ହେଡଲାଇନସ୍:

ମୁଁ ବି ଚୈାକିଦାର ଶବ୍ଦରେ କମ୍ପିଲା ମହୋତ୍ସବ  ପଡିଆ,ଆକର୍ଷଣ ସାଜିଲେ ବଲିଉଡ କମେଡିଆନ ରାଜୁ ଶ୍ରୀବାସ୍ତବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ଦଳରେ ଯୋଗଦେଲେ ୩୦ ଜଣ ନେତା

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ମହୋତ୍ସବ  ପଡିଆରେ ଭାରତୀୟ ଜନତାପାର୍ଟି ତରଫରୁ ବିରାଟ ସାଧାରଣ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ  ହୋଇଯାଇଛି । ଓଡଗାଁ କଲେଜ ରୋଡ ଠାରୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ ରଘୁନାଥଜିଉଙ୍କ ମନ୍ଦିର ନିକଟରେ ପହଁଚିଥିଲେ । ସେଠାରୁ ବାହାରି ୫ହଜାରରୁ ଉର୍ଦ୍ଧ ସମର୍ଥକଙ୍କ ଉପସ୍ଥିତିରେ ଆଜି ଅପରାହ୍ନରେ ଅନୁଷ୍ଠିତ  ସାଧାରଣ ସଭାରେ ନୟାଗଡ ନିର୍ବାଚନ ମଣ୍ଡଳିର ବିଧାୟକ ପାର୍ଥୀ ଇରାନୀ ରାୟ, ପୁରୀ ଲୋକସଭା ପାର୍ଥୀ ସମ୍ବିତ ପାତ୍ର, ବିଜେପି ରାଜ୍ୟ ପ୍ରବକ୍ତା ଲେଖାଶ୍ରୀ ସାମନ୍ତ ସିହାଁର, ବିଜେପିରେ ଯୋଗଦେଇଥିବା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବଲିଉଡ ସିନେ ତାରକା ରାଜୁଶ୍ରୀବାସ୍ତବ, ଓଲିଉଡ ତାରକା ଶ୍ରୀତମ ଦାସ ଏବଂ ବହୁ ବରିଷ୍ଠ  ବିଜେପି ନେତା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅସଫଳତାକୁ କଡା ଭାଷାରେ ସମାଲୋଚନା କରିଥିଲେ । ନୟାଗଡର ଏକମାତ୍ର ଚିନିଶିଳ୍ପ କେନ୍ଦ୍ର  ବନ୍ଦ ହେବାରୁ ହଜାର ହଜାର ଚାଷୀ ଓ କର୍ମଚାରୀଙ୍କୁ ଜିବୀକା ହରାଇବାକୁ ପଡିଥିଲା । ରାଜ୍ୟ ଏବଂ କେନ୍ଦ୍ରରେ ବିଜେପି ସରକାର ଆସିଲେ ୨ମାସ ମଧ୍ୟରେ ଏହାର ପୁନରୋଧାର କରିବା ପାଇଁ ପ୍ରତିଶୃତି ଦେବା ସହ କୃଷକ ମାଙ୍କର କୃଷିଯାତ ଦ୍ରବ୍ୟର ସଂରକ୍ଷଣ ପାଇଁ ଶିତଳଭଣ୍ଡାର ନିର୍ମାଣ, ବୃତଙ୍ଗ ଓ କୁମ୍ଭିଆପଲ୍ଲୀ ଜଳସେଚନ ଯୋଜନାକୁ ତ୍ୱରାନିତ କରି  ଜଳସିଂଚନ  ବ୍ୟବସ୍ଥା ମାଧ୍ୟମରେ କୃଷି ଓ କୃଷିକ୍ଷେତ୍ରକୁ ସମ୍ବୃଦ୍ଧି କରିବା, ନୟାଗଡରେ ଏକ ନୂତନ କାଗଜ ଶିଳ୍ପର ପ୍ରତିଷ୍ଠା  ପାଇଁ ପ୍ରତିଶୃତି ଦେଇଥିଲେ । ଏହା ସହିତ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ, ଡାକ୍ତର ଖାନାରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି କରି ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା, ଚିଟ୍ଫଣ୍ଡରେ ସମ୍ପୃକ୍ତ ଥିବା ଦୋଷିମାନଙ୍କ ଚିହ୍ନଟ କରି କଠୋର ଦଣ୍ଡ ବିଧାନ କରିବା ସହିତ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟବସ୍ଥା କାରିବା ସୂଚନା ଦେଇଥିଲେ । ଏହି ଅବସରରେ ବିଜେଡି ଦଳର ଅସନ୍ତୁଷ୍ଟ ନେତା ନୟାଗଡ ଏନଏସିର ପୂର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ,  ଓଡଗାଁ ୧ଜୋନ ଜିଲ୍ଲାପରିଷଦ ଆରତୀ ଗୈାଡ, ଉମାଚରଣ ନାୟକ, ପୂର୍ବତନ ନୟାଗଡ ବଧାୟକ ପାର୍ଥୀ ପୂର୍ଣ୍ଣଚନ୍ଦ୍ର ସାହୁ, ସୁଶାନ୍ତ ଦାସ, ପୂର୍ବତନ ସରପଂଚ ପ୍ରକାଶ ସେଠୀ, ରାଜକିଶୋର ପ୍ରଧାନ, ତ୍ରୀନାଥ ବେହେରା, ହିମାଂଶୁ ଶେଖର ବେହେରା, ପ୍ରଦ୍ୱିପ କୁମାର ସାହୁଙ୍କ ସମେତ ବହୁ ସମିତି ସଭ୍ୟ ଓ ୩୦ରୁ ଉର୍ଦ୍ଧ ସମର୍ଥକ ମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ । 

 

0
0
0
s2sdefault