ହେଡଲାଇନସ୍:

ରାୟଗଡା ଆସନ : କିଏ କିଣିବ ଭୋଟରଙ୍କ ମନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହ୍ୟାଟ୍ରିକ ମାରିବା ଆଶାରେ ଲାଲବିହାରୀ, ବସନ୍ତଙ୍କ ଡଙ୍ଗା ହେବକି ପାରି !!

ଅସନ୍ତୋଷକୁ ନେଇ କଂଗ୍ରେସରେ ଦ୍ଵନ୍ଦ, ଟେନ୍ସନ ବଢ଼ାଇବେ କି ମକରନ୍ଦ 

ରାୟଗଡ( ସରୋଜ ସାହୁ)  - ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନ ମଇଦାନରେ ଥିବା ନେତାଙ୍କ ହ୍ରୁତକମ୍ପନ  ବଢିବାରେ ଲାଗିଛି । ରାୟଗଡା ନିର୍ବାଚନୀ ମଣ୍ଡଳର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜନୈତିକ ଦଳର ପ୍ରାର୍ଥି ମାନେ ପ୍ରାଣମୂର୍ଛା  ଉଦ୍ୟମ ଆରମ୍ଭ କରି ଦେଇଛନ୍ତିି । ସହରରୁ ଆରମ୍ଭ କରି ଗାଁ ଯାଏଁ ସବୁଆଡେ ପୋଷ୍ଟର, ବ୍ୟାନର ଛାଇ ହୋଇ ଯାଇଥିବା ବେଳେ କେତେବେଳେ ସାପ୍ତାହିକ ହାଟରେ ନେତା ତ ପୁଣି କେତେ ବେଳେ ଅନ୍ଧାରି ବିଜେ ରୋଚକ କରିଛି ବର୍ତମାନର ପ୍ରଚାର ଶୈଳିକୁ । ପ୍ରଚାର ଗାଡିରେ ସୁନ୍ଦର ସୁନ୍ଦର ସଂଗୀତ ପରିବେଷଣ କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ଦଳୀୟ ପ୍ରାର୍ଥୀ ମାନେ ପଥପ୍ରାନ୍ତ ନାଟକ ସାଙ୍ଗକୁ ନିଜନିଜ ଦଳର ଗାରିମା ବଖାଣିବାକୁ କେଉଁଠି ଚାଲିଛି ଲେଜର ସୋ ତ ପୁଣି କେଉଁଠି ବଡ଼ବଡ଼ ଏଲଇଡ଼ି ଟିଭିରେ ପ୍ରଚାର ଏବଂ ପ୍ରସାର ।  ଚଳିତ ଥର ରାୟଗଡା ନିର୍ବାଚନୀ ମଣ୍ଡଳୀର ବିଧାୟକ ପ୍ରାର୍ଥି ଭାବେ କଂଗ୍ରେସ ଦଳ ଆପଲସ୍ୱାମୀ କାଡ୍ରାକା, ବିଜେପି ଦଳରୁ ବସନ୍ତ ଉଲ୍ଲାକା ଏବଂ ବିଜେଡରୁି ଲାଲବିହାରୀ ହିମିରିକାଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ବିଏସପି ତରଫରୁ ପୂର୍ଣ୍ଣବତୀ ମାଝିଙ୍କୁ ଦଳୀୟ ଟିକେଟରେ ଏହି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି  । ସେହିପରି କଂଗ୍ରେସ ଦଳରୁ ଟିକଟ ନ ପାଇ ସ୍ୱାଧିନ ପ୍ରାର୍ଥି ଭାବ ମକରନ୍ଦ ମୁଦୁଲି କେଟିଲି ଚିହ୍ନ ଦ୍ୱାରା ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚର୍ତୁମୁଖୀ ଲଢେଇ ହେବାର ଯାଉଛି । ଲଗାତର ଦୁଇ ଥର ବିଧାୟକ ହୋଇଥିବା ବିଜେଡି ବିଧାୟକ ଲାଲବିହାରୀ ହିମିରିକା ଏଥର ହ୍ୟାଟ୍ରିକ କରିବାର ଯୋଜନାରେ ଥିବା ବେଳେ ପ୍ରଥମ ଥରି ପାଇଁ କଂଗ୍ରେସ ଦଳରୁ ଟିକଟ ପାଇ ଯୁବ ଆଦିବାସୀ ନେତା ଆଲସ୍ୱାମୀ କାଡ୍ରାକା କଂଗ୍ରେସର ଗଡ ବଂଚାଇବା ପାଇଁ ପୂରା ଦମରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ଭାରତୀୟ ଜନତା ଦଳ (ବିଜେପି ) ମଧ୍ୟ ଏଥର ରାୟଗଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନୂଆମୁହଁ ଭାବେ ଯୁବ ଆଦିବାସୀ ନେତା ବସନ୍ତ ଉଲ୍ଲାକାଙ୍କୁ  ଦଳୀୟ ଟିକେଟ ପ୍ରଦାନ କରି ନିର୍ବାଚନ କୁରୁକ୍ଷେତ୍ରରେ ଓହ୍ଲାଇଛନ୍ତି । ଏ ତିନି ପ୍ରାର୍ଥୀ ରାୟଗଡା ବ୍ଲକର ହୋଇଥିବା ବେଳେ କାଶିପୁର ବ୍ଲକରୁ ବିଏସପି ପାର୍ଥିନୀ ଭାବେ ପୂର୍ଣ୍ଣାବତୀ ମାଝି ନିର୍ବାଚନ ଲଢୁଥବି ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏଥର ମକରନ୍ଦ ମୁଦୁଲି ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୁର୍ତି ସହ ୧୯ ବର୍ଷ ଶାସନ କାଳର ଜନକଲ୍ୟାଣ ଯୋଜନାକୁ ନେଇ ବିଜେଡି ଭୋଟରଙ୍କ ପାଖକୁ ଯାଉଥିବା ବେଳେ, କଂଗ୍ରେସ ନ୍ୟୁନତମ ଆୟ ଯୋଜନାକୁ ନେଇ ଏଥର ବିଜେପି ଓ ବିଜେଡି ସହିତ ଲଢେଇ କରିବାକୁ ଆଗଭର ହୋଇଛି, ସବକା  ସାଥ ସବକା  ବିକାଶର ନାରା ନେଇ ବିଜେପି ମଇଦାନକୁ ଓହ୍ଲାଇଛି ଓ ବିଏସପି ମାୟାବତୀଙ୍କୁ ଅସ୍ତ୍ର କରି  ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ବେଳେ କିନ୍ତୁ ସ୍ୱାଧିନ ପ୍ରାର୍ଥି ମକରନ୍ଦ ମୁଦୁଲି କାଶିପୁର ବ୍ଲକରେ ବସବାସ କରୁଥିବା ପ୍ରାୟ ୩୫ ହଜାରରୁ ଉର୍ଧ୍ଵ  ଝୋଡିଆ ମାନଙ୍କୁ ଆଦିବାସୀ ମାନ୍ୟତା ଦାବୀରେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି । ଝୋଡିଆ ମାନଙ୍କୁ ଆଦିବାସୀ ମାନ୍ୟତା ନେଇ ୨୨ ବର୍ଷ ଧରି ଦାବୀ ଉପସ୍ଥାପନ ହୋଉଥିଲେ ମଧ୍ୟ ଝୋଡିଆ ଜାତିକୁ ଆଦିବାସୀ ମାନ୍ୟତା ନ ମିଳିବାରୁ ବିଗତ ତ୍ରୀସ୍ତରିୟ ନିର୍ବାଚନରେ ସାମୁହିକ ଭାବେ ଭୋଟ ବର୍ଜନ ମଧ୍ୟ ହୋଇଛି । ଏପରିକି ଅନ୍ୟ ପ୍ରାର୍ଥିମାନେ ଅନ୍ୟ ସଂପ୍ରଦାୟର ହୋଇଥିବା ବେଳେ ମକରନ୍ଦ ଉର୍ଧ୍ଵ  ସଂପ୍ରଦାୟର ନେତୃତ୍ୱ ନେଉଥିବାରୁ ବର୍ତମାନ ପରିସ୍ଥିତିରେ କାଶିପୁର ବ୍ଲକର ଭୋଟର ରାୟଗଡା ବିଧାନ ସଭା ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ଚୟନ ନିମନ୍ତେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ରାୟଗଡ଼ା ବିଧାନସଭା ଆସନଟି ରାୟଗଡ଼ା ବ୍ଲକ , ରାୟଗଡ଼ା ପୈରାଚଂଳ ଏବଂ କାଶିପୁର ବ୍ଲକକୁ ନେଇ ଗଠିତ  ।  ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୨ ଲକ୍ଷ ୩୩ ହଜାର ୫୪୩ ଭୋଟର ରାୟଗଡା ବିଧାନ ସଭା ନିର୍ବାଚନୀ ମଣ୍ଡଳୀର ନୂତନ ବିଧାୟକ ଚୟନ କରିବେ । କାଶିପୁର ବ୍ଲକରେ ୯୫ ହଜାର ୯୨୬, ରାୟଗଡା ବ୍ଲକରେ ୮୫ ହଜାର ୪୦ ଏବଂ ରାୟଗଡା ପୌରାଚଂଳରେ ୫୨ ହଜାର ୫୭୭ ଭୋଟର ନିଜର ଭୋଟଦାନ ସାବ୍ୟସ୍ତ କରିବେ । ତେବେ ଆଗକୁ ରାୟଗଡା ନିର୍ବାଚନ ମଣ୍ଡଳୀବାସୀ କେଉଁ ପ୍ରାର୍ଥିକୁ  ଭୋଟ ଦେଇ ନିର୍ବାଚିତ କରି ବିଧାନସଭାକୁ ପଠାଉଛନ୍ତି ତାହା ଦେଖିବାକୁ ବାକି ରହିଲା । 

 

 

 

0
0
0
s2sdefault