ହେଡଲାଇନସ୍:

ମୁଖ୍ୟମନ୍ତ୍ରୀତ୍ୱ ଶେଷ ହେଲା ବେଳେ ପଶ୍ଚିମ ଓଡିଶାକୁ ବାହାନା କରିଛନ୍ତି ନବୀନ- ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ ଓ ଗଞ୍ଜାମରେ ବିଜୟ ସଂକଳ୍ପ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

 ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ମୌଳିକ ସୁବିଧା ଅପହଁଚ

 ଲମ୍ବା ସମୟ ଶାସନରେ ଓଡିଶାର ଚାଷୀ ସବୁଠୁ ଦୁଃଖରେ ଅଛି

 ଉପନିବାଚନରେ ପ୍ରତିଶ୍ରୁତି ଦେଇଥିବା ନବୀନ ବାବୁ ପଦମପୁର ସବଡିଭିଜନକୁ ମୁନ୍ଦେ ପାଣି ଜଳସେଚନ ପାଇଁ ପହଁଚାଇପାରିଲେନି 

 ବିଜେପି ସରକାର କଲେ ଆଗାମୀ ୫ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାର ଜଳସେଚନ ବ୍ୟବସ୍ଥା କରି ପଦମପୁରକୁ ପାଣି ପହଁଚାଇବ

 ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ଲଗାଇବା ସହ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ୱାନ

ଭୁବନେଶ୍ୱର/ବରଗଡ/ପୋଲସରା,  –୧୯ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ଚର୍ଚ୍ଚା ସାରା ବିଶ୍ୱରେ ହେଉଛି । ଓଡିଶାର ଦାନ ମାଝି କଥା ବିଶ୍ୱରେ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ୧୯ ବର୍ଷ ହେବ ଓଡିଶାର ଲୋକଙ୍କୁ ପ୍ରତାରଣା କରି ଆସୁଛନ୍ତି ବୋଲି ବରଗଡ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା ପୋଲସରାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟ କାଳ ଶେଷ ହୋଇ ଆସୁଥିବା ବେଳେ ଏବେ ତାଙ୍କର ପଶ୍ଚିମ ଓଡିଶାର ସମସ୍ୟା କଥା ମନେପଡୁଛି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାକୁ ଏକ ବାହାନା କରିଛନ୍ତି । ୧୯ ବର୍ଷ ଧରି ଲମ୍ବା ସମୟ ଦାୟିତ୍ୱରେ ରହିବା ପରେ ଓଡିଶାର ଚାଷୀ ସବୁଠୁ ଦୁଃଖରେ ଅଛି । ବରଗଡ ଅଂଚଳରେ ଦିଲ୍ଲୀରୁ ମୋଦି ପଇସା ପଠାଇବା ପରେ ମଧ୍ୟ ଧାନ କ୍ୱିଂଟାଲ ପିଛା ୧୭୫୦ ଟଙ୍କାରେ ବିକ୍ରି ହେଉନାହିଁ । ଏ ଅଂଚଳର ବୃନ୍ଦା ସାହୁ ଭଳି ଚାଷୀକୁ ନ୍ୟାୟ ମିଳିଲା ନାହିଁ । ବରଗଡ ପଦମପୁର ସବଡିଭିଜନରେ ଆଜି ସୁଦ୍ଧା ଜଳସେଚନର ବ୍ୟବସ୍ଥା ହୋଇପାରିଲା ନାହିଁ । ଉପନିବାଚନରେ ପ୍ରତିଶ୍ରୁତି ଦେଇଥିବା ନବୀନ ବାବୁ ପଦମପୁର ସବଡିଭିଜନକୁ ମୁନେ୍ଦ ପାଣି ଜଳସେଚନ ପାଇଁ ପହଁଚାଇପାରିଲେ ନାହିଁ । ବିଜେପି ସରକାର କଲେ ଆଗାମୀ ୫ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାର ଜଳସେଚନ ବ୍ୟବସ୍ଥା କରି ପଦମପୁରକୁ ପାଣି ପହଁଚାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବରଗଡରେ ମୋଦି ସରକାର ୧ ହଜାର କୋଟି ଟଙ୍କା ବ୍ୟୟରେ ନଡା ପୁଆଳରୁ ପେଟ୍ରୋଲ ଓ ଡିଜେଲ ବାହାରିବାର ବ୍ୟବସ୍ଥା କରିଛନ୍ତି । ବିଗତ ୫ ବର୍ଷରେ ୫ ଲକ୍ଷ ୫୦ ହଜାର କୋଟି ଟଙ୍କାର ଆର୍ଥିକ ଦାୟିତ୍ୱ ମୋଦି ସରକାର ଓଡିଶାର ନେଇଛନ୍ତି । ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ ବର୍ଷରେ ମୋଦି କଣ କଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଛନ୍ତି । ଏହାର ଜବାବରେ ସେ କହିଛନ୍ତି ଯେ ମୋଦି ହଳଦର ନାୟକ, ସାଧୁ ମେହେରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ସମ୍ବଲୁରରେ ଆଇଆଇଏସ ଭଳି ଜାତୀୟ ଶିକ୍ଷାନୁÂାନ ପ୍ରତିÂା କରିଛନ୍ତି, ମୋଦି ବରଗଡ ଦେଇ ରେଳ ଲାଇନ ତିଆରି କରିଛନ୍ତି ବୋଲି ସେ କହିଛନ୍ତି ।

ନବୀନ ବାବୁ ଓଡିଶାର ଲୋକଙ୍କୁ କେନ୍ଦ୍ର ସରକାର ଠିକିଥିବା କଥା କହୁଥିବା ବେଳେ ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ବରଗଡ ଜିଲ୍ଲାକୁ ପାଇପରେ ପିଇବା ପାଣିର ବ୍ୟବସ୍ଥା କରିନାହାନ୍ତି. ଡାକ୍ତର ପଦବୀ ଖାଲି, ୨୪ ଘଂଟା ବିଜୁଳି ନାହିଁ, ରୋଜଗାର ନପାଇ ଯୁବକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛି । ଏ ଅଂଚଳରେ ଲମ୍ବା ସମୟ ଧରି ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ନେତା ଏ ଅଂଚଳର ବିକାଶ କରିପାରିଲେ ନାହିାଁ

ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଞ୍ଜାମରେ ମଧ୍ୟ ଅନୁରୂପ ଅବସ୍ଥା । ଜିଲ୍ଲାରେ ପିଇବା ପାଣି ନାହିଁ, ଡାକ୍ତର ନାହାଁନ୍ତି, ଶିକ୍ଷକ ନାହାଁନ୍ତି, ୨୪ ଘଂଟା ବିଜୁଳି ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ନାହିଁ । ଏଥିରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା, ପିଏମ କିଷାନ ଯୋଜନା, ଶ୍ରମୟୋଗୀ ଯୋଜନାକୁ ବିରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ କାଳିଆ ଯୋଜନା କଥା କହୁଥିବା ବେଳେ କାଳିଆର ପଇସା ସାଧାରଣ ଲୋକଙ୍କୁ ମିଳୁନାହିଁ । କାଳିଆରେ ଶାସକ ଦଳର ନେତା,ମନ୍ତ୍ରୀ ଓ ବିଧାୟକଙ୍କ ପରିବାର ଲୋକଙ୍କ ନାଁ ଆସୁଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ଲଗାଇବା ସହ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଉପସ୍ଥିତ ସାଧାରଣ ଜନତାଙ୍କୁ ଆହ୍ୱାନ କରିଥିଲେ ।

-------------

0
0
0
s2sdefault