ  ।

ପ୍ରାର୍ଥୀ ମାନଙ୍କ ଭୋଟ ହାତେଇବା ପାଇଁ ମୁଖ୍ୟ ଲକ୍ଷ ହେଲା ଯେ ଗ୍ରାମାଞ୍ଚଳର ମୁଲ୍ୟବାନ ଭୋଟ ସବୁକୁ କିଭଳି ହାତେଇବେ ସେଥିପାଇଁ ପ୍ରାର୍ଥୀ ମାନେ ସେମାନଙ୍କ କର୍ମୀ ଓ ସମର୍ଥକ ମାନଙ୍କୁ ନେଇ ଗ୍ରାମାଞ୍ଚଳ ମୁହାଁ ହୋଇ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି । ଗ୍ରାମାଞ୍ଚଳ ଭୋଟ ହାତେଇବା ପାଇଁ ନିଜର ବିଭିନ୍ନ ରଣକୌଶଳ ପ୍ରସ୍ତୁତ କରି ପ୍ରଚାର କାର୍ଯ୍ୟ ଜୋର କରିଛନ୍ତି । 

କଂଗ୍ରେସ ପ୍ରାର୍ଥୀ କେ.ସୁର୍ଯ୍ୟରାଓ ଓ ଲୋକ ସଭା ପ୍ରାର୍ଥୀ ଭିି.ଚନ୍ଦ୍ର ଶେଖର ନାଇଡୁ ବିଭିନ୍ନ ବ୍ଲକାଞ୍ଚଳ ଓ ପାରଳା ସହର ନିଜର ସମର୍ଥକ ଓ କର୍ମୀ ମାନଙ୍କୁ ନେଇ ପ୍ରଚାର କରିଥିଲେ । କେତେବେଳେ ମୋଟର ସାଇକେଲ ଶୋଭାଯାତ୍ରା ତ କେତେବେଳେ ଘରଘର ବୁଲି ପ୍ରଚାର କାର୍ଯ୍ୟ ଚଲାଇଛନ୍ତି ଏମିତିକି ପଥପ୍ରାନ୍ତ ପ୍ରଚାର ମଧ୍ୟ କରିଥିଲେ ।

ସେହିଭଳି ବିଜେଡିର ପାରଳା ପ୍ରାର୍ଥୀ କଲ୍ୟାଣୀ ଗଜପତି ଏବଂ ଲୋକ ସଭା ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ବିଭିନ୍ନ ଗାଁ ଗାଁ ଓ ସହର ସବୁ ମୋଟର ସାଇକେଲ ଶୋଭାଯାତ୍ରା ଓ ଅନାନ୍ୟ ମାଧ୍ୟମରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ । 

ସେହିପରି ଭାଜପା ପ୍ରାର୍ଥୀ ବିଭିନ୍ନ ପ୍ରକାର ଶୋଭାଯାତ୍ରାରେ ବାହାରି ଗାଁ ଓ ସହରରେ ପ୍ରଚାର ଚଲାଇଛନ୍ତି । ନିଜର ହଜାର ହଜାର ସମର୍ଥକ ଓ କର୍ମୀଙ୍କୁ ନେଇ ବିଭିନ୍ନ କୌଶଳ ପ୍ରୟୋଗ କରି ପ୍ରଚାର ଚଲାଇଛନ୍ତି ପ୍ରାର୍ଥୀ କେ.ନାରାୟଣ ରାଓ ଓ ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ର

ସ୍ୱାଧୀନ ପ୍ରାର୍ଥୀ ଡ:ତିରୁପତି ପାଣିଗ୍ରାହୀ ନିଜର ପ୍ରଚାର କୌଶଳକୁ ଜୋର କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପଦଯାତ୍ରା ଓ ଭେନ ଯୋଗେ ଏବଂ ମୋଟରସାଇକେଲ ଯୋଗେ ତାଙ୍କ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ସଭାସମିତିମଧ୍ୟ କରି ଲୋକଙ୍କୁ ନିଜ ପଟକୁ ଆକର୍ଷଣ କରିଛନ୍ତି ।

 

0
0
0
s2sdefault