ହେଡଲାଇନସ୍:

ବିଜୟ ସଂକଳ୍ପ ସଭାରେ ପ୍ରବଳ ଜନ ସମାବେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା , ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲର୍କା ଗ୍ରାମ ର ଖେଳ  ପଡିଆରେ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଓଡ଼ିଶା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଘୁମୁରା ବାଜା ରେ ସ୍ୱାଗତ ସମର୍ଥନ କରି ପାଛୋଟି ଆଣି ଥିଲେ। ପ୍ରଥମେ ନୂଆପଡା ନିର୍ବାଚନ ସଭା  କୁରୁମପୁରୀ ରେ ଯୋଗଦାନ ଦେଇ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ପରେ ବିଜୟ ସଂକଳ୍ପ ସଭା ଲର୍କା ଗ୍ରାମ ରେ ଯୋଗଦାନ ଦେଇ ଥିଲେ। ଶ୍ରୀ ପ୍ରଧାନ କହିଥିଲେ କି ଭୁବନେଶ୍ୱର ରେ କିଛି ଲୋକ ଶିତ ତାପ ନିୟତ୍ରିତ କୋଠରିରେ  ବସିକି ମୋଦିଙ୍କୁ ଥଟ୍ଟା ପାତ୍ର କରୁଛନ୍ତି ଯେ ନରେନ୍ଦ୍ର ମୋଦି କିଏ | ଓଡ଼ିଶା ରେ ନରେନ୍ଦ୍ର ମୋଦିଙ୍କୁ କିଏ ଚିହ୍ନିନାହିଁ | ଏଣିକି ପଦ୍ମଫୁଲ ଫୁଟିବନି | ମୁଁ ସେମାନଙ୍କୁ ଗୋଟିଏ ନିମତ୍ରଣ ଦେଉଛି ଚେଲା ଚାପାଟିତ ବଡ଼ ମାନଙ୍କର ଏହି ନୂଆପଡା ଜିଲ୍ଲାର ଖଡିଆଳ ବିଜୟ ସଂକଳ୍ପ ସଭାର ଉପସ୍ଥିତି ଭୁବନେଶ୍ୱର ର ଲୋକ ମାନଙ୍କ ନିଦ୍ରା ହଜେଇ ଦେଇଛି | ଓଡ଼ିଶା ର ଜନସାଧାରଣଙ୍କୁ ବିଶ୍ବାସ କରିବା ଭଲ ପାଇବା ନରେନ୍ଦ୍ର ମୋଦି ଙ୍କ ବିକାଶରେ ସାମିଲ୍ ହେବା ଫେର ଏକବାର ମୋଦି ସରକାର ନାରା କୁ ଦୋହରା ଇବା ବୋଲି ମତବ୍ୟକ୍ତ ପ୍ରଦାନ କରିଥିଲେ ଏବଂ ଖଡିଆଳ, ବୋଡେନ,ସିନାପାଲି ରେ ସରକାରୀ ଚିକିତ୍ସାଲୟ ଅଛି ହେଲେ ଡାକ୍ତର ନାହାଁନ୍ତି  | ୱାଟର ସପ୍ଲାଇ ଟାକି ଅଛି ହେଲେ ପାଣି ନାହିଁ | ରାସ୍ତା ଘାଟର ସମସ୍ୟା ରହିଅଛି। ଖଡିଆଳ ବିଧାନସଭା ଓ କଲାହାଣ୍ଡି ଲୋକସଭା ରେ ବିଜୟ ଲାଭ ହେଲାପରେ ଆଗାମୀ ଦିନରେ ସବୁ ସମସ୍ୟା ର ସମାଧାନ କରାଯିବ ବୋଲି କହିଥିଲେ। ଏହି ସଭାକୁ ବିଜେପି ସଂପାଦକ ସୁବ୍ରତ ଠାକୁର ପରିଚାଳନା କରିଥିଲେ | ଏଥିରେ ମୁଖ୍ୟ ଅତିଥି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଲେ ସମ୍ମାନିତ ଅତିଥି କଲାହାଣ୍ଡି ଲୋକସଭା ପ୍ରାର୍ଥି ବସନ୍ତ ପଣ୍ଡା, ଖଡିଆଳ ବିଧାନସଭା ପ୍ରାର୍ଥି ରିତାରାଣି ବଗର୍ତୀ, ଶିବ ମୁଣ୍ଡ, ଅତିଦ୍ର ସିଂ ମଲ୍ଲିକ, ନିମାଇଁ ଚରଣ ତାଣ୍ତି, ଥବିରାମ ପାଣ୍ତେ, ତଥା ବିଜେପି ର ଦଲିୟ ନେତା ମାନେ ବହୁତ ସଂଖ୍ୟାରେ ପ୍ରମୁଖ ଉପସ୍ଥିତ ରହିଥଲେ। ହେମାମାଳିନୀଙ୍କୁ ଦେଖିବା ପାଇଁ ଭିଡ଼ ଜମିଥିଲା ହେଲେ କୌଣସି ପ୍ରକାର ଅଳ୍ପ ସମୟ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଲିଯାଇଥିଲେ | ଲୋକେ ଲୋକସଭାରେ ବିଜେପି କୁ ପସନ୍ଦ କରୁଛନ୍ତି ବୋଲି ଲୋକଙ୍କ ଠୁଁ ଶୁଣିବାକୁ ମିଳିଲା ।

 

0
0
0
s2sdefault