ହେଡଲାଇନସ୍:

କମ୍ବଳରୁ ବାଳ ବଛା ଆରମ୍ଭ : ଦଳବିରୋଧି କାର୍ଯ୍ୟ ନିମନ୍ତେ ୧୯ ଜଣ କଂଗ୍ରେସ ଦଳରୁ ବହିଷ୍କୃତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:  ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ ଏବଂ ଅନ୍ୟତମ ପ୍ରଭାରୀ ଶ୍ରୀ ଟି.ଏସ୍. ସିଂଦେଓଙ୍କ ଅନୁମୋଦନକ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦଳବିରୋଧି କାର୍ଯ୍ୟରେ ଲିପ୍ତ ଥିବା  ନିମ୍ନଲିଖିତ ୧୯ ଜଣ  ବ୍ୟକ୍ତିଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରିଛନ୍ତି ବୋଲି ସଂଗଠନ ଦାୟିତ୍ୱରେ ଥିବା ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ବିଶ୍ୱଜିତ୍ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ବହିଷ୍କୃତ ହୋଇଥିବା ବ୍ୟକ୍ତିମାନେ ହେଲେ ସର୍ବଶ୍ରୀ ମକରନ୍ଦ ମୁଦୁଲି, ସାଂନ୍ଧୁ ଚରଣ ମାଝୀ, ଜୋସେଫ୍ ଭତ୍ରା, ଗଜେନ୍ଦ୍ର ନାୟକ, ଶ୍ରୀମତୀ ଅମ୍ବିକା ମାଝୀ, ନିଳକଣ୍ଠ ଝୋଡ଼ିଆ, ଶ୍ରୀମତୀ ରୁଆଇ ମାଝୀ, ଡ. ତିରୁପତି ପାଣିଗ୍ରାହୀ, ଗଭାରା ତିରୁପତି ରାଓ, ଅଖିଳ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଦୋରା, ସଶନାମ ବାଲାରାଜୁ,  ମାଡ଼ପାଲା କ୍ରିଷ୍ଣା ରାଓ, ହିଂମାଶୁ ଲିମା, ଗଂଜୁ ଗମାଙ୍ଗୋ, କିଶୋର ଚନ୍ଦ୍ର ପ୍ରଧାନ, ଯୁଧିଷ୍ଠିର ବଡ଼ମୁଣ୍ଡି, ଏସ୍. ଗଜପତି ରାଓ ଓ  କୃଷ୍ଣଚନ୍ଦ୍ର ବେହେରା । 

କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କ ଶୃଙ୍ଖଳାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ତଥା ପୂର୍ବ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ କାର୍ଯ୍ୟକାଳ ଭିତରେ ଦଳୀୟ ବିଶୃଙ୍ଖଲାକୁ ନେପଥ୍ୟରେ ପ୍ରୋସ୍ଟାହନ ଦେବା ଭଳି ଅଭିଯୋଗ ପଟନାୟକ ପରିବାର ବିରୋଧରେ ହୋଇଥିବା ବେଳେ ଏବେ ନିରଂଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ଟିକଟ ବଣ୍ଟନକୁ ନେଇ ଗୁରୁତର ଅଭିଯୋଗ ଆସିବା ସହ ଦଳ ଭିତରେ ବିଦ୍ରୋହ ଚରମ ସୀମାରେ ପହଂଚିଛି |  ପରିସ୍ଥିଠି ଏପରି ହୋଇଛି ଯେ ଖୋଦ ମହିଳା କଂଗ୍ରେସ ସଭାପତି ଟିକଟ ବଣ୍ଟନ ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅଙ୍କ ବିରୋଧରେ ଆଣିଥିଲେ ସାଙ୍ଘାତିକ ଆଉ ସଂଗୀନ ଅଭିଯୋଗ | ଆଉ  ସେ ଯେଉଁ ନାଟକୀୟ ପ୍ରତିବାଦ କରାଇଲେ ତାହା ଚରମ ବିଶୃଙ୍ଖଳା ଠାରୁ କୌଣସି ଗୁଣରେ କାମ ନୁହେ | ଆଉ କିଛି ନେତାଙ୍କୁ ପର୍ୟାୟକ୍ରମେ ବହିସ୍କୃତ ବା ନିଲମ୍ବିତ କରାଯିବ ବୋଲି ଅନୁମାନ କରାଯାଉଛି | ମାନେ କଂଗ୍ରେସରେ  କଂବଳରୁ ବାଳ ବଛା ଆରମ୍ଭ ହୋଇଛି | 

 

0
0
0
s2sdefault