ହେଡଲାଇନସ୍:

ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ହେଲେ ମିନାକ୍ଷୀ ମହାନ୍ତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଶେଷରେ ବହୁ ମାନସ ମନ୍ଥନ ପରେ ଘୋଷଣା ହେଲା ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ | ସେଠାରୁ ଦଳ ମିନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କରିଛି | ଫଳରେ ଆଶା ବାନ୍ଧି ବସିଥିବା ବିଜେଡି ନେତା କୁଶ ଆପଟ ନିରାଶ ହୋଇଛନ୍ତି | ମିନାକ୍ଷୀ ହେଉଛନ୍ତି ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥିତ ପ୍ରାର୍ଥୀ | ସନାତନଙ୍କ ଜଣେ ଅନୁଗତଙ୍କ ଧର୍ମ ପତ୍ନୀ ହେଉଛନ୍ତି ମିନାକ୍ଷୀ ବୋଲି ଜଣାପଡିଛି | ସେପଟୁ ବିଜେପି ଜଣାଶୁଣା ଟାଣୁଆ ନେତା  ଡ଼ ମୁରଲୀ ମନୋହର ଶର୍ମାଙ୍କୁ ପ୍ରାର୍ଥୀ କରିଛି | ଆଜିର ବିଜେଡି ଦ୍ୱାରା ପ୍ରାର୍ଥୀ ଘୋଷଣା ହେବା ପରେ ବିଜେପିର ଡ଼ ଶର୍ମା ଓ ମିନାକ୍ଷୀଙ୍କ ମଧ୍ୟରେ କଡା ଟକ୍କର ହେବା ନିଶ୍ଚିତ ହୋଇ ଯାଇଛି | ପରୋକ୍ଷରେ ଏଇ ଲଢେଇ ମୁରଲୀ ବନାମ ସନା ବୋଲି ଚର୍ଚା |

0
0
0
s2sdefault