ହେଡଲାଇନସ୍:

ଚାନ୍ଦବାଲି ବିଧାନସଭା ପାଇଁ ୨ଜଣ ନାମାଙ୍କନପତ୍ର ଦାଖଲ କଲେ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଜାରି ରହିଥିବା ପ୍ରାର୍ଥୀପତ୍ର ଦାଖଲର ଆଜି ଚତୁର୍ଥ ଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୪୭ ଚାନ୍ଦବାଲି ବିଧାନସଭା ପାଇଁ ବିଜେଡିର ବ୍ୟୋମକେଶ ରାୟ ଏବଂ ସିପିଆଏମ୍ଏଲ ପକ୍ଷରୁ ଜୟନ୍ତୀ ବିଶ୍ୱାଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜୟନ୍ତୀ ବିଶ୍ୱାଳ ତାଙ୍କ ସମର୍ଥକ ସହିତ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ନିକଟରେ ପ୍ରାର୍ଥପତ୍ର ଦାଖଲ କରିଥିଲେ । ସେହିପରି ବ୍ୟୋମକେଶ ରାୟ ବାଇପାସ ଜଗନ୍ନାଥ ମନ୍ଦିର ଠାରୁ ଶୋଭାଯାତ୍ରାରେ ଆସି ସେ ମଧ୍ୟ ରିଟର୍ଣ୍ଣିଂ ଅଫିସର ଶ୍ରୀ ମିଶ୍ରଙ୍କ ଠାରେ ପ୍ରାର୍ଥାପତ୍ର ଦାଖଲ କରିଥିଲେ । ଆଜି ସୁଦ୍ଧା ନାମାଙ୍କନପତ୍ର ଦାଖଲରେ ଭଦ୍ରକ ଲୋକସଭା ପାଇଁ ୨ଜଣ, ଚାନ୍ଦବାଲି ପାଇଁ ୨, ବାସୁଦେବପୁର ପାଇଁ ୧, ଭଣ୍ଡାରିପୋଖରୀ ପାଇଁ ୨ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଭଦ୍ରକ ଓ ଧାମନଗର ପାଇଁ କେହି ନାମାଙ୍କନପତ୍ର ଦାଖଲ କରି ନାହାନ୍ତି ।   

0
0
0
s2sdefault