ହେଡଲାଇନସ୍:

ଭାରତୀୟ ଜନତା ପାର୍ଟି ମହିଳା ଓ ଏସଟି ବିରୋଧୀ- ଭାରତୀ ହାଁସଦାଃ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଭାରତୀୟ ଜନତା ପାର୍ଟି ମହିଳା ଓ ଏସଟି ବିରୋଧୀ ବୋଲି ସଙ୍ଗୀନ ଅଭିଯୋଗ ଆଣି ଦଳର ପ୍ରାଥମିକ ସଦସ୍ୟ ପଦ ସହ ମୟୂରଭଞ୍ଜ ଜିଲ୍ଲା ଏସଟି ମୋର୍ଚ୍ଚ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଭାରତୀ ହାଁସଦାଃ ଏବଂ ଇସ୍ତଫାପତ୍ରକୁ ଡ଼ାକ ଯୋଗେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିକଟକୁ ପଠାଇ ଦେଇଛନ୍ତି ବୋଲି ଆଜି ଏକ ସାକ୍ଷାତକାରରେ ଆମ ମୟୂରଭଞ୍ଜ ଜିଲ୍ଲା ସଭାପତିକୁ ଏବିଷୟରେ ଶ୍ରୀମତୀ ହାଁସଦାଃ ସୂଚନା ଦେଇଛନ୍ତି । ଏଥି ସହିତ ଶ୍ରୀମତୀ ହାଁସଦାଃଙ୍କ କହିବା ଅନୁସାରେ ୨୦୧୪ରେ ବିଜେପିର ଏଜେଣ୍ଡାରେ ମହିଳାମାନଙ୍କ ନିମନ୍ତେ ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ  ବ୍ୟବସ୍ଥା ଯୋଗାଇ ଦେବେ ବୋଲି ଦର୍ଶାଇଥିଲେ ମଧ୍ୟ ୨୦୧୯ ନିର୍ବାଚନରେ ବିଜେପି ତାର ଏଜେଣ୍ଡାଠାରୁ ଦୂରେଇଯାଇଛି । ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନବାବୁ ଚଳିତ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଆଧାରରେ ବିଜେଡ଼ିରୁ ଟିକଟ ଦେଇଛନ୍ତି । ବିଜେପି ଦଳ ମହିଳାମାନଙ୍କୁ ବିଶେଷକରି ଆଦିବାସୀ ମହିଳାମାନଙ୍କୁ ଦଳରେ ଅଗ୍ରାଧିକାର ଦେଉନାହିଁ । ଦଳର ଆଗଧାଡ଼ିରେ ମହିଳାମାନେ କାର୍ଯ୍ୟକରନ୍ତୁ ବୋଲି ଆଗ୍ରହ ପ୍ରଦର୍ଶନ କରୁନାହାନ୍ତି । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଅନୁରୋଧ କ୍ରମେ ଚଳିତ  ନିର୍ବାଚନରେ  ବିଜେପିରୁ ପ୍ରାର୍ଥୀ ହେବା ନିମନ୍ତେ ଆଶାୟୀ ରହିଥିଲେ । କିନ୍ତୁ, ଦଳ ତାଙ୍କୁ ଗୁରୁତ୍ୱ ନଦେଇ ନିର୍ବାଚନ ଜିତିବାର ଯାହାର ଦକ୍ଷତା ଓ ଯୋଗ୍ୟତା ନଥିବା ଏବଂ ଏକାଧିକ ଅପରାଧରେ ମାମଲାରେ ସମ୍ପୃକ୍ତ ରହିଥିବା ବ୍ୟକ୍ତିକୁ ଦଳୀୟ ଟିକଟ ଦେଇଛି ।  ପୁଣି ବିଜେପିରୁ ବାଙ୍ଗିରିପୋଷି ଆସନ ନିମନ୍ତେ ଦଳୀୟ ଟିକଟ ପାଇଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାର ବୈଧତା ଉପରକୁ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି ଶ୍ରୀମତୀ ହାଁସଦାଃ । ଏଥିସହିତ ଭାରତୀୟ ଜନତା ପାର୍ଟି ତାର ନୀତି ଓ ଆଦର୍ଶଠାରୁ ଓହରିଯାଇଥିବାର ଏବଂ ମହିଳା ଓ ଏସଟି ବିରୋଧୀ ବୋଲି ମନେକରି ଦଳରୁ ଭାବିଚିନ୍ତି ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ । ଏଥି ସହିତ ବିଜେପିରୁ ଇସ୍ତଫା ଦେବା ପରେ ଅନ୍ୟ କେଉଁ ଦଳରେ ମିଶିବାର ନିଷ୍ପତ୍ତି ନେଇଛନ୍ତି କି ନାହିଁ ପ୍ରଶ୍ନର ଉତ୍ତରରେ ତାଙ୍କର ସମର୍ଥକମାନଙ୍କ ସହ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ନେବେ ବୋଲି କହିଥିଲେ । 

 

0
0
0
s2sdefault