ହେଡଲାଇନସ୍:

ନବୀନଙ୍କ ମୁହଁରେ ମହିଳା ସଶକ୍ତିକରଣ ଲଙ୍କାରେ ହରିନାମ - ଧର୍ମେନ୍ଦ୍ର 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ମହିଳା ଅଧିକାର ବକ୍ତବ୍ୟ ଉପରେ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ କଡା ସମାଲୋଚନା

 କୁନ୍ଦୁଲି ପୀଡିତା ଓ ବେବିନା ଗଣଦୁଷ୍କର୍ମ ହତ୍ୟା ପରେ କିଏ ନ୍ୟାୟ ଦେଇନାହିଁ ?

 ପିପିଲି ଓ ଭୁବନେଶ୍ୱରରୁ ବିଜେଡି ବିଧାନସଭା ପ୍ରାର୍ଥୀଙ୍କ ମହିଳା ବିରୋଧୀ କେଳାଙ୍କାରୀ କଥା କାହାକୁ ଅଛପା

 ମୋଦିଙ୍କ ବିରୋଧରେ ଯେତେ ଅପପ୍ରଚାର କଲେ ବି ଓଡିଆ ଲୋକମାନେ ଏଥର ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର କରିବେ

 ନ୍ୟୁଜିଲାଣ୍ଡ ଓ ଜର୍ମାନ ମହିଳା ନେତ୍ରୀଙ୍କ ନାଁ ବଦଳରେ ବଡ ହୃଦୟ ଦେଖାଇ ମୁଖ୍ୟମନ୍ତ୍ରୀ ମୋଦିଙ୍କ କ୍ୟାବିନେଟର ସୁଷମା ସ୍ୱରାଜ ଓ ନିର୍ମଳା ସୀତାରମଣଙ୍କ ନାଁ ନେଇଥିଲେ ଓଡିଆ ମହିଳାମାନେ ପ୍ରେରଣା ପାଇଥାନ୍ତେ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ମହିଳା ସଶକ୍ତିକରଣ କଥା ଶୁଣିଲେ ଲଙ୍କାରେ ହରିନାମ ଭଳି ଲାଗୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ମହିଳା ଅଧିକାର ବକ୍ତବ୍ୟ ଉପରେ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା କୁନ୍ଦୁଲି ମୃତ୍ୟୁ, ବେବିନାର ଦୁଃଖ କାହାଣୀ ଭୁଲିନାହିଁ । ତାଙ୍କୁ କିଏ ନ୍ୟାୟ ଦେବ? ବେବିନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାନଙ୍କର ମୁଖ୍ୟ ପୃଷ୍ଠପୋଷକ  କାହିଁକି ତିନି ମାସ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିଥିଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ମେୟର ଅନନ୍ତ ଜେନାଙ୍କ ନା ନନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ନବୀନ ବାବୁ  ଭୁୂବନେଶ୍ୱର ଜଣଙ୍କୁ ଟିକେଟ୍ ଦେଇଛନ୍ତି, ଯାହାଙ୍କ କେଳାଙ୍କାରୀ ସମ୍ପର୍କରେ ରାଜ୍ୟ ଲଜ୍ଜିତ ହୋଇଥିଲା ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହିଳାଙ୍କୁ ସଶକ୍ତକରଣ କଥା କହୁଥିବା ମୁଖ୍ୟମନ୍ତ୍ରୀ ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଟିକେଟ୍ ଦେଲେ । କୁନ୍ଦୁଲି ପୀଡିତା ଆତ୍ମହତ୍ୟା କରିବାର ଉତର କିଏ ଦେବ? ଦୁଇ ଦିନ ତଳେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଅସଦାଚାରଣ ବିରୋଧରେ ନବୀନ ନିବାସରେ ଜଣେ ମହିଳା ଆତ୍ମହୁତି ଦେବାର ପ୍ରଚେଷ୍ଟା କରିଥିଲେ । ବିଗତ ୩ ବର୍ଷରେ ସରକାରୀ ଆଦିବାସୀ ଛାତ୍ରୀ ନିବାସରେ ୧୨ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତିା ମୁଖ୍ୟମନ୍ତ୍ରୀ ମହିଳା ବିରୋଧୀ ହୋଇଥିବା ବେଳେ ରାଜ୍ୟର ୨୫ଟି ଜିଲ୍ଲାରେ କୁପୋଷଣରେ ଶିଶୁଙ୍କ ଅବସ୍ଥା ଭୟଙ୍କର ହୋଇଛି । ୨୦୩୬ ମସିହାରେ ଓଡିଶା ଭାଷାଭିତିକ ରାଜ୍ୟ ହେବାରେ ୧୦୦ବର୍ଷ ପୂରିବ । ଆଜି ଜନ୍ମ ହେଉଥିବା ପିଲା ସେତେବେଳେ ଯୁବକବସ୍ଥାରେ ଥିବ । ତେବେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁଙ୍କ ଉପରେ ଯେଉଁ ନୀତି ଅତ୍ୟନ୍ତ ଚିନ୍ତାଜନକ ବିଷୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରେସନୋଟ ମାଧ୍ୟମରେ ନିଜ ଡରକୁ ପ୍ରକାଶ କରିଛନ୍ତି । ମହିଳା ନେତୃତ୍ୱ କଥା ଉଲ୍ଲେଖ କରି ନବୀନ ବାବୁ ଅନ୍ତରାଷ୍ଟୀୟ ସ୍ତରର ନେତ୍ରୀମାନଙ୍କର ନ୍ୟୁଜିଲାଣ୍ଡ ଓ ଜର୍ମାନର ନାଁ ନେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ମଧ୍ୟରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱରେ ମହିଳା ନେତୃତ୍ୱର ନୂଆ ମାପକାଠୀ ତିଆରି କରିଛନ୍ତି । ନିର୍ମଳା ସୀତାରମଣଙ୍କ ଦାୟିତ୍ୱରେ ସର୍ଜିକାଲ ଷ୍ଟ୍ରାଇକ ଓ ପୁଲଓାମା ଆକ୍ରମଣ ପରି ବଡ ବଡ କାମ ହୋଇପାରିଛି । ମୋଦିଙ୍କ କ୍ୟବିନେଟରେ ଏ ପ୍ରକାର ସଶକ୍ତ ମହିଳା ନେତୃତ୍ୱ ଅତୀତରେ ଭାରତୀୟ ରାଜନୀତିରେ ଦେଖିବାକୁ ମିଳିନଥିଲା । ନବୀନ ବାବୁ ଏହି ଦୁଇ ନାରୀ ନେତ୍ରୀ ମାନଙ୍କ ପରି ଉଦାହରଣ ଦେଇଥାନ୍ତେ ତେବେ ଭାରତୀୟ ମହିଳା ବିଶେଷତଃ ଓଡିଶାର ଭଉଣୀ ମାନଙ୍କୁ ପ୍ରେରଣା ମିଳିଥାନ୍ତା । ମହିଳାଙ୍କ ପାଇଁ ଇଜ୍ଜତସ୍ୂରୂପ ଶୌଚାଳୟ ପ୍ରଧାନମନ୍ତ୍ରୀ ନିର୍ମାଣ କଲେ । ମାତ୍ର ଆଜି ସବୁଠୁ ମନ୍ଥର ଗତିରେ ଶୌଚାଳୟ ବନାଇବାର ରାଜ୍ୟ ହେଲା ଓଡିଶା । ମହିଳା ମାନଙ୍କ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ବଢିବା କାରଣରୁ ମୁଖ୍ୟମନ୍ତ୍ରୀ ଏପରି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡିଶାର ୪୦ ଲକ୍ଷ ପରିବାରରେ ଏଲପିଜି ପହଁଚାଯାଇଛି । ମାତ୍ର ଏହାକୁ ମୁଖ୍ୟମନ୍ତ୍ରୀ ସମାଲୋଚନା କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନାଁରେ କୁପ୍ରଚାର କରେଇବା ମୁଖ୍ୟମନ୍ତ୍ରୀଙ୍କ ମନରେ ରହିଛି ।ପ୍ରଜାତନ୍ତ୍ରରେ ଲମ୍ବା ସମୟ କ୍ଷମତାରେ ରହିଲେ ଅହଙ୍କାରୀ ହେବା ସ୍ୱଭାବିକ । ମୁଖ୍ୟମନ୍ତ୍ରୀଙ୍କ ସମୟ ଶେଷ ହୋଇଆସିଲାଣି । ମୁଖ୍ୟମନ୍ତ୍ରୀ ନକଲି ଓଡିଆଙ୍କ ଘେରରେ ରହିଛନ୍ତି । ଓଡିଶାରେ କାହିଁକି ମହିଳା ଅସୁରକ୍ଷିତ, ପାନୀୟ ଜଳ ସମସ୍ୟା, ଶିଶୁ କନ୍ୟା ଅନୁପାତ ହ୍ରାସ, ମୁଖ୍ୟମନ୍ତ୍ରୀ ମୂଳ ପ୍ରସଙ୍ଗକୁ ଆସନ୍ତୁ ବୋଲି ସେ କହିଛନ୍ତି । ସେହିପରି ମୋଦିଙ୍କ ବିରୋଧରେ ଯେତେ ଅପପ୍ରଚାର କଲେ ବି ଓଡିଆ ଲୋକମାନେ ଏଥର ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତ ।

 

 

 

0
0
0
s2sdefault