ହେଡଲାଇନସ୍:

ବଢୁଛି ଦାମଙ୍କ ଟେନସନ, ଭାରି ପଡ଼ିବେ ରଘୁନନ୍ଦନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କଲେ ରଘୁନନ୍ଦନ

ତିର୍ତ୍ତୋଲ-ବାଲିକୁଦା/ରମେଶ ମହାନ୍ତି -ପ୍ରଶାନ୍ତ ମୁଦୁଲିଙ୍କ ଆଖିରେ ରଖି ତାଙ୍କୁ ବିଧାନସଭାରେ ନପୁରାଇ ଦେବା ପାଇଁ ବିଜେପିରେ ଯୋଗ ଦେବା ସହ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ ଏବେ ଟେନ୍ସନ ସାଜିଛନ୍ତୁ ଏ ଅଂଚଳର ଟାଣୁଆ ତଥା ଲୋକପ୍ରିୟ ନେତା ରଘୁନନ୍ଦନ ଦାଶ(ବାବୁଲି) | କେବଳ ଜିଦରେ ପ୍ରତିଶୋଧ  ନେବା ପାଇଁ ନିଜକୁ ମାଟିର ପୁଅ କହି ରାଜନୀତି ମୈଦାନରେ ଅବତୀର୍ଣ ହୋଇଥିବା ଦାମଙ୍କୁ  କଡା ଟକ୍କର ଦେଉଛି ଦଳମତ ନିର୍ବିଶେଷରେ ବାବୁଲିଙ୍କ ଗ୍ରହଣୀୟ ପ୍ରାର୍ଥୀତ୍ବ | ବାବୁଲିଙ୍କ ପାଇଁ ସବୁଠୁ ବଡ ଆସେଟ ସାଜିଛି ତାଙ୍କର ଲୋକସମ୍ପର୍କ, ଲୋକପ୍ରିୟତା ଆଉ ବର୍ଷକ ୧୨ମାସ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା | ଆଉ ଏକ ବିଶାଳ ରାଲିରେ ଦଳୀୟ କର୍ମୀ ଓ ଅଗଣିତ ଜନସାଧାରଣଙ୍କ ଗହଣରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରି ଆରମ୍ଭ କରିଛନ୍ତି ବିଧିବଦ୍ଧ ନିର୍ବାଚନ ପ୍ରଚାର | 

ନାମାଙ୍କନ ପତ୍ର ଦାଖଲ ଦିନ  ସକାଳୁ ରଘୁନନ୍ଦନ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା" ଶାରଳାଙ୍କ ଦର୍ଶନ ସାରି ଫେରିବା ପରେ ବାଲିକୁଦା ବଜାରରୁ ଏକ ବିଶାଳ ବାଇକ୍ ରାଲି ବାହାରି ଜଗତସିଂହପୁର ଅଭିମୁଖେ ଯାଉଥିବା ବେଳେ ବିଭିନ୍ନ ଛକ ବଜାରରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଉଥିବା ଦେଖିବାକୁ ମିଳିଥିଲା।ଏହି ଶୋଭାଯାତ୍ରାରେ ଏରସମା ବ୍ଲକ ଚେୟାରମ୍ୟାନ ପ୍ରଣବ କିଶୋର ସ୍ବାଇଁ,ଆଇନଜୀବୀ ଜୟନ୍ତ ବିଶ୍ୱାଳ,ଏରସମା ବ୍ଳକ ବିଜେଡି ସଭାପତି ପିତବାସ ଗୋଛାୟତ ପ୍ରମୁଖଙ୍କ ସମେତ ଅନ୍ୟ ବ୍ଲକରୁ ଆସିଥିବା ଦଳୀୟ ସରପଞ୍ଚ,ସମିତିସଭ୍ୟ,ଛାମୂଆ କର୍ମୀ ଓ ସମର୍ଥକମାନେ ହଜାର ହଜାର ସଂଖ୍ୟାରେ ସାମିଲ ହୋଇଥିଲେ।ବିଜେଡିରୁ ରଘୁନନ୍ଦନ ଦାସଙ୍କ ଭଳି ଜଣେ ଉତ୍ତମ ବ୍ୟକ୍ତିତ୍ୱଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ଦିଆଯିବା ପରେ ଦଳୀୟ କର୍ମୀମାନେ ଦଳୀୟ କନ୍ଦଳକୁ ଭୂଲି ବିପୁଳ ପରିମାଣର ଜନସମର୍ଥନ ଯୋଗାଇ ଦେଉଥିବା ବେଳେ ବିଜେପିର ସ୍ଥିତି ଦୁର୍ବଳ ଓ କଂଗ୍ରେସରେ ମାତ୍ରାଧିକ କର୍ମୀ ଅସନ୍ତୁଷ୍ଟ ଥିବା କୁହାଯାଉଥିବା ବେଳେ ରଘୁନନ୍ଦନଙ୍କ ଜିତିବାର ପଥ ପରିଷ୍କାର ବୋଲି ନିର୍ବାଚନମଣ୍ଡଳୀର କୋଣ ଅନୁକୋଣରେ ଜୋରଦାର ଚର୍ଚ୍ଚା ହେଉଛି।

0
0
0
s2sdefault