ହେଡଲାଇନସ୍:

ଅଲେଖ ନିରଂଜନ  : ମାଙ୍କଡ ହାତେ ଶାଳଗ୍ରାମ, ଜୟଦେବରେ ସଫା ହାତ ଚିହ୍ନ  

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଧନ୍ୟ ପିସିସି ସଭାପତି , ଧନ୍ୟ ତୁମ ଚଏସ 

BHUBANESWAR : କଂଗ୍ରେସ ଗୋଟେ ଜାତୀୟ ଦଳ, ଆଉ ସବୁଠାରୁ ଲାଜର କଥା ଯେ ଏଇ ଦଳର ପ୍ରାର୍ଥୀପତ୍ର ନାକଚ ହୋଇ ଯାଉଛି |  ତେବେ ଏଭଳି ଲୋକ ଯେ ନିଜ ପ୍ରାର୍ଥୀପତ୍ର ଠିକଣା ଢଙ୍ଗରେ ଦାଖଲ କରି ପାରୁନି ସେଭଳି ଲୋକକୁ ସଭାପତି ମହୋଦୟ ଟିକଟ ଦେଲେ କେମିତି ତାହା ଏବେ ପ୍ରଶ୍ନବାଚୀ | ଆଉ ନିର୍ବାଚନରେ ହାତ ଚିହ୍ନ ଉଡ଼ିଗଲା | 

ଏଭଳି ଘଟଣା ଘଟିଛି ରାଜଧାନୀ ନିକଟସ୍ଥ ଜୟଦେବ ନିର୍ବାଚନ ମଣ୍ଡଳୀରେ | ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟିକେଟ ବହୁ ଆଗରୁ ମିଳିବ ବୋଲି ଯାହା ବାହାପିଆ କଥା କହିଥିଲେ ସମସ୍ତେ ଜାଣନ୍ତି, ଆଉ ଟିକଟ ଯେବେ ଦିଆ ହେଲା ତାହା ବି ଓଡିଶା ବାସୀ ଜାଣିଛନ୍ତି | ଟିକେଟ ଦେବାରେ ଟଙ୍କା କାରବାର ହୋଇଛି ବୋଲି ଅଭିଯୋଗ ହେଲା | ଏପରିକି ନିରଞ୍ଜନଙ୍କ ପୁଅ ବିରୋଧରେ ଆସିଲା ଗୁରୁତର ଓ ସମ୍ବେଦନଶୀଳ ଅଭିଯୋଗ | ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା ପିସିସି ସଭାପତି ଆଉ ତାଙ୍କ ପୁଅ ବିରୋଧରେ ଆଣିଲେ ଅଭିଯୋଗ | ସେ ଯାହା ହେଉ, ଟିକଟ ବିକ୍ରି ହେଉ, ବା ବିଜେଡି ଅବା ବିଜେପି  ସହିତ ସଲାସୁତୁରାରେ  ହେଉ,କଂଗ୍ରେସ ଟିକେଟ ଦିଆ ଯାଇଛି ବୋଲି ଅଭିଯୋଗ ହୋଇଥିବା ବେଳେ  ଏବେ ଅପାତ୍ରରେ ଦାନ କରାଯାଇଛି ବୋଲି ପ୍ରମାଣିତ ହୋଇ ଯାଇଛି | ଗତକାଲି ନୋମିନେସନର ଶେଷ ଦିନ ଥିବା ବେଳେ ପଅରଦିନ ସନ୍ଧ୍ୟାରେ ଘୋଷଣା ହେଲା କଂଗ୍ରେସ ପ୍ରାର୍ଥୀଙ୍କ ନା |  ସୁକାନ୍ତ ତିଆଡ଼ି ନାମକ ଜଣେ ଅନାମଧ୍ୟେୟ ବ୍ୟକ୍ତିଙ୍କୁ ଟିକେଟ ଦିଆଗଲା ରାଘବ ସେଠି, ଜୟନ୍ତ ଭୋଇ, ବେଣୁ ଭୋଇ ଅବା ତାପସ ସେଠୀଙ୍କ ଭଳି ଟାଣୁଆ ଆଶାୟୀ ଥାଉ ଥାଉ |ଟିକେଟ ଘୋଷଣା ପରେ ସୁଶାନ୍ତ ଗତକାଲି ନମିନେସନ କରିଥିଲେ | ହେଲେ ଆଜି ସ୍କୃଟିନି ବେଳେ ଦେଖିଲା ବେଳକୁ ଆବଶ୍ୟକ ଡକ୍ୟୁମେଣ୍ଟ ଅଭାବରୁ ତାଙ୍କର ପ୍ରାର୍ଥୀ ପତ୍ର ନାକଚ ହୋଇଗଲା | ଏଭଳି ଦାୟିତ୍ବହୀନ ଲୋକଙ୍କୁ ଜାତୀୟ ଦଳ କଂଗ୍ରେସ ପ୍ରାର୍ଥୀ କଲା କେମିତି ଓ କେଉଁ କମିଟି ଆଧାରରେ ସଭାପତି ସୁଶାନ୍ତଙ୍କୁ ପ୍ରାର୍ଥୀ କଲେ !!!  

0
0
0
s2sdefault