ହେଡଲାଇନସ୍:

କଂଗ୍ରେସ ବିଜେଡିର ଆଭ୍ୟନ୍ତରୀଣ ଅସନ୍ତୋଷ ପାଇଁ  ବି.ଜେ.ପିର ବଢୁଛି ଶକ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର,(ଜୟଶଙ୍କର ଦାସ) ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା ଆସନରେ ବି.ଜେ.ପି ପ୍ରାର୍ଥୀତ୍ୱ ନେଇ ଅସନ୍ତୋଷ ଥିଲେ ମଧ୍ୟ ଦଳ ପ୍ରତି ସମର୍ଥନ ବୃଦ୍ଧି ପାଉଥିବାର ଲକ୍ଷ କରାଯାଉଛି । ଧର୍ମଶାଳାରେ ସବୁ ଦଳରେ ପାର୍ଥୀ ଚୟନ ନେଇ ଅସନ୍ତୋଷ ଥିବା ବେଳେ ସୋମବାର ବି.ଜେ.ପି ପାର୍ଥୀ ରମେଶ ପରିଡା ପାର୍ଥୀପତ୍ର ଦାଖଲ କରିବାକୁ ଯାଇଥିଲେ । ଏଥିରେ ଧର୍ମଶାଳାର ବିଭିନ୍ନ ଅଂଚଳର କଂଗ୍ରେସ ଏବଂ ବିଜୁ ଜନତା ଦଳର ସମର୍ଥକ ମାନେ ବି.ଜେ.ପି ପାର୍ଥୀପତ୍ର ଦାଖଲ ର୍ୟାଲିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ଧର୍ମଶାଳାରୁ ବି.ଜେ.ଡିରୁ ସତୀଶ ବିଶ୍ୱାଳ ଏବଂ କଂଗ୍ରେସରୁ ସ୍ମୃତିରେଖା ପହୀ ଟିକେଟରୁ ବଂଚିତ ହେବା ପରେ ବିଶେଷ କରି ଭିତରେ ଭିତରେ ଉଭୟ ଦଳ ବିରୋଧରେ ଅନ୍ତସ୍ରୋତ ବଢିବାରେ ଲାଗିଛି । ଯଦିଓ ଉଭୟ ନେତା ଅଦ୍ୟାବଧି ଦଳ ବିରୋଧରେ ମତ ନଦେଇ ନୀରବ ରହିଛନ୍ତି । ପ୍ରଥମ କରି କବାଟବନ୍ଧରୁ କଣ୍ଟିଗଡିଆ ପର୍ଯ୍ୟନ୍ତ ଡୁବୁରୀ-ପାରାଦ୍ୱୀପ ଜାତୀୟ ରାଜପଥ କଡରେ ଥିବା ପ୍ରାୟ ୨୦ ପଂଚାୟତର ଲୋକେ ଧର୍ମଶାଳାରୁ ସତୀଶଙ୍କ ପାର୍ଥୀତ୍ୱକୁ ସମର୍ଥନ ଦେଉଥିବା ବେଳେ କଂଗ୍ରେସରେ ମଧ୍ୟ ସ୍ମୃତିରେଖାଙ୍କ ପରି ଜଣେ ନାରୀନେତ୍ରୀଙ୍କୁ ଚାହୁଥିଲେ । ମୋଟାମୋଟି ଭାବେ ଉଭୟ ଦଳରେ ନୂଆମୁହଁ ଚାହୁଁଥିବା ଲୋକେ ଏବେ ନିଜ ନିଜ ଦଳ ପ୍ରତି ବିତସ୍ପୃହ ହୋଇ ପଡିଛନ୍ତି । ଜେନାପୁରର ବି.ଜେ.ପି ଯୁବଶାଖା ସଭାପତି ବାବାଜି ମହାରଶାଙ୍କ ନେତୃତ୍ୱରେ ଉଭୟ କଂଗ୍ରେସ ଏବଂ ବି.ଜେ.ଡି ଓ କଂଗେସର ଦଳର ବହୁ ସମର୍ଥକ ଦଳଳ ଛାଡି ବି.ଜେ.ପିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା ।  

 

0
0
0
s2sdefault