ହେଡଲାଇନସ୍:

ଦେବାଶିଷ ମହାନ୍ତିଙ୍କ ମସ୍ତକରେ ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତି ପଗଡି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ମୟୂରଭଞ୍ଜ ଲୋକସଭା ସହ ଜିଲ୍ଲାର ୯ ବିଧାନସଭାରେ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ସଙ୍କଳ୍ପ ନେବାକୁ ଆହ୍ୱାନ ଦେଲେ ଶ୍ରୀମହାନ୍ତି

ବାରିପଦା(ଦିଲ୍ଲୀପ ମହାନ୍ତି)- ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଜେଡ଼ି ଦଳରୁ ୨ ଥର ବିଧାୟକ ହେବା ସହ ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତି ହୋଇଥିଲେ ।  କିନ୍ତୁ ମହାରାଜା ପ୍ରବୀଣ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ସୁଖଦୁଃଖରେ ନିଜକୁ ସାମିଲ କରାଇ ନପାରିବାରୁ  ଚଳିତ ନିର୍ବାଚନରେ ଦଳ ତାଙ୍କ ଉପରୁ ଆସ୍ଥା ହରାଇ ବସିବା କାରଣରୁ  ଦଳୀୟ ଟିକଟ ଦେଇନଥିଲେ । ଫଳରେ ମହାରାଜା ପ୍ରବୀଣ ବିଜେଡ଼ିର ଜିଲ୍ଲା ସଭାପତି ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ । ଏହାପରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ମହାରାଜା ପ୍ରବୀଣଙ୍କ ସ୍ଥାନରେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତିଙ୍କୁ ମୟୂରଭଞ୍ଜ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଏଥି ସହିତ ଦଳର ସଙ୍ଗଠନ ଓ ପ୍ରଚାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ନୂତନ କର୍ମକର୍ତ୍ତାମାନଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ମଧ୍ୟରେ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ ହାଁସଦାଃଙ୍କୁ ଦଳର ସାଧାରଣ ସମ୍ପାଦକ ସହ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, ସାରସକଣା ବିଧାୟକ ଭାଦବ ହାଁସଦାଃଙ୍କୁ ଦଳର ସାଧାରଣ ସମ୍ପାଦକ, ଜେଏମଏମ ଛାଡ଼ି ବିଜେଡ଼ିରେ ମିଶିଥିବା ପୂର୍ବତନ ବିଧାୟକ ଅଜେନ ମୁର୍ମୁ , ହାଲୁ ମୁଣ୍ଡାରୀ ଓ କୃଷ୍ଣଚନ୍ଦ୍ର ଦାସଙ୍କୁ ଦଳର ରାଜ୍ୟ ସମ୍ପାଦକ, ରତିକାନ୍ତ ପରିଚ୍ଛାଙ୍କୁ ଧାମନଗର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, ବିଶୋଇ ବ୍ଲକ ପଞ୍ଚାୟତ ସମିତି ସଦସ୍ୟ ଖିରୋଦ  ନନ୍ଦଙ୍କୁ ବିଜୁ ଯୁବ ଜନତାଦଳର ରାଜ୍ୟ ଉପସଭାପତି ଓ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଜଲେନ ନାଏକଙ୍କୁ  ବିଜୁ ଯୁବ ଜନତାଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ବିଜୁ ଜନତାଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ନବ ମନୋନୀତ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଭାପତି ଓ ନୂତନ କର୍ମକର୍ତ୍ତାମାନଙ୍କୁ ଜିଲ୍ଲାର କୋଣଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି ।  ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିକଟରେ ବିଶେଷ ଭାବେ କୃତଜ୍ଞ ବୋଲି କହିଛନ୍ତି ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି । ଏଥି ସହିତ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼. ଅରୁଣ ସାହୁଙ୍କୁ ସାଧୁବାଦ ଓ ଧନ୍ୟବାଦ ପ୍ରଦାନ ସହ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ପୁଣି, ଚଳିତ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ସହ ଜିଲ୍ଲାର ୯ଟି ବିଧାନସଭାକୁ ବିଜେଡ଼ି ଦଖଲ କରିବା ନିମନ୍ତେ ସମସ୍ତେ ଏକତାର ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବା ସଙ୍ଗେସଂଙ୍ଗେ ସମସ୍ତେ ସଙ୍କଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି । 

   

 

 

0
0
0
s2sdefault