ହେଡଲାଇନସ୍:

ତିର୍ତ୍ତୋଲରୁ ପ୍ରବଳ ଜନସମର୍ଥନ ଓ ଉତ୍ସାହ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଷ୍ଣୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତିର୍ତ୍ତୋଲ/ରମେଶ ମହାନ୍ତି -ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଆଜି ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସୋମବାର ପ୍ରାୟ ୧୦ଟାରେ ବିଷ୍ଣୁ ଦାସ ତିର୍ତ୍ତୋଲ ବ୍ଳକ ଅଧିନସ୍ଥ କନକପୁର ସ୍ଥିତ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା"ଶାରଳାଙ୍କ ମନ୍ଦିରରେ ପହଞ୍ଚି ମା"ଶାରଳାଙ୍କ ଦର୍ଶନ କରିଥିଲେ।ପରେ ସେଠାରେ ଅପେକ୍ଷାରତ ସମର୍ଥକଙ୍କ ସହିତ ଏକ ବାଇକ୍ ରାଲିରେ ବାହାରି ଗୋରେଖନାଥଙ୍କ ଦର୍ଶନ କରି ଏକ ଖୋଲାଜିପ୍ ରେ ଜଇପୁର ଛକଠାରେ ପହଞ୍ଚିଥିଲେ।ସେଠାରେ ପୂର୍ବରୁ ଅପେକ୍ଷାରତ ତିର୍ତ୍ତୋଲ,ରଘୁନାଥପୁର,ବିରିଡି ତିନୋଟି ବ୍ଲକର ହଜାର ହଜାର ସମର୍ଥକ ଏକତ୍ରିତ ହେବା ଫଳରେ ରାସ୍ତା ଏକ ପ୍ରକାର ଜାମ୍ ହୋଇଯାଇଥିଲା।ସେଠାରେ ବାଜା ବାଣ ରୋଷଣୀ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ।କିନ୍ତୁ କିଛିବାଟ ଯିବାପରେ ରାସ୍ତା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା।ଫଳରେ ନାଲିବର ଠାରୁ ବିଷ୍ଣୁଙ୍କ ଖୋଲାଜିପ୍ ଆଉ ଆଗକୁଯିବା ସମ୍ଭବ ହୋଇନଥିଲା।ଯାହାକି ତାଙ୍କ ସମର୍ଥକମାନେ ଶ୍ରୀ ଦାସଙ୍କୁ ଏକ ବାଇକ୍ ରେ ବସାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚାଇବା ପରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଶ୍ରୀ ଦାସ ଜଗତସିଂହପୁର ନିର୍ବାଚନମଣ୍ଡଳୀରୁ କ୍ରମାଗତ ଭାବେ ୫ଥର ବିଧାୟକ ପ୍ରାର୍ଥୀ ଭାବେ ବିଜୟଲାଭ କରିବା ସହିତ ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି।ଏଣୁ ଆଗକୁ ତିର୍ତ୍ତୋଲ ବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ କଷ୍ଟ ହେବନାହିଁ ବୋଲି ପ୍ରକାଶ କରିଛନ୍ତି।ତାଙ୍କର ଉତ୍ତମ ବ୍ୟକ୍ତିତ୍ୱ ଓ କାର୍ଯ୍ୟଦକ୍ଷତାକୁ ନେଇ ତିର୍ତ୍ତୋଲ ବାସୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

 

0
0
0
s2sdefault