ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପାଠପଢା ହେଉ କି ବାହାଘର, ସରକାର ବଢ଼ାଇବେ ସହାୟତାର ହାତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୂଆପଡାରୁ ଅମିତ ପୁରୋହିତ :  କୋମନା ବ୍ଲକର ତରବୋଡ ହାଇସ୍କୁଲ ପଡିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ନିର୍ବାଚନୀ ଘୋଷଣା | ଝିଅ ଆଉ ମହିଳା ମାନଙ୍କପାଇଁ ଆଜି ଥିଲା ପ୍ରତିଶୁତିର ଦିନ | ପାଠ ପଢିବା ପାଇଁ ଝିଅଙ୍କ ସକାଶେ ହେବନି ଅର୍ଥ ବାଧକ, ଏପରିକି ଡାକ୍ତରୀ ଇଞ୍ଜିନୟରିଂ ଶିକ୍ଷା ପାଇଁ ମଧ୍ୟ | ଝିଅ ବାହାଘର ପାଇଁ ବି ଆର୍ଥକ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ଛାତ୍ରୀ, ମହିଳା ଓ ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।  ସେଗୁଡ଼ିକ ହେଲା-ମହିଳାଙ୍କୁ ଗୁରୁତ୍ୱ ଦିଆଯିବ, ବିଏସକେୱାଇରେ ମହିଳାଙ୍କୁ ସ୍ୱାସ୍ଥ୍ୟ ସହାୟତା ୭ରୁ ୧୦ ଲକ୍ଷକୁ ବୃଦ୍ଧି , ସବୁ ଝିଅ ମାଗଣାରେ ପଢିବେ, ମେଡିକାଲ ଓ ଇଞ୍ଜିନିୟରିଂ ମାଗଣା, ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କାର ସହାୟତା , ଏସଏଚଜି ସଦସ୍ୟାଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କରାଯିବ,  ୦% ସୁଧରେ ସ୍ୱୟଂ ସିହାୟିକା ଗୋଷ୍ଠୀକୁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ, ଧାନ ସଂଗ୍ରହ, ଆଶ୍ରମ ସ୍କୁଲ ପରିଚାଳନାରେ ମିଶନ ଶକ୍ତି ଗ୍ରୁପକୁ ଦିଆଯିବ,  ହସ୍ପିଟାଲ ପରିଚାଳନା, ୟୁନିଫର୍ମ ଯୋଗାଣ ମିଶନ ଶକ୍ତି କରିବେ, ଯାହାର ପରିଣାମ ସ୍ୱରୂପ ମିଶନ ଶକ୍ତିକୁ ବାର୍ଷିକ ୫ଶହ କୋଟି ଲାଭ କରିପାରିବ 

| ଏହି ବିଶାଳ ଜଣ ସମାବେଶରେ ଲୋକସଭା ସଂସଦ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଓ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | 

0
0
0
s2sdefault