ହେଡଲାଇନସ୍:

କିଛି ନିର୍ଦ୍ଧିଷ୍ଟ ଅଧିକାରୀ ଓଡିଶାରେ ଲଗାମଛଡା ହୋଇ ବିଜେଡି ପାଇଁ କାମ କରୁଛନ୍ତି- ଧର୍ମେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ୍ ହେଲେ କେନ୍ଦ୍ରମନ୍ତ୍ରୀ

 ବୁଥ ଗୁଡିକରେ ଲୁଟ କିମ୍ବା ଆତଙ୍କରାଜ ପରିସ୍ଥିତି ନହେବା ପାଇଁ ଦୃଷ୍ଟି ଦେବାକୁ ସିଇଓଙ୍କୁ ଅନୁରୋଧ

 ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ରାଜନୈତିକ କର୍ମୀ ଭାବେ କାମ କରୁଛନ୍ତି

 ସିଇଓଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପଛରେ ସରକାରୀ କର୍ମଚାରୀଙ୍କୁ ଭୟ ଦେଖାଇବା ଉଦେ୍ଧଶ୍ୟ

 ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ତାଲିକା କାହିଁକି ରାଜ୍ୟ ସରକାର ଦେଉନାହିଁ ?

 ୫ ଏକରରୁ କମ ଥିବା ୪୫ ଲକ୍ଷ ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଇପାରିବ

 କାଳିଆ ଯୋଜନାର କିଏ ଟଙ୍କା ପାଇଛନ୍ତି ଆଉ କିଏ ଟଙ୍କା ପାଇବ ତାଲିକା ସାର୍ବଜନୀନ କରିନାହାନ୍ତି ରାଜ୍ୟ ସରକାର

 କାଳିଆ ଯୋଜନାରେ ମନ୍ତ୍ରୀ, ବିଧାୟକଙ୍କ ପରିବାର ତାଲିକାରେ ଗଣମାଧ୍ୟମ ଦେଖାଇବା ପରେ ଏହାକୁ ସରକାର ହଟାଇ ନେଇଛନ୍ତି

 ଓଡିଆ ଲୋକଙ୍କୁ ଭୂଆଁ ବୁଲେଇବା ଓ ପ୍ରଚାର ସର୍ବସ୍ୱ ଯୋଜନା ହେଉଛି କାଳିଆ

ଭୁବନେଶ୍ୱର, ଅପ୍ରେଲ ୦୯ – ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ କିଛି ନିର୍ଦ୍ଧିଷ୍ଟ ଅଧିକାରୀ ଓଡିଶାରେ ଲଗାମଛଡା ଅବସ୍ଥାରେ ଅଛନ୍ତି । ସବୁ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରି ରାଜନୈତିକ କର୍ମୀ ଭାବେ କାମ କରୁଛନ୍ତି । ତେଣୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ନେଇ ଭୟ ଓ ଆଶଙ୍କା ଦେଖାଯାଇଛି । ବୁଥ ଗୁଡିକରେ କିପରି ଲୁଟ୍ କିମ୍ବା ଆତଙ୍କରାଜ ପରିସ୍ଥିତି ସୃଷ୍ଟି ନହେବ ତା’ ଉପରେ ଦୃଷ୍ଟି ଦେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅନୁରୋଧb କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ଗଞ୍ଜାମ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଚିକିଟି ବିଧାନସଭାରେ ସ୍ଥାନୀୟ ପ୍ରଶାସନ ସହାୟତାରେ ଶାସକ ଦଳର ବନ୍ଧୁମାନେ ଆତଙ୍କବାଦ ଚଲେଇ ଆସୁଥିବାର ଦେଖାଯାଇଥିଲା । ଯେଉଁଥିରୁ ରାଜ୍ୟରେଆଇନଶୃଙ୍ଖଳା ନଥିବା ଅନୁମାନ କରାଯାଉଛି । ଏହା ପରେ ଗତକାଲି ଗଞ୍ଜାମ ଗସ୍ତରୁ ଫେରିବା ପରେ ମଧ୍ୟ ଏହି ବାବଦରେ ସିଇଓଙ୍କୁ ସାକ୍ଷାତ କରି ଦଳ ପକ୍ଷରୁ ଅବଗତ କରାଯାଇଥିଲା । ଏତଦବ୍ୟତିତ ଆଜି ବିଜେପିସଦସ୍ୟମାନେ ଡିଜିପିଙ୍କୁ ଭେଟି ମଧ୍ୟ ଏ ବିଷୟରେ ଅବଗତ କରିଛନ୍ତି ।

ଆଜି ପୁନର୍ବାର ଏ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇ ସ୍ଥାନୀୟ ସ୍ତରରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ତତ୍ୱାବଧାନରେ ବୁଥ ଗୁଡିକରେ ଲୁଟ କିମ୍ବା ଆତଙ୍କରାଜ ପରିସ୍ଥିତି ନହେବା ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ସେହିପରି ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ନେଇ ସିଇଓଙ୍କୁ ଫେରାଦ ହେବା ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଞ୍ଜାମ, କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡାରେ ସରକାରୀ ଅଧିକାରୀଙ୍କୁ ଡର ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଆସିଥିଲେ । କାଳିଆ ଶାସକ ଦଳ ପାଇଁ କାଳ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉଭୟ ବଜେଟରେ ଟଙ୍କା ଓ ତାଲିକା ଅଛି । ମାତ୍ରକାଳିଆ ଯୋଜନାରେ ଏହି ବ୍ୟବସ୍ଥା ରାଜ୍ୟ ସରକାର କରିନାହାନ୍ତି । କେବଳ ଓଡିଆ ଲୋକଙ୍କୁ ଭୂଆଁ ବୁଲେଇବା ଓ ପ୍ରଚାର ସର୍ବସ୍ୱ ଯୋଜନା । କାଳିଆ ଯୋଜନାର କିଏ ଟଙ୍କା ପାଇଛନ୍ତି ଆଉ କିଏ ଟଙ୍କା ପାଇବ ତାଲିକା ସାର୍ବଜନୀନ ରାଜ୍ୟ ସରକାର କରିନାହାନ୍ତି । କାଳିଆ ଯୋଜନାରେ ମନ୍ତ୍ରୀ, ବିଧାୟକଙ୍କ ପରିବାର ତାଲିକାରେ ଗଣମାଧ୍ୟମ ଦେଖାଇବା ପରେ ଏହାକୁ ସରକାର ହଟାଇ ନେଇଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟ ସରକାର ତାଲିକା କାହିଁକି ଦେଉନାହାନ୍ତି । ୫ ଏକରରୁ କମ ଥିବା ୪୫ ଲକ୍ଷ ଓଡିଶାର ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଇପାରିବ ବୋଲି ଶ୍ରୀ ପ୍ରଧାନ

କହିଛନ୍ତି । 

0
0
0
s2sdefault