ହେଡଲାଇନସ୍:

ଲୋକଙ୍କ  ପୂର୍ଣ୍ଣ ବିଶ୍ୱାସ : ବିଜେପୁରରେ ବିଜେ ହେବେ ନବୀନ,ପଶ୍ଚିମ ଓଡିଶା ପାଇବ ସୁଫଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ତାଙ୍କରି ନେତୃତ୍ୱରେ ତ୍ୱରାନ୍ୱିତ ହେବ ପଶ୍ଚିମ ଓଡିଶା ବିକାଶ ଧାରା"  

ବରଗଡରୁ ପଶ୍ଚିମାଞ୍ଚଲ ବ୍ୟୁରୋ ମୁଖ୍ୟ ଗୌରାଙ୍ଗ ଦାସ :- ଖରା ସାଙ୍ଗକୁ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ଣତା । ଆଉ ହାତ ଗଣତି କେଇଟା ଦିନ ବାକି ରହିଲା ସାଧାରଣ ନିର୍ବାଚନକୁ । ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ନିଜର ପ୍ରଚାର କାର୍ଯକ୍ରମ ରେ । ଦେଶ ସାରା ନିର୍ବାଚନୀ ମାହୋଲ ହେଲେ ବରଗଡ଼ ଜିଲ୍ଲା ରେ ଏହି ରାଜନୈତିକ ଉଷ୍ଣତା ବର୍ତ୍ତମାନ ଠାରୁ ଚରମରେ ପହଂଛି ଗଲାଣି ।ମୁଖ୍ୟ କଥା ହେଲା ଚଳିତ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନିଜେ ବରଗଡ଼ ଜିଲ୍ଲାର ବିଜ୍ଵପୁର ନିର୍ବାଚନ ମଣ୍ଡଳୀ ରୁ ମଇଦାନରେ ଓଲ୍ହାଇଛନ୍ତି । ଏଥିପାଇଁ ସାରା ଜିଲ୍ଲାରେ ତଥା ପୁରା ପଶ୍ଚିମ ଓଡ଼ିଶାର ବିଜୁ ଜନତା ଦଳର ନେତା ଓ କର୍ମୀ ମାନେ ଯେତେ ଆନନ୍ଦିତ ଓ ଉତ୍ସାହିତ ବିରୋଧୀ ଶିବିରରେ ସେତେ ନିରାଶା ଦେଖିବାକୁ ମିଳୁଛି ।ଖାସ କରି ବିଜେପୁର ଅଞ୍ଚଳ ରେ ମୁଖ୍ୟମନ୍ତ୍ରୀ , ବିଜେପୁର ରୁ ଲଢ଼ିବା ନିଷ୍ପତ୍ତି ପାଇଁ ବିଜେପୁର ର ସାଧାରଣ ଜନତା, ବିଜୁ ଜନତା ଦଳର କର୍ମୀ ଓ ପଶ୍ଚିମ ଓଡ଼ିଶାର ନେତା ମାନଙ୍କର ଭିତରେ ଅନେକ ଉତ୍ସାହ ଦେଖାଦେଇଛି । ଏହା ସହିତ ସାଧାରଣ ଜନତା ଙ୍କର ମନରେ ଅଞ୍ଚଳ ର ବିକାଶ ପାଇଁ ଏକ ନୂତନ ଆଶାର ମଧ୍ୟ ସଂଚାର ହେଇଛି । ମୁଖ୍ୟମନ୍ତ୍ରୀ ଙ୍କୁ କିଭଳି ଭାବରେ ଏକ ବଡ଼ ବ୍ୟବଧାନ ରେ ବିଜୟୀ କରିବେ ଏଥିପାଇଁ ଦଳର ନେତା ଓ କର୍ମୀ ଙ୍କର ଠାରୁ ଆରମ୍ଭ କରି ଜନସାଧାରଣ ଭି ଲାଗି ପଡିଛନ୍ତି । 

ସୂଚନାଯୋଗ୍ୟ ଯେ ବିଜେପୁର ର ତତ୍କାଳୀନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ତିରୋଧାନ ପରେ ବିଜେପୁର ଆସନ ରେ ଉପନିର୍ବାଚନ ନିଶ୍ଚିତ ହେଇ ଯାଇଥିଲା । ଅଞ୍ଚଳ ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁବଳ ସାହୁଙ୍କ ପତ୍ନୀ ଙ୍କୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବର ଛିଡା କରାଇ ଉପନିର୍ବାଚନ ଲଢ଼ିଥିଲେ । ଉପନିର୍ବାଚନ ରେ ବିଜେପୁର ଆସନ ହାତେଇବା ପାଇଁ ବିରୋଧୀ ମଧ୍ୟ ପୁରା ଦମ ଲଗେଇ ଦେଇଥିଲେ । କାରଣ ବିଜେପୁର ଉପନିର୍ବାଚନ ସମୟରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ 8 ଜଣ ଦମଦାର ମନ୍ତ୍ରୀ ପ୍ରଚାର କରିବା ସହିତ ବହୁତ ନାମିଦାମୀ ନେତା ପ୍ରଚାର କରିଥିଲେ କିନ୍ତୁ ନବୀନ ବାବୁ ଓ ତାଙ୍କର ସ୍ତାନୀୟ ସେନାପତି ଙ୍କର ବିଉହ ରଚନା ଆଗରେ ବିରିଧି ପୁରା ଚିତ ହେଇଗଲେ ।ଏହି ଉପନିର୍ବାଚନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରପାଲି ରେ କହିଥିଲେ ଯେ ବିଜେପୁର କୁ ସେ ତାଙ୍କର ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ ଭାବରେ ଦେଖିବେ । ସେ ସମୟରେ ବିଜେପୁର ଅଞ୍ଚଳର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ଗୁଡ଼ାଏ ଯୋଜନା ଘୋଷଣା କରିଥିଲେ । ତା ମଧ୍ୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ , ବିଜେପୁର କୁ NAC ମାନ୍ୟତା ଇତ୍ୟାଦି ଅନେକ ଘୋଷଣା ଥିଲା । ଯାହାକି  ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ।

ଦଳର ନେତାଙ୍କ  କହିବା ଅନୁଯାୟୀ ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ପ୍ରମଣିତ କରିଦେଲେ ଯେ ସେ ବରପାଲି ଠାରେ ଯେଉଁ ଘୋଷଣା କରିଥିଲେ ଯେ ବିଜେପୁର ତାଙ୍କର ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ , ଚଳିତ ନିର୍ବାଚନ ରେ ବିଜେପୁର ରୁ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମାଣ କରି ଦେଇଛନ୍ତି ଯେ  ସେ ଦେଇଥିବା କଥାକୁ କାମରେ କରି ଦେଖେଇ ଦିଅନ୍ତି ।  ଆଉ ବିଜେପୁରରୁ ତାଙ୍କର ବିଜୟ ପଶ୍ଚିମାଞ୍ଚଳରେ ବିକାଶର ଧାରାକୁ ତ୍ବରାନ୍ଵିତ କରିବା ବୋକୀ ଆଶା ପ୍ରକାଶ ପାଇଛି | 

 

0
0
0
s2sdefault