ହେଡଲାଇନସ୍:

 ସୋହେଲାରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସୋହେଲା(ଶାସକପ୍ରଶାସକ)-ସୋହେଲାରେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳର ନିର୍ବାଚନ କାର୍ଯ୍ୟାଳୟକୁ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଉଦଘାଟନ କରିଛନ୍ତି । ଆଜି ସୋହେଲା ବସ୍ତିର ବହୁ ସଂଖ୍ୟାରେ ମହିଳା,ଯୁବକମାନେ ଦୁଲଦୁଲି ବାଜା ବଜାଇ ମହିଳାମାନେ ହୁଳହୁଳି ଧ୍ୱନୀ ଦେଇ ମନ୍ତ୍ରୀଙ୍କୁ ସ୍ୱାଗତ କରି ଏକ ଶୋଭାଯାତ୍ରାରେ ପଦ୍ମପୁର ରୋଡରୁ ୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ  ହଟଲିକୁ ନେଇଥିଲେ । ତା ପୂର୍ବରୁ ମନ୍ତ୍ରୀ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ନିର୍ବାଚନ ଦଳୀୟ କାର୍ଯ୍ୟାଳୟକୁ ଫିତା କାଟି ଉଦଘାଟନ କରିଥିଲେ । ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ସିଂହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାର୍ଲ୍ୟାପଣ କରିଥିଲେ । ତାଙ୍କ ସହିତ ମଂଚରେ ଥିଲେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଗୌନ୍ତିଆ  ଶ୍ରୀମନ୍ତଗୋପାଳ ନାଏକ, ମନ ମାଝି,ସରପଂଚ ଜୀତେନ ଭୋଇ,ଆଡଭୋକେଟ ଅଶୋକ କୁମାର ବାରିକ ଓ ଗଣତନ୍ତ୍ର ପଧାନ । ଏହା ପରେ ହଟଲିରେ ଶ୍ରୀମନ୍ତଗୋପାଳ ନାଏକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ଶ୍ରୀ ସିଂହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଆପଣମାନଙ୍କ ଆର୍ଶିବାଦରୁ ମୁଁ ଦୁଇ ଦୁଇ ଥର ବିଧାୟକ ହୋଇ ପାରିଛି । ଏଥର ମଧ୍ୟ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ବିଧାୟକ ପ୍ରାର୍ଥୀ ଭାବରେ ଭଟଲି ନିର୍ବାଚନ ମଣ୍ଡଳୀରେ ଛିଡା କରାଇଛନ୍ତି । ନିଜେ ମଧ୍ୟ ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ଆମ ଅଂଚଳକୁ ନବୀନ ବାବୁ ବହୁତ ଭଲ ପାଆନ୍ତି । ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀଭାବରେ ନିର୍ବାଚନ କରିବା ଅମର କର୍ତବ୍ୟ । ଆପଣମାନଙ୍କ ସ୍ନେହ ଓ ଶ୍ରଦ୍ଧା ଭୁଲି ପାରିବି ନାହିଁ । ଅଂଚଳର ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ନବୀନ ସରକାର ବହୁ ଜନହିତକର ଯୋଜନା ପ୍ରଣୟନ କରି ତାକୁ କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ବିରୋଧୀ ଅନେକ କୁପ୍ରଚାର କରି ଚାଲିଛନ୍ତି । ଆମେ କାହାର ସମାଲୋଚନାକୁ ଭୃକ୍ଷେପ କରିବାର ନାହିଁ । ଆମେ କମ କଥା କହୁ କାମରେ ବିଶ୍ୱାସ କରୁ । ଅନ୍ୟଥର ପରି ଚଳିତ ଥର ମୋତେ ଆପଣମାନେ ନିରାଶ କରିବେ ନାହିଁ ପୂର୍ବ ପରି ମୋତେ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ମୋର ବିଶ୍ୱାସ ରହିଛି ବୋଲି ମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଗୌନ୍ତିଆ ଶ୍ରୀମନ୍ତ ଗୋପାଳ ନାଏକ ପରିଚାଳନା କରିଥିଲେ । ଶେଷରେ ମନ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault