ହେଡଲାଇନସ୍:

ନିଜ ଲୋକଙ୍କ ଚକ୍ରାନ୍ତର ଶିକାର ଶିଶୁପାଳ ହେଲେ ଜାନକୀ ନନ୍ଦନ, ଘୋଷଣା ହେବା ପରେ କଟିଲା ତାଲିକାରୁ ନାଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥ୍ଵୀବଲ୍ଲବ ପଟ୍ଟନାୟକଙ୍କ ନାଁ ବେଗୁନିଆ ବିଧାନସଭା ଆସନ ପାଇଁ ଘୋଷିତ ହେବା ସମସ୍ତଙ୍କୁ ବିସ୍ମିତ କରିଥିଲା | ଆଶ୍ଚର୍ଯ୍ୟ ଲାଗିଥିଲା ପୃଥ୍ଵୀଙ୍କ ବାଟ ଓଗାଳି ଆଶୀଥିବା କ୍ଷମତାଳିପସୁ  ମଧୁର ସମ୍ପର୍କୀୟଙ୍କୁ ବୋଧ ହୁଏ ସଦବୁଦ୍ଧି ଆସିଗଲା | ଆଉ ଜାନକୀଙ୍କ ଗଡ ବେଗୁନିଆରେ ପୃଥ୍ଵୀ ଟିକେ ପରିଶ୍ରମ କଲେ ଜିତିଯାଇ ପାରଂତି | ହେଲେ ଦୁଇଦିନ ବି ଗଲାନି, ତାଲିକା ବଦଳି ଜାନକୀନନ୍ଦନ ପୃଥୀଙ୍କ ଟିକଟ କାଟି ଦିଆଗଲା, ବିଜେଡି ନେତା ସୌମ୍ୟ ପଟ୍ଟନାୟକଙ୍କ ଅନୁଗତ ତଥା ବହୁ ବର୍ଷ ଧରି କଂଗ୍ରେସ ଛାଡିଥିବା ଓ ସୌମ୍ୟଙ୍କ ଆମ ଓଡିଶା ପାର୍ଟିରୁ ପ୍ରାର୍ଥୀ ହୋଇଥିବା  "ମାଠିଆ"ଧାରୀ ପ୍ରଦୀପ ସାହୁଙ୍କୁ ଟିକଟ ଦେଲେ ପିସିସି ସଭାପତି ନିରଞ୍ଜନ ପଟନାୟକ | ମୋଟାମୋଟି ନିଜ ଲୋକଙ୍କ ଚାପରେ ଚାପି ନିଜକୁ ଦୁରେଇ ରଖିଲେ ପୃଥ୍ଵୀ |

ବହୁ ଆଗରୁ ଆଉ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକଟ ଦିଆଯିବ ବୋଲି ବାହାସ୍ପଷ୍ଟ ମାରୁଥିବା ନିରଞ୍ଜନ ପଟ୍ଟନାୟକ ନିଜକୁ ମିଛୁଆ ପ୍ରମାଣିତ କରିଥିବା ବେଳେ ଟିକେଟ ବଣ୍ଟନରେ ଅର୍ଥ କାରବାର ହୋଇଛି ବୋଲି ଅଭିଯୋଗ ହୋଇଛି | ଏହା ହେହି ନୁହେ ଖୋଦ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଅଭିଯୋଗ କରି ପାର୍ଟି କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ | ସେ ଯାହାବି ହେଉ ଏଯାଏ ପୁରା ତାଲିକା ଘୋଷଣ କରି ପାରିନଥିବା କଂଗ୍ରେସର ସଦ୍ୟତମ ତାଲିକାରେ ସମ୍ବଲପୁର ଲୋକସଭା ଆସନ ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ | ଏଥିରେ ପୂର୍ବରୁ ଘୋଷିତ ୩ ପ୍ରାର୍ଥୀଙ୍କୁ ବଦଳି କରାଯାଇଛି । ପୃଥ୍ଵୀଙ୍କ ନାମ ପରିବର୍ତ୍ତନ କରିବା ସହ କଟକ ସଦର ଆସନରୁ ପୂର୍ବେ ରତ୍ନାକର ବେହେରାଙ୍କ ସ୍ଥାନରେ  ଅଭିଷେକ ମହାନନ୍ଦ ଓରାର୍ଥୀ କରାଯାଇଥିବା ବେଳେ ସମ୍ବଲପୁରରେ ଅଶ୍ୱିନୀ କୁମାର ଗୁରୁଙ୍କୁ ବଦଳାଯାଇ ଭୀମସାର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରାଯାଇଛି ।

 ଘଷିପୁରା ଆସନ ପ୍ରାର୍ଥୀପତ୍ର ଦାଖଲ କରିବାର ଦିନକ ପରେ ନିରଞ୍ଜନ ପଟ୍ଟନାୟକଙ୍କୁ ଟିକଟ ମିଳିଛି ଘସିପୁରା ପାଇଁ  । ଭୁବନେଶ୍ୱର ମଧ୍ୟ ଆସନରୁ ରାଜୀବ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ଆସନରୁ ଇତିଶ୍ ପ୍ରଧାନ ,  ଜୟଦେବ ଆସନରୁ ସୁକାନ୍ତ ତିଆଡ଼ି ଭୋଇ, କଟକ ଚୌଦ୍ୱାରରୁ ଜଗଦୀଶ ମହାନ୍ତି, କଟକ ସଦରରୁ ଅଭିଷେକ ମହାନନ୍ଦ ଏବଂ ଚିଲିକାରୁ ପ୍ରଦୀପ ସ୍ୱାଇଁ ପ୍ରାର୍ଥୀ କରିଛି ଦଳ । ସମ୍ବଲପୁର ଲୋକସଭା ଆସନରୁ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ।

0
0
0
s2sdefault