ହେଡଲାଇନସ୍:

"ଡବଲ ଇଞ୍ଜିନର ମୋହର ବାଜିଲେ ସାମୁହିକ ବିକାଶ ସମ୍ଭବ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୋହନା ନିର୍ବାଚନ ମଣ୍ଡଳୀବାସୀ ଚଳିତ ନିର୍ବାଚନରେ ଭାଜପାକୁ ରାଜ୍ୟ ଓ ଦେଶରେ ନେତୃତ୍ୱ ଦେବା ପାଇଁ ଡବଲ ଇଞ୍ଜିନର ମୋହର ଦେଲେ ହିଁ ରାଜ୍ୟ ଓ ଦେଶ ସମେତ ଅଞ୍ଚଳର ବିକାଶ ସମ୍ଭବ ହେବ ବୋଲି ଗଜପତି ଜିଲ୍ଲା ମୋହନା ବିଧାନ ସଭା ମଣ୍ଡଳୀର ରା.ଉଦୟଗିରି ଠାରେ ଅନୁଷ୍ଠିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ।

ସମାବେଶରେ ଉଦ୍‍ବୋଧନ ମାଧ୍ୟମରେ ରାଜ୍ୟରେ ନବୀନ ସରକାରଙ୍କୁ କଟୁ ସମାଲୋଚନା କରି କହିଥିଲେ ରାଜ୍ୟରେ ଏକ ସ୍ଥାଣୁ ଅପାରଗ, ଦୁର୍ନିତି ଓ ଭ୍ରଷ୍ଟାଚାର ସରକାର ଚାଲିଛି । ରାଜ୍ୟର ନବୀନ ସରକାର ଚାଷୀ, ଗରିବ , ଖଟିଖିଆ,ଶ୍ରମିକ, ଯୁବକଯୁବତୀ , ଗର୍ଭବତି ମହିଳା ପ୍ରଭତିଙ୍କ ବିକାଶ କ୍ଷେତ୍ରରେ ସମ୍ପୁର୍ଣ୍ଣ ବିଫଳ । ଏମାନଙ୍କ ବିକାଶ କରିବାକୁ ରାଜ୍ୟ ସରକାରଙ୍କ ଠାରେ ଟଙ୍କା ନାହିଂ କିନ୍ତୁ ରାଜ୍ୟରେ କୋଟି କୋଟି ବ୍ୟୟରେ ସିନେଷ୍ଟାର ଶାହର ୁଖାଁଙ୍କୁ ନଚାଇବାରେ ଟଙ୍କା ଅଛି କହି ସମାଲୋତନା କରିଥିଲେ । 

କେନ୍ଦ୍ରର ନରେନ୍ଦ୍ର ମୋଦି ଚାଷୀ ମାନଙ୍କ ବିକାଶପାଇଁ ବଜେଟରେ ଟଙ୍କା ବଢାଇ ରାଜ୍ୟସରକାରଙ୍କୁ ଚାଷୀ ମାନଙ୍କ ତାଲିକା ମାଗିଲେ, ହେଲେ ତାହା ପଠାଇଲେ ନାହଁ । 

ନରେନ୍ଦ୍ର ମୋଦି ସରକାର ପୁନର୍ବାର ଦେଶର ନେତୃତ୍ୱ ନେଲେ ଦେଶରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ । ଯେଉଁଥିରେ ଦେଶର ଗରିବ ଲୋକ ମାନେ ପରିବାର ପିଛା ବର୍ଷକୁ ୫ଲକ୍ଷ ଟଙ୍କା ପାଇବେ । ଟଙ୍କାକିଆ ଚାଉଳଉପରେ ଶ୍ରୀପ୍ରଧାନ  କହିଥିଲେଯେ ଗରିବଙ୍କୁ ଟଙ୍କାକିଆ ଚାଉଳ ଦେବାରେ କେନ୍ଦ୍ରର ଅବଦନା ରହିଛି । ଚାଉଳ କେଜି ୩୨ଟଙ୍କା ପଡୁଥିବା ବେଳେ କେନ୍ଦ୍ର ଏଥିପାଇଁ ୩୦ଟଙ୍କା ଏବଂ ରାଜ୍ୟ ମାତ୍ର ୨ଟଙ୍କା ଦେଉଛି । କେନ୍ଦ୍ରର ଅଧିକ ଟଙ୍କାରେ ରାଜ୍ୟ ସରକାର ବାହାବା ନେବାରେ ଲାଗିଛି । ଏହା କାହା ଅଛୁପା ନାହିଁ । 

ଦେଶର ୨୪ଲକ୍ଷଙ୍କ ଘରେ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ବିଜୁଳି ଲାଗିଛି । ୪୦ଲକ୍ଷ ଲୋକଙ୍କ ଘରେ ଏଲପିଜି ଗ୍ୟାସସିଲିଣ୍ଡର ମାଗଣାରେ ଦିଆଯାଇଛି । ୩ହଜାର ଗ୍ରାମରେ ବିଜୁଳି ଲାଇନ ଦିଆଯାଇଛି । ୧୯ ବର୍ଷ ଶାସନ କାଳରେ ଯେଉଁ ସରକାର ଲୋକଙ୍କୁ ପିଇବାକୁ ପାଣି ଦେଇପାରିନି । ଡାକ୍ତର, ରୋଜଗାର, ଶିକ୍ଷା,ଚାଷୀ ବ୍ୟବସ୍ଥା କରିନି । ଏଭଳି ଅନେକ ବ୍ୟବସ୍ଥା କରିପାରିନି । ଦୁର୍ନିତି ଓ ଭ୍ରଷ୍ଟାଚାରରେ ବୁଡି ରହିଛି  ସେହି ସରକାରଙ୍କୁ ପରିବର୍ତ୍ତନ କରିବାର ବେଳ ଆସିଛି । ତେଣୁ ଚଳିତ ନିର୍ବାଚନରେ ରାଜ୍ୟ ଓ ଦେଶର ନେତୃତ୍ୱ ନେବା ପାଇଁ ବିପୁଳ ସଂଖ୍ୟାରେ ପଦ୍ମପୁଲରେ ଡବଲ ବଟନ ଦବାଇ ଭାଜପା ନେତୃତ୍ୱକୁ ଟାଣ କରିବାକୁ ଆହ୍ୱାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାଜପା ଲୋକସଭା ପ୍ରାର୍ଥୀ ଭୃଗୁବକସିପାତ୍ର , ମୋହନା ବିଧାୟିକା ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଅନିତାରାଣି ବେହେରା, ବାସନ୍ତି ମଲ୍ଲିକ ଜିଲ୍ଲା ପ୍ରଭାହୀ ସରୋଜ ସାବତ, ଜିଲ୍ଲା ସଭାପତି ଜି.ଭେଙ୍କେଟ ରାବଣା ଏବଂ ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault