ହେଡଲାଇନସ୍:

ଡ଼ା.ବୁଢ଼ାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗୃହୀତ ହେବା ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ରାସ୍ତା ଫିଟିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଶେଷରେ ଆଜି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡ଼ା.ବୁଢ଼ାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗୃହୀତ ହେବା ପରେ ୨୭-ସାରସକଣା(ଏସଟି) ବିଧାନସଭା ଆସନରୁ ବିଜେପି ଟିକଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ହଟିଲା । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଡ଼ା. ବୁଢ଼ାନ ମୁର୍ମୁ  ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଓଏମଏଚଏସ କେଡ଼ରରେ ସ୍କାରୀ ସର୍ଜନ ଭାବେ ନିଯୁକ୍ତି ପାଇ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ସିଏଚସି ଅଧୀନରେ ଭାଲୁକି ପିଏଚସି(ଏନ)ରେ ମେଡ଼ିକାଲ ଅଫିସର ଭାବେ କାର୍ଯ୍ୟକରୁଥିଲେ । କିନ୍ତୁ ରୋଗୀ ସେବା ବଦଳରେ ରାଜନୀତିରେ ପ୍ରବେଶ କରି ଜନସାଧାରଣଙ୍କ ସେବା କରିବା ନିମନ୍ତେ ଆକୃଷ୍ଟ ହୋଇ ଗତ ଅକ୍ଟୋବର ମାସରୁ ନିୟମ ଅନୁସାରେ ନିଜ ଚାକିରୀରୁ ଅବସର ନେବା ପାଇଁ ନିଜର ଇସ୍ତଫା ସ୍ୱାସ୍ଥ୍ୟ ବିଭାଗରେ ଦାଖଲ କରିଥିଲେ । କିନ୍ତୁ ତାଙ୍କର ଇସ୍ତଫାପତ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଗୃହୀତ ହୋଇନଥିବା ସମୟରେ ବିଜେପି ପକ୍ଷରୁ ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଏହାକୁ ନେଇ ବିଜେଡ଼ି ନିର୍ବାଚନ ଅଧିକାରୀନଙ୍କ ନିକଟରେ ଆପତ୍ତି ଉଠାଇଥିଲା । ଏହାପରେ ବିଜେପିର ଲେଖାଶ୍ରୀ ସାମନ୍ତସିଂହାର ଓ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସାକ୍ଷାତ କରି ଡ଼ା.ବୁଢ଼ାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଯଥାଶୀଘ୍ର ଗ୍ରହଣ କରିବା ନିମନ୍ତେ ଦାବି କରିବା ପରେ ଏପ୍ରିଲ ୪ ଗୁରୁବାର ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଦେଶନାମା ଫାଇଲ ନଂ-ଏଚଏଫବବ୍ଲୁ୍ୟ-ଓଇ-ଇଏସଟି୧ଏ-୦୦୦୪-୨୦୧୯ ୮୯୧୮/ଏଚ ଏଣ୍ଡ ଏଫଡ଼ବ୍ଲୁ୍ୟ ୦୪.୦୪.୨୦୧୯ ବଳରେ ଇସ୍ତଫାପତ୍ର ଗୃହୀତ ହୋଇଛି ଏବଂ ଏହାର ନକଲ ସ୍ୱାସ୍ଥ୍ୟ ବିଭାଗ ସହିତ ଜଡ଼ିତ ସମସ୍ତ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଥିବାର ଜଣାପଡ଼ିଛି । 

0
0
0
s2sdefault