ହେଡଲାଇନସ୍:

ନିରାଶ ହେଲେ ପିସିସି ଉପ ସଭାପତି ଶୁଭେନ୍ଦୁ , ନିଜପାଇଁ ଡବଲ ଆସନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଟିଲା ସ୍ମୃତିରେଖାଙ୍କ ଟିକଟ, ଵିଭୂଙ୍କ ଜାଗାରେ ଦେବୀ 

ଭୁବନେଶ୍ୱର :  ଘଷିପୁରାରୁ  ପ୍ରାର୍ଥୀପତ୍ର ଦାଖଲ କରିଥିବା ପିସିସି ସଭାପତି ନିଜ ପାଇଁ ଆଉ ଗୋଟିଏ ଆସନ ହାତେଇବାରେ ସଫଳ ହୋଇଛନ୍ତି । ଘସୀପୁରରୁ ସନାତନଙ୍କ ଭିତିରିଆ ସମର୍ଥନ ତଥା ସନା ଅନୁଗତ ସୁରେଶ ସାହୁଙ୍କ ଖୋଲା ସମର୍ଥନ ସତ୍ତ୍ୱେ ରାଜନୀତିର ଶାମ-ଦଣ୍ଡ-ଭେଦର ମାଷ୍ଟର ତଥା ଅଭିଜ୍ଞ ରାଜନେତା  ବଦ୍ରି ପାତ୍ରଙ୍କୁ ହରାଇବା ସମ୍ଭାବନା ବହୁତ କମ ରହିଥିବା ଯୋଗୁ ଭଣ୍ଡାରୀ ପୋଖରୀ ଉପରେ ଆଖେଇଛନ୍ତି ନିରଞ୍ଜନ | ସେହିପରି   କଂଗ୍ରେସ ରାଜନୀତିର ଧାର ଧାରି ନଥିବା ନିଜ ପୁଅ ପାଇଁ  ବାଲେଶ୍ୱର ଲୋକସଭା ଆସନ , ନିଜ ଅନୁଗତ ଅନନ୍ତ ସେଠୀଙ୍କୁ ସିମୁଳିଆ ଓ ତାଙ୍କ ଝିଅଙ୍କୁ ଭଦ୍ରକ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିବା ନିରଞ୍ଜନ ପୁଣି ଭଣ୍ଡାରିପୋଖରୀରୁ ପ୍ରାର୍ଥୀ ହୋଇଛନ୍ତି । ଭଦ୍ରକ ବିଧାନସଭା ଆସନରୁ ନଳିନୀ କାନ୍ତ ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ ଧର୍ମଶାଳା ଆସନରୁ କଂଗ୍ରେସ ପ୍ରାର୍ଥୀ ଭବେ ନାମାଙ୍କନ ପତ୍ର ଦାଖଲ କରୁଥିବା ସ୍ମୃତିରେଖା ପାହୀଙ୍କୁ ଶେଷରେ ନିରାଶ ହେବାକୁ ପଡିଛି । ତାଙ୍କ ଟିକଟ କାଟି ତାଙ୍କ ଜାଗାରେ କିଶନ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି । ବଡଚନା ଆସନରୁ ନିରାଶ ହୋଇଛନ୍ତି ଲଗାତାର ସଂଗଠନ ମଜଭୁତ କରି ଆସିଥିବା ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି । ସେହି ଆସନରୁ ଦଳ ପ୍ରାର୍ଥୀ କରିଛି ସୀତାକାନ୍ତ ମହାପାତ୍ରଙ୍କୁ । ସାଲେପୁର ଆସନ ଉପରେ ଆଖି ପକାଇ କଂଗ୍ରେସରେ ଯୋଗ ଦେଇଥିବା ବାପି ଖଟେଇ ନିରାଶ ହୋଇଛନ୍ତି । ସାଲେପୁର ଆସନରୁ ଦଳ ପ୍ରାର୍ଥୀ କରିଛି ରବୀନ୍ଦ୍ର କରଙ୍କୁ । ତିର୍ତ୍ତୋଲରେ ଦଳ ଛାଡିଥିବା ବିଭୁ ତରାଇଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି ଦେବୀପ୍ରସାଦ ମଲ୍ଲିକ । ମହାକାଳପଦାରୁ ବିଭ୍ରାନଶୁ ଶେଖର ଲେଙ୍କା ପ୍ରାର୍ଥୀହୋଇଥବା ବେଳେ ନିମାପଡ଼ା ରୁ ସତ୍ୟବ୍ରତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି | ବାଲିକୁଦା ଏର୍ସମାରୁ ଦଳ ପ୍ରାର୍ଥୀ କରିଛି ଡ଼ ଲଲାଟେନ୍ଦୁ ମହାପାତ୍ରଙ୍କୁ | 

0
0
0
s2sdefault